Advertisment

ପ୍ରେମରେ ଶକ୍ତ ଧକ୍କା: ବ୍ଲେଡ୍‌ରେ ହାତ, ଗଳା କାଟିଦେଲେ...ଫେସବୁକ୍‌ରେ ପୋଷ୍ଟ କଲେ ଭିଡିଓ

ପ୍ରେମ ଶାଶ୍ୱତ, ପବିତ୍ର, ଚିରନ୍ତନ। ହେଲେ ପ୍ରେମରେ ବିଫଳ ହେଲେ କିଛି ବ୍ୟକ୍ତି ଚରମ ପଦକ୍ଷେପ ନେବାକୁ ପଛାନ୍ତି ନାହିଁ। ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ବ୍ଲେଡ୍‌ରେ ନିଜର ହାତ ଓ ଗଳା କାଟି ଦେଇଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Youth Attempts To Commit Suicide In Dhenkanal

Youth Attempts To Commit Suicide In Dhenkanal

ପ୍ରେମ ଶାଶ୍ୱତ, ପବିତ୍ର, ଚିରନ୍ତନ। ହେଲେ ପ୍ରେମରେ ବିଫଳ ହେଲେ କିଛି ବ୍ୟକ୍ତି ଚରମ ପଦକ୍ଷେପ ନେବାକୁ ପଛାନ୍ତି ନାହିଁ। କିଏ ଆତ୍ମହତ୍ୟା ଉଦ୍ୟମ କରିଥାନ୍ତି ତ ଆଉ କିଏ ନିଜର ଭଲ ପାଇବାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବା ପାଇଁ ଯୋଜନା କରିଥାନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଛି। 

Advertisment

ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ବ୍ଲେଡ୍‌ରେ ନିଜର ହାତ ଓ ଗଳା କାଟି ଦେଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ହେଲେ ଗାଲୁକାଟେଣୀ ଗାଁର ସତ୍ୟବ୍ରତ ବେହେରା।

ସୂଚନା ଅନୁସାରେ, ସତ୍ୟବ୍ରତ ସର୍ବ ସମ୍ମୁଖରେ କାମାକ୍ଷାନଗର ବଜାର ଉପରେ ବ୍ଲେଡ୍‌ରେ ନିଜର ହାତ ଓ ଗଳା କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଟ୍ରଲି ସାହାଯ୍ୟରେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।

Advertisment

ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ସେ କିଛି ଭିଡିଓ ନିଜ ଫେସବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଥଲେ। ଯେଉଥିରେ ସେ ନିଜ ପ୍ରେମର ବିଫଳତାର ଆବେଗକୁ କିଛି ଡାଇଲଗ ଓ ଗୀତ ମାଧ୍ୟମରେ ପ୍ରକାଶ କରିଥିଲେ। ଏପରିକି ନିଜ ଭଉଣୀର ଫଟୋକୁ ଏକ ହୃଦୟସ୍ପର୍ଶୀ ଗୀତର ସଙ୍ଗୀତ ସହିତ ଯୋଡି ପୋଷ୍ଟ କରିଥିଲେ। ଏଥିରୁ ଜଣାପଡ଼ୁଥିଲା, ସେ ପ୍ରେମରେ ଶକ୍ତ ଧକ୍କା ଖାଇଛନ୍ତି। କାହା ପାଇଁ ଏବଂ କାହିଁକି ସତ୍ୟବ୍ରତ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି। ତେବେ ଏହା ପ୍ରେମ ବ୍ୟାପାରକୁ ନେଇ ହୋଇଥିବା ଚର୍ଚ୍ଚା ହେଉଛି। 

Suicide Attempt
Advertisment
Advertisment