Advertisment

ଟଙ୍କା ହଡ଼ପ୍‌ କରିବାର ନୂଆ ଫଣ୍ଡା ! ଯେଉଁଠି ପୋଖରୀ ନାହିଁ ସେଠି ଚାଲିଛି ପୁନରୁଦ୍ଧାର କାମ

ଯେଉଁଠି ପୋଖରୀ ନାହିଁ ସେଠି ପୋଖରୀର ପୁନରୁଦ୍ଧାର ନାଁରେ ଟଙ୍କା ହଡପ୍ ପାଇଁ ମସୁଧା। ଏକ ଗୋଚର ଜମିରେ ପୋଖରୀ ଥିବା ଦର୍ଶାଇ ତାର ପୁନରୁଦ୍ଧାର ପାଇଁ ଆସିଛି ୮ ଲକ୍ଷ ଟଙ୍କା ଅନୁଦାନ। ଯାହାକୁ ବିରୋଧ କରିଛନ୍ତି ଗଞ୍ଜାମ ଆସିକା ବ୍ଳକର ଆମ୍ବପୁଆ ଗ୍ରାମବାସୀ

author-image
Prangyan Parimita
ଅଦ୍ୟତନ ହୋଇଛି
Jojanara Na Hariloot

Jojanara Na Hariloot

ପୋଖରୀ ନଥାଇ ପୁନରୁଦ୍ଧାର। ଫଳକ ଲାଗିଛି, କାର୍ଯ୍ୟାଦେଶ ଆସିଛି ଏବଂ ମନରେଗା ଯୋଜନାରେ ଟଙ୍କା ମଧ୍ୟ ଆସିଛି, ହେଲେ ପୋଖରୀ ଦେଖା ନାହିଁ। ଗଞ୍ଜାମ ଆସିକା ବ୍ଲକ ବାଙ୍ଗରଡ଼ା ପଞ୍ଚାୟତ ଆମ୍ବପୁଆ ଗାଁର ଗୋଚର ଜମିରେ ପୋଖରୀ ଥିବା ଦର୍ଶାଇ ପୁନରୁଦ୍ଧାର ପାଇଁ ଟଙ୍କା ମଞ୍ଜୁର ହୋଇଛି । ଗ୍ରାମବାସୀଙ୍କ ଅଭିଯୋଗ, ଏଠାରେ ବର୍ଷ ବର୍ଷ ଧରି ପୋଖରୀ ନାହିଁ, ଏହା ଏକ ଗୋଚର ଜମି । ତେଣୁ ଯେଉଁଠି ପୋଖରୀ ନାହିଁ ସେଠି ପୁନରୁଦ୍ଧାର ପାଇଁ କେମିତି ଟଙ୍କା ମଞ୍ଜୁର ହେଲା, ତାକୁ ନେଇ ଉଠିଛି ପ୍ରଶ୍ନ।

Advertisment

କେବଳ ଗ୍ରାମବାସୀ ନୁହନ୍ତି, ଆସିକା ତହସିଲରେ ପୂର୍ବରୁ ଅମିନ ଭାବେ କାର୍ଯ୍ୟ କରିଥିବା ଅଭିମନ୍ୟୁ ରାଉତ ମଧ୍ୟ ଜମିର ପଟ୍ଟାକୁ ତନ ତନ ଯାଞ୍ଚ କରିବା ପରେ ଏହାକୁ ଗୋଚର ଜମି ବୋଲି ସ୍ପଷ୍ଟ କରିଛନ୍ତି। ଯାହାର କିସମ କେବେ ବଦଳିବ ନାହିଁ ।

୨୦୨୨-୨୩ ପାଇଁ ମନରେଗା ଯୋଜନାରେ ୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଫଳକ ଲାଗିଛି। ଟଙ୍କା ହଡପ୍ ଉଦ୍ଦେଶ୍ୟରେ ଗୋଚର ଜାଗାର ଖେଳପଡିଆ ଏବଂ ମନ୍ଦିରକୁ ଲାଗିରହିଥିବା ବାଉଁଶ ବଣକୁ ପୋଡ଼ି ସେହି ଜାଗାକୁ ସମତଳ କରାଯାଇଛି। ଗାଁ ଠାକୁରାଣୀଙ୍କ ଯାନିଯାତ୍ରା ବେଳେ ଶହ ଶହ ଭକ୍ତ ଆସି ମନ୍ଦିର ଚାରିପଟେ ଥିବା ଏହି ବାଉଁଶ ବୁଦା ମୂଳେ ଆଶ୍ରୟ ନିଅନ୍ତି ଏବଂ ପିକନିକ୍ ମନାଇ ଥାଆନ୍ତି। କିନ୍ତୁ ବାଉଁଶ ଗଛ ପୋଡ଼ି ସେହି ଜାଗାରେ ପୋଖରୀ ପୁନରୁଦ୍ଧାର କରୁଥିବାରୁ ବିରୋଧ କରିଛନ୍ତି ଗ୍ରାମବାସୀ।

Advertisment

ଗଡ଼ପଡିଆ ଏକ ପଡିଆର ନାଁ, କିନ୍ତୁ ଏହା ପୋଖରୀ କେମିତି ହେଲା ? ଉନ୍ନତୀକରଣ ପାଇଁ କେଉଁ ଆଧାରରେ କିଏ ଓ କେମିତି ଟଙ୍କା ମଞ୍ଜୁର କଲା ? ଏନେଇ ଆସିକା ବିଡିଓଙ୍କୁ ପଚାରିବାରୁ ସେ କହିଛନ୍ତି, ଯଦି ପୂର୍ବରୁ ପୋଖରୀ ଥିବ, ସେହି ଆଧାରରେ ଟଙ୍କା ମଞ୍ଜୁର ହୋଇଥିବ।

କାହିଁ କେଉଁ କାଳରୁ ଆମ୍ବପୁଆ ଗାଁର ଏହି ଜାଗା ଗୋଚର ଜମି। ଏଠାରେ ପୂର୍ବରୁ ପୋଖରୀ ନଥିଲା କି ଏବେ ମଧ୍ୟ ନାହିଁ ଯାହା ପୂର୍ବତନ ଅମିନ କାଗଜପତ୍ର ଯାଞ୍ଚ କରି କହିଛନ୍ତି । ତଥାପି କେଉଁ ଆଧାରରେ ବିଡିଓ ଏମିତି ଯୁକ୍ତି ବାଢୁଛନ୍ତି, ତାକୁ ଗ୍ରାମବାସୀ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି।

ଆମ୍ବପୁଆ ଗାଁର ଯେଉଁ ଜାଗାରେ ପୋଖରୀ ଅଛି ବୋଲି ଦର୍ଶାଯାଇ ଟଙ୍କା ମଞ୍ଜୁର ହୋଇଛି, ସେଠୁ ୫୦ ମିଟର ଦୂରରେ ଦୁଇଟି ପୋଖରୀ ରହିଛି। ଏହା ସତ୍ତ୍ବେ ସେଠି ତୃତୀୟ ପୋଖରୀ ପାଇଁ କାହିଁକି ଯୋଜନା ହେଲା ? ଟଙ୍କା ଚଳୁ ପାଇଁ ଏହା ସୁଚିନ୍ତିତ ଷଡ଼ଯନ୍ତ୍ର କି ?

Jojona Ra Na Hariloot Yojanara Na Hariloot
Advertisment
Advertisment