Advertisment

ବୟସ ମାତ୍ର ୨୯; କିନ୍ତୁ ଦୁନିଆ ପାଇଁ ଆଣ୍ଟି, କମଉଛନ୍ତି ଅନେକ ଟଙ୍କା

ଝିଅମାନେ ସାଧାରଣତଃ ନିଜ ବୟସକୁ ଲୁଚାନ୍ତି। କହିବାକୁ ହେଲେ କମେଇକି କୁହନ୍ତି। କିନ୍ତୁ ଜଣେ ୨୯ ବର୍ଷର ଯୁବତୀ ଦୁନିଆ ଆଗରେ ନିଜକୁ ୪୦-୫୦ ବର୍ଷ ବୋଲି କହି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।

author-image
Pramod Behera
ଅଦ୍ୟତନ ହୋଇଛି
Young fashion model finds success working as an auntie

Young fashion model finds success working as an auntie

ସାଧାରଣତଃ ମହିଳାମାନେ ସେମାନଙ୍କ ବୟସକୁ ନେଇ କଥାବାର୍ତ୍ତା କରିବାକୁ ପସନ୍ଦ କରନ୍ତି ନାହିଁ, କି ସେମାନେ ତାଙ୍କ ବୟସଠାରୁ ଗୋଟିଏ ଦିନ ବି ଅଧିକ କରି ଦେଖେଇବାକୁ ଚାହାଁନ୍ତି ନାହିଁ। କିନ୍ତୁ ଚାଇନାର ଜଣେ ଯୁବତୀ ନିଜ ବୟସଠାରୁ ଅଧିକ ଦେଖେଇ ୧୦ ବର୍ଷ ହେଲା ଭଲ ଟଙ୍କା ରୋଜଗାର କରୁଛନ୍ତି।

Advertisment

ଚୀନ୍‌ର ଲିୟାଙ୍ଗ ଜିଆଓକିଙ୍ଗ ନାମକ ଏହି ଯୁବତୀଙ୍କୁ ମାତ୍ର ୨୯ ବର୍ଷ। ସେ କିନ୍ତୁ ଗତ ୧୦ ବର୍ଷ ହେବ ନିଜକୁ ୪୦-୫୦ ବର୍ଷର ଆଣ୍ଟି ହୋଇ ଭଲ ଟଙ୍କା ରୋଜଗାର କରୁଛନ୍ତି। ବୃତ୍ତିରେ ସେ ଜଣେ ମଡେଲ ହୋଇଥିବା ବେଳେ ଲିଆଙ୍ଗଙ୍କ ଫଟୋକୁ ଦେଖି ଲୋକମାନେ ସହଜରେ ବିଶ୍ୱାସ କରି ନିଅନ୍ତି ଯେ ସେ ଜଣେ ମଧ୍ୟ ବୟସ୍କ ଆଣ୍ଟି ହୋଇଥିବେ, କିନ୍ତୁ ତାଙ୍କୁ ଏଯାଏ ୩୦ ବର୍ଷ ବି ହୋଇ ନାହିଁ।

୧୯୯୨ ମସିହାରେ ଜନ୍ମଗ୍ରହଣ କରିଥିବା ବେଜିଂର ଲିୟାଙ୍ଗ ଜିଆଓକିଙ୍ଗ ୧୮ ବର୍ଷ ବୟସରେ ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତରେ ଜିତିଥିଲେ। ଲିଆଙ୍ଗ ଜଣେ ବିମାନ କର୍ମଚାରୀ କିମ୍ବା ଜଣେ ସୁପର୍‌ମଡେଲ୍‌ ହେବାର ସ୍ୱପ୍ନ ଦେଖିଥିଲେ। କିନ୍ତୁ ମଧ୍ୟ ବୟସ୍କ ମହିଳା ଭାବରେ ଫଟୋସୁଟ୍‌ କରିବାକୁ ଆମନ୍ତ୍ରିତ ହୋଇଥିଲେ। ଲିୟାଙ୍ଗ ଏହି ଫଟୋସୁଟ୍‌ ପାଇଁ ରାଜି ନଥିଲେ ବି ଏହାକୁ କରିଥିଲେ। କିନ୍ତୁ ସେ ଏହାକୁ ପସନ୍ଦ କରୁ ନଥିଲେ। ଏନେଇ ତାଙ୍କୁ ଏକ ଭଲ ରକମର ପାରିଶ୍ରମିକ ମିଳିଥିଲା। କେବଳ ଏତିକି ନୁହେଁ ଏହା ପରେ ତାଙ୍କୁ ଆହୁରି ଫଟୋସୁଟ୍‌ କରିବା ପାଇଁ ଡକାଯାଇଥିଲା। ତାଙ୍କର ଏହି ପଦକ୍ଷେପ ନିଜ ଜୀବନକୁ ପରିବର୍ତ୍ତନ କରିବାକ ଯାଉଛି ବୋଲି ଲିୟାଙ୍ଗଙ୍କର କୌଣସି ଧାରଣା ନ ଥିଲା।

Advertisment

କ୍ୟାରିୟରର ୧୧ ବର୍ଷ ପୂରଣ କରିବା ପରେ, ଲିୟାଙ୍ଗ୍ ଚାଇନାର ସବୁଠାରୁ ପ୍ରସିଦ୍ଧ ଆଣ୍ଟି ମଡେଲ୍ ହୋଇପାରିଛନ୍ତି। ଯେତେବେଳେ ବି କମ୍ପାନୀଗୁଡିକ ଏକ ନିର୍ଭରଯୋଗ୍ୟ ମଧ୍ୟ ବୟସ୍କ ଚେହେରାର ଆବଶ୍ୟକ କରନ୍ତି, ସେମାନେ ଲିୟାଙ୍ଗଙ୍କ ସହିତ ଯୋଗାଯୋଗ କରନ୍ତି। ତାଙ୍କ ଚେହେରା ଏବଂ ହେୟାର ଷ୍ଟାଇଲ୍ ସଂପୂର୍ଣ୍ଣ ଭାବେ ଠିକ ଲାଗେ।

ଲିୟାଙ୍ଗ ଦିନକୁ ହାରାହାରି ୪୦୦ ପୋଷାକ ପାଇଁ ମଡେଲିଂ କରନ୍ତି, ଅର୍ଥାତ୍ ସେ ପ୍ରତି ଘଣ୍ଟାରେ ୪୦ଟି ପୋଷାକର ମଡେଲିଂ କରନ୍ତି। ଏହି କାମ ଯୋଗୁଁ ସେ ଦିନକୁ କେବଳ ୩ ରୁ ୪ ଘଣ୍ଟା ହିଁ ଶୋଇଥାନ୍ତି। ସେ ଯେତେବେଳେ ମଡେଲିଂ କରନ୍ତି ନାହିଁ ସେତେବେଳେ ଲିୟାଙ୍ଗ ସାଧାରଣ ଝିଅଙ୍କ ଭଳି ପୋଷାକ ପିନ୍ଧନ୍ତି ଆଉ ଖୁବ ତରୁଣୀ ଲାଗନ୍ତି। ସେ କିନ୍ତୁ ଅନଲାଇନ୍‌ରେ ମହିଳାମାନଙ୍କ ପାଇଁ ଜଣେ ମଧ୍ୟ ବୟସ୍କ ଆଣ୍ଟି।

Ajab Gajab
Advertisment
Advertisment