Advertisment

ଝୁମ୍ପୁଡିର ମୂଲ୍ୟ ୨ କୋଟି; ନା ଅଛି ପାଣି ନା ବିଜୁଳି

ସମୁଦ୍ର ତଟରେ ଥିବା ଏକ କାଠ ଝୁମ୍ପୁଡିକୁ ୨ କୋଟିରେ ବିକ୍ରି ହେଉଛି। ଏଠାରେ ନା ଅଛି ପାଣିର ସୁନିଧା ନା ଅଛି ବିଦ୍ୟୁତ୍। ଏପରିକି ଏଠାରୁ ପାଣି ବାହାର କରିବାକୁ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। ତେବେ କାହିଁକି ଏତେ ଦାମ୍?

author-image
Pramod Behera
Wooden beach hut in market for 2 crores

Wooden beach hut in market for 2 crores

ଆଜିର ଦୁନିଆରେ ଯଦି କୌଣସି ଏକ ଜିନିଷ ପାଇବା ସବୁଠାରୁ କଷ୍ଟକର, ତେବେ ଏହା ହେଉଛି ମନ ମୁତାବକ ସମ୍ପତ୍ତି। ଲୋକେ କେତେବେଳେ ଜାଗାକୁ ଦେଖି ଘର ସହ ବୁଝାମଣା କରେ ତ ପୁଣି କେତେବେଳେ ଘରକୁ ଦେଖି ଜାଗା ସହ ବୁଝାମଣା କରେ। ଏମିତି ବି ଦେଖାଯାଏ ଯେ ଆତି ଛୋଟ ଛୋଟ ଘର କୋଟି କୋଟି ଟଙ୍କରେ ବିକ୍ରି ହେବାର। ବର୍ତ୍ତମାନ ଝୁମ୍ପୁଡି କୋଟି କୋଟି ଟଙ୍କାରେ ବିକ୍ରି କରାଯାଉଥିବା ଦେଖାଯାଉଛି।

Advertisment

ବ୍ରିଟେନର ଯେକୌଣସି ସହରରେ ରହିବାକୁ ହେଲେ ଲୋକଙ୍କୁ ଉଚ୍ଚା ଭଡା ଦେବାକୁ ପଡିଥାଏ। ଯଦି ତୁମେ ସମୁଦ୍ରର ସିଧାସଳଖ ଦୃଶ୍ୟ ଦେଖିବାକୁ ଚାହୁଁଛ, ତେବେ ଏହାର ମୂଲ୍ୟ ଏତେ ବଢିଯାଏ ଯେ ଗୋଟିଏ ଝୁମ୍ପୁଡି ବାବଦକୁ ମଧ୍ୟ କୋଟି କୋଟି ଟଙ୍କା ଦେବାକୁ ହୁଏ। ନର୍ଥ ୱେଲ୍ସର ସମୁଦ୍ର ତଟରେ ଥିବା ଏକ କାଠ ଝୁମ୍ପୁଡି ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବରେ ୨ କୋଟିରେ ବିକ୍ରି ହେଉଛି।

ରିପୋର୍ଟ ଅନୁଯାୟୀ, ନର୍ଥ ୱେଲ୍ସର ଗ୍ୱାୟନେରେ ସମୁଦ୍ର କୂଳରେ ଏକ କାଠ ତିଆରି ଝୁମ୍ପୁଡି ରହିଛି। ଯେହେତୁ ଏହା ଏହି ଅଞ୍ଚଳର ସବୁଠାରୁ ମହଙ୍ଗା ବେଳାଭୂମି, ଏଠାରେ ନିର୍ମିତ ଏହି ଝୁମ୍ପୁଡିର ମୂଲ୍ୟ ମଧ୍ୟ କୋଟି କୋଟି ଟଙ୍କା। ସ୍ଥାନୀୟ ଏଜେଣ୍ଟଙ୍କ ଅନୁଯାୟୀ, ଏପରି ଏକ କାଠ ଝୁମ୍ପୁଡି ପାଇବା ସହଜ କଥା ନୁହେଁ। ଏହା ଏକ ଘରୋଇ ଡେକ୍ ପରି, ଯେଉଁଠାରୁ ସମୁଦ୍ରର ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳେ। ଯେଉଁଠାରେ ଏହା ନିର୍ମିତ ହୋଇଛି, ଏହା ହେଉଛି ୱେଲ୍ସର ପ୍ରସିଦ୍ଧ ଛୁଟିକାଟିବାର ଜାଗା। ଏନେଇ ଏହି କାଠ ଝୁମ୍ପୁଡିର ମୂଲ୍ୟ ଆକାଶଛୁଆଁ।

Advertisment

ଯେତେବେଳେ କୌଣସି ବି ଜିନିଷ ୨କୋଟିରୁ ଅଧିକ ଭାରତୀୟ ମୁଦ୍ରାରେ ବିକ୍ରି ହୁଏ, ସେତେବେଳେ ଏହା ସହ ଜଡିତ ସୁବିଧାଗୁଡିକ ଜାଣିବା ନିହାତି ଆବଶ୍ୟକ ପଡେ। ତେବେ ସବୁଠୁ କୌତୁହଳରର କଥା ହେଉଛି, ଏହି ଝୁମ୍ପୁଡିଟିରେ ପର୍ଯ୍ୟାପ୍ତ ପରିମାଣର ଷ୍ଟୋରେଜ୍ ଅଛି ଏବଂ ଏହା ନିକଟରେ ବେଳାଭୂମି କାଫେ ଏବଂ ସ୍ଥାନୀୟ ୟାଟ୍ କ୍ଲବ୍ ରହିଛି। କିନ୍ତୁ ଏହ ବ୍ୟତୀତ ଅନ୍ୟ କୌଣସି ସୁବିଧା ନାହିଁ।

ଏଠାରେ ନା ଅଛି ପାଣିର ସୁନିଧା ନା ଅଛି ବିଦ୍ୟୁତ୍। ଏପରିକି ଏଠାରୁ ପାଣି ବାହାର କରିବାକୁ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। ଟ୍ୱିଟରରେ ଜଣେ ବ୍ୟକ୍ତି ମଜ୍ଜାଳିଆ ଢଙ୍ଗରେ ଲେଖିଛନ୍ତି ଯେ - ଏଠାରେ ଏକ ଲଗ୍ଜରୀ କାର ପାର୍କିଂ କରିବାକୁ ସ୍ଥାନ ରହିବ କି? ତେବେ ଏଯାଏ କୌଣସି ଲୋକ ଏତେ ମହଙ୍ଗା ଝୁମ୍ପୁଡି କିଣିବାକୁ ବିଶେଷ ଆଗ୍ରହ ଦେଖାଇ ନାହାଁନ୍ତି।

Ajab Gajab
Advertisment
Advertisment