Advertisment

ମହାକାଶରେ ବ୍ୟାୟାମ, ଲୋକେ ଦେଖି ଆଶ୍ଚର୍ଯ୍ୟ

ଜଣେ ମହାକାଶଚାରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ନିଜେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍‌ରେ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି। ଭିଡିଓଟି ଟ୍ୱିଟର ଆକାଉଣ୍ଟ @ Thom_astro ଙ୍କ ଦ୍ୱାରା ସେୟାର କରାଯାଇଛି।

author-image
Pramod Behera
Workout in space

Workout in space

ନୂଆଦିଲ୍ଲୀ: ଜଣେ ମହାକାଶଚାରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ନିଜେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍‌ରେ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି। ଭିଡିଓଟି ଟ୍ୱିଟର ଆକାଉଣ୍ଟ @ Thom_astro ଙ୍କ ଦ୍ୱାରା ସେୟାର କରାଯାଇଛି।

Advertisment

ଏହି ଭିଡିଓରେ ଜଣେ ମହାକାଶଚାରୀ ମହାକାଶରେ ୱାର୍କଆଉଟ୍ କରୁଥିବା ଦେଖାଯାଉଛ। ତାଙ୍କ ନାମ ଥୋମାସ୍ ପେସ୍କ୍ୱେଟ୍ ବୋଲି ଜଣାପଡିଛି। ପେସ୍କ୍ୱେଟ୍ ଜଣେ ଫରାସୀ ମହାକାଶଚାରୀ। ରିପୋର୍ଟ ଅନୁଯାୟୀ, ସେ ମିଶନ ଆଲ୍‌ଫା ପାଇଁ ତାଲିମ ନେଉଛନ୍ତି। ତାଙ୍କର ଏହି ମିଶନ୍ ହେଉଛି ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ପାଇଁ ଦ୍ୱିତୀୟ ମିଶନ୍।

Advertisment

ସୂଚନାଯୋଗ୍ୟ ଯେ ପେସ୍କ୍ୱେଟ୍ ପ୍ରାୟତଃ ସୋସିଆଲ୍‌ ମିଡିଆରେ ସ୍ପେସ୍‌ର ଭିଡିଓ ସେୟାର କରନ୍ତି। ଟ୍ୱିଟରରେ ପେସ୍କ୍ୱେଟ୍‌ଙ୍କର ୧.୨ ମିଲିୟନ୍ ଅନୁସରଣକାରୀ ଅଛନ୍ତି। ତେବେ ସେ ଟ୍ୱିଟରରେ ପୋଷ୍ଟ କରିଥିବା ଏହି ୪୧ ସେକେଣ୍ଡର ଭିଡିଓରେ ସେ ଜୋରଦାର ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆ ଉପଭୋକ୍ତାମାନେ ସ୍ପେସ୍‌ରେ ତାଙ୍କର ୱାର୍କଆଉଟ୍ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ଏହି ପୋଷ୍ଟରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଛନ୍ତି।

ପ୍ରକାଶଥାଉ ଯେ ଏହି ଭିଡିଓ ୧୮ ସେପ୍ଟେମ୍ବରରେ ସେୟାର କରାଯାଇଥିଲା। ଏପର୍ଯ୍ୟନ୍ତ ଏହି ଭିଡିଓକୁ ଏକ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କ ଦ୍ୱାରା ଦେଖାଯାଇଛି। ଭିଡିଓଟି ଏ ପର୍ଯ୍ୟନ୍ତ ହଜାର ହଜାର ଲାଇକ୍ ପାଇଛି। ଭିଡିଓ ଦେଖି କେହି ଜଣେ କହିଛନ୍ତି ଯେ ସେମାନେ ମଧ୍ୟ ଏପରି ବ୍ୟାୟାମ କରିବାକୁ ଚାହୁଁଛନ୍ତି। ସେହିପରି ଅନ୍ୟ ଜଣେ ଲେଖିଛନ୍ତି ଯେ ଲୋକମାନେ ତ ପୃଥିବୀରେ ବି ବ୍ୟାୟାମ କରୁ ନାହାନ୍ତି କିନ୍ତି ସେ ମହାକାଶରେ ଏହା କରୁଛନ୍ତି। ତେବେ ଫିଟ୍‌ନେସ୍ ପ୍ରତି ତାଙ୍କର ଉତ୍ସର୍ଗୀକୃତତାକୁ ସମସ୍ତ ଉପଭୋକ୍ତା ପ୍ରଶଂସା କରିଛନ୍ତି।

Science Workout In Space
Advertisment
Advertisment