• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲ କାର୍ଯ୍ୟାଳୟ ପରିସରରେ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଆର୍ତ୍ତୁଙ୍ଗ ଗାଁର ଯୁବକ ଶିବାଜୀ ଦାସ ନିଜ ଜମିର ଡିମାର୍କେସନ ପାଇଁ ତହସିଲଦାରଙ୍କ ପାଖରେ ଆବେଦନ କରିଥିଲେ । ଏଥିପାଇଁ ସେ ଗତ ୫ ବର୍ଷ ହେଲା ତହସିଲ ଅଫିସ ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ ।

ଆଜି ଆଉଥରେ ସେ ଅଭିଯୋଗ କରିବାକୁ ଆସିଥିଲେ, ହେଲେ ତହସିଲର କର୍ମଚାରୀ ତାଙ୍କୁ ତହସିଲଦାରଙ୍କ ସହ ଭେଟିବାକୁ ଦେଇନଥିଲେ । ଏଥିରେ ମର୍ମାହତ ହୋଇ ଶିବାଜୀ ତହସିଲଦାରଙ୍କ ଚାମ୍ବର ବାହାରେ ବିଷ ପିଇ ଦେଇଥିଲେ । ତାଙ୍କୁ ତୁରନ୍ତ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବାସୁଦେବପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।