Advertisment

ଚାଲିଗଲେ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି

ଆଉ ନାହାଁନ୍ତି ଦୁନିଆର ସବୁଠୁ ବୟସ୍କ ମହିଳା କେନ୍ ତନାକା । ଜାପାନର ବାସିନ୍ଦା କେନ୍ ୧୧୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
World oldest woman kane tanaka dies

World oldest woman kane tanaka dies

ଦୁନିଆର ସବୁଠୁ ବୟସ୍କ ମହିଳା କେନ୍ ତନାକା ଆଉ ନାହାଁନ୍ତି। ଜାପାନର ବାସିନ୍ଦା କେନ୍ ୧୧୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଜାନୁୟାରୀ ୨, ୧୯୦୩ରେ ଦକ୍ଷିଣ-ପଶ୍ଚିମ ଜାପାନର ଫୁକୁଓକାରେ ଜନ୍ମଗ୍ରହଣ କରିଥିଲେ। କେନ୍ ତନାକା ଯେଉଁ ବର୍ଷ ଜନ୍ମ ହୋଇଥିଲେ ଠିକ୍ ସେହି ବର୍ଷ ରାଇଟ୍ ବ୍ରଦର ସେମାନଙ୍କର ପ୍ରଥମ ବିମାନ ଉଡାଇଥିଲେ।

Advertisment

୨୦୧୯ ମସିହାରେ, ତାଙ୍କ ନାମ ଗିନିଜ୍ ବୁକ୍‌ରେ ରେକର୍ଡ କରାଯାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ କେନ୍ ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତି। ସୋମବାର ଜାପାନ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ଦେହାନ୍ତ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେନ୍ ଏପ୍ରିଲ୍ ୧୯ରେ ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କେନ୍ ତନାକାଙ୍କ ମୃତ୍ୟୁ ପରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ମଧ୍ୟ ଟୁଇଟ୍ କରି କହିଛି ଯେ କେନ୍ ଏ ଦୁନିଆରୁ ବିଦାୟ ନେଇଥିବାରୁ ଆମେ ଦୁଃଖିତ।

କେନ୍ ତନାକା ଚକୋଲେଟ୍ ଏବଂ ଫିଜି ପାନୀୟକୁ ଭଲ ପାଉଥିଲେ। ୧୯୨୨ ମସିହାରେ କେନ୍ ବିବାହ କରିଥିଲେ ଏବଂ ୪ ଟି ପିଲାର ମାଆ ମଧ୍ୟ ହୋଇଥିଲେ। ନିକଟ ଅତୀତରେ, ସେ ଏକ ନର୍ସିଂହୋମରେ ରହୁଥିଲେ। ଏଠାରେ ସେ ସୋଡା, ଚକୋଲେଟ୍ ଖାଉଥିଲେ ଓ ବୋର୍ଡ ଗେମ୍‌ର ମଜ୍ଜା ନେଉଥିଲେ।

Advertisment

୨୦୧୯ରେ ଯେତେବେଳେ ତାଙ୍କ ନାମ ଗିନିଜ୍ ୱାର୍ଲ୍ଡରେ ପ୍ରବେଶ କରାଗଲା, ସେତେବେଳେ ତାଙ୍କୁ ୧୧୬ ବର୍ଷ ହୋଇଥିଲା। ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ତାଙ୍କୁ ବିଶ୍ୱରର ସବୁଠାରୁ ବୟସ୍କ ଜୀବିତ ବ୍ୟକ୍ତି ଭାବରେ ସ୍ଥାନିତ କରିଥିଲା।

ସେପ୍ଟେମ୍ବର ୨୦୨୦ରେ ତାଙ୍କୁ ୧୧୭ ବର୍ଷ ୨୬୧ ଦିନ ହୋଇଥିଲା। ସେ ଜାପାନର ସବୁଠାରୁ ବୟସ୍କ ବ୍ୟକ୍ତି ହୋଇଥିଲେ। ତନାକାଙ୍କ ମୃତ୍ୟୁ ପରେ, ବର୍ତ୍ତମାନ ଫ୍ରାନ୍ସର ଲୁସିଲ୍ ରେଣ୍ଡନ୍ ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତି ହୋଇପାରିଛନ୍ତି, ତାଙ୍କ ବୟସ ୧୧୮ ବର୍ଷ ୭୩ ଦିନ।

କେନ୍ ତନାକା ଚକୋଲେଟ୍ ଏବଂ ସୋଡା ଖାଇବାକୁ ପସନ୍ଦ କରନ୍ତି। ଏହା ବ୍ୟତୀତ, ସେ ବୋର୍ଡ ଖେଳ ଖେଳୁଥିଲେ ଏବଂ ନର୍ସିଂହୋମ୍‌ରେ କଠିନ ଗଣିତ ପ୍ରଶ୍ନର ସମାଧାନ ମଧ୍ୟ କରୁଥିଲେ।

ତନାକାଙ୍କର ନଅ ଭାଇଭଉଣୀ ଥିଲେ। ସେ ୧୯୨୨ମସିହାରେ ୧୯ ବର୍ଷ ଥିବା ବେଳେ ହାଇଡିଓ ତନାକାଙ୍କୁ ବିବାହ କରିଥିଲ। ସେମାନଙ୍କର ଚାରି ସନ୍ତାନ ଥିବା ବେଳେ ସେ ଏକ ପଞ୍ଚମ ସନ୍ତାନ ଗ୍ରହଣ କରିଥିଲେ।

Ajab Gajab Ajab Gajab News
Advertisment
Advertisment