Wood worth lakhs of rupees gutted as massive fire breaks out at saw mill in Puri
ସ’ ମିଲ୍ରେ ଭୟଙ୍କର ଅଗ୍ନିକାଣ୍ଡ। ପୁରୀ ନବକଳେବର ରୋଡ୍ ସ୍ଥିତ ଶ୍ରୀଜଗନ୍ନାଥ ଟିମ୍ବରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଶାଳ, ପିଆଶାଳ, ଆକାଶିଆ ଭଳି ବହୁ ମୂଲ୍ୟବାନ କାଠ ପୋଡ଼ି ପାଉଁଶ ହୋଇ ଯାଇଛି। ଲକ୍ଷାଧିକ ଟଙ୍କା ମୂଲ୍ୟର ଏହି କାଠ ସବୁ ଟିମ୍ବର କାରଖାନାରେ ଥିବାବେଳେ ଗତକାଲି ରାତିରେ ନିଆଁ ଲାଗି ଯାଇଥିଲା। ୩୦ରୁ ୪୦ରୁ ଟ୍ରକ୍ କାଠ ପୋଡ଼ି ପାଉଁଶ ହୋଇଯାଇଛି।
ଅଧିକ ପଢ଼ନ୍ତୁ: ଯାଜପୁରରେ ଭୟାବହ ଅଗ୍ନିକାଣ୍ଡ, ହୁତ୍ ହୁତ୍ ଜଳିଲା କବାଡ଼ି ଗୋଦାମ
ପ୍ରାୟ ୫ ଘଣ୍ଟାରୁ ଅଧିକ ସମୟ ଯାଏ ହୁତ୍ ହୁତ୍ ହୋଇ ଜଳିଥିଲା ସମ୍ପୂର୍ଣ୍ଣ ସ’ ମିଲ୍। ଚାହୁଁ ଚାହୁଁ ସବୁ କିଛି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମବାହିନୀ ଓ ସ୍ଥାନୀୟ ବାସିନ୍ଦା ଲାଗିଥିଲେ। ପୁରୀ, ବ୍ରହ୍ମଗିରି, ସତ୍ୟବାଦୀର ୭ରୁ ଅଧିକ ଅଗ୍ନିଶମ ଗାଡ଼ି ନିଆଁକୁ ଆୟତ୍ତ କରିବାକୁ ଲାଗିଥିଲା। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ଦୂର ଦୂର ଯାଏ ଧୂଆଁମୟ ହୋଇଥିଲା ପୁରା ପରିବେଶ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1671070827.jpg)