Advertisment

୪୦ ଲକ୍ଷର ଚାକିରୀ ଛାଡି କାମବାଲୀ ହେଲେ ମହିଳା

୨୦୦୧ରେ ଏକ ବ୍ୟାଙ୍କ୍‌ରେ ଗ୍ରାହକ ସେବା ପ୍ରତିନିଧୀ ଭାବରେ ଚାକିରୀ ଆରମ୍ଭ କରିଥିଲେ। ସେତେବେଳେ ତାଙ୍କର ବାର୍ଷିକ ଦରମା ୧୫ ଲକ୍ଷ ଟଙ୍କା ଥିଲା। ୨୦୧୭ ପଦୋନ୍ନତି ହୋଇଥିଲା ଏବଂ ତାଙ୍କ ବାର୍ଷିକ ଦରମା ୪୦ଲକ୍ଷ ଟଙ୍କା ହୋଇଯାଇଥିଲା। ପରେ ସେ ଏହାକୁ ଛାଡି କାମବାଲୀ ହୋଇଥିଲେ। ଜାଣନ୍ତୁ କାରଣ…

author-image
Pramod Behera
ଅଦ୍ୟତନ ହୋଇଛି
Woman started working as cleaner left 40 lak rupees salary

Woman started working as cleaner left 40 lak rupees salary

ପ୍ରତ୍ୟେକ ବ୍ୟକ୍ତି ମାଟା ଅଙ୍କର ରୋଜଗାର ବାଲା ଚାକିରି ସହିତ ବିଳାସପୂର୍ଣ୍ଣ ଜୀବନ ଓ ସୁଖୀ ପରିବାର ପାଇବାକୁ ଚାହାଁନ୍ତି। ଏମିତି ଜୀବନ ପାଇଁ କେତେକ ଲୋକ କଠିନ ପରିଶ୍ରମ କରୁଥିବା ବେଳେ ଆଉ କେତେକ କେବଳ ସ୍ୱପ୍ନ ଦେଖନ୍ତି। କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି ଯିଏ ଜଣେ କାମବାଲୀ ହେବାକୁ ସ୍ୱପ୍ନ ଦେଖୁଥିଲେ। ତାଙ୍କର ଏହି ସ୍ୱପ୍ନକୁ ସାକାର କରିବା ପାଇଁ ମହିଳା ଜଣକ ୪୦ ଲକ୍ଷ ଟଙ୍କା ପାଉଥିବା ଚାକିରୀକୁ ଛାଡିଦେଲେ।

Advertisment

କ୍ଲେୟର୍ ବର୍ଟନ୍ ନାମକ ଜଣେ ମହିଳା ଅନ୍ୟମାନଙ୍କ ଘର ସଫା କରିବାରେ ଆନନ୍ଦିତ ହୁଅନ୍ତି। ୨୦୦୧ ମସିହାରେ କ୍ଲେୟର୍ ଏକ ବ୍ୟାଙ୍କ୍‌ରେ ଗ୍ରାହକ ସେବା ପ୍ରତିନିଧୀ ଭାବରେ ଚାକିରି ଆରମ୍ଭ କରିଥିଲେ। ସେତେବେଳେ ତାଙ୍କର ବାର୍ଷିକ ଦରମା ୧୫ ଲକ୍ଷ ଟଙ୍କା ଥିଲା। ସେହି ସମୟରେ, କ୍ଲେୟର୍ ତାଙ୍କ ପ୍ରେମିକ ଡେଭ୍‌ଙ୍କ ସହ ରହୁଥିଲେ, ଯାହାଙ୍କ ସହ ସେ ୧୯୯୬ ମସିହାରୁ ସମ୍ପର୍କରେ ଥିଲେ।

୨୦୦୩ ମସିହାରେ ଦୁହେଁ ବିବାହ କରିଥିଲେ ଏବଂ ସେମାନେ ସୁଖରେ ଜୀବନଯାପନ କରୁଥିଲେ। ୨୦୧୭ ମସିହା ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା ଏବଂ କ୍ଲେୟରଙ୍କର ମଧ୍ୟ ପଦୋନ୍ନତି ହୋଇଥିଲା ଏବଂ ତାଙ୍କ ବାର୍ଷିକ ଦରମା ୪୦ଲକ୍ଷ ଟଙ୍କା ହୋଇଯାଇଥିଲା। ସେହି ବର୍ଷ ତାଙ୍କ ପିତା କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ। କିନ୍ତୁ ଯେତେବେଳେ ତାଙ୍କ ସ୍ୱାମୀ ତାଙ୍କ ହାତ ଛାଡିଦେଲେ କ୍ଲେୟର୍ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ। ତାଙ୍କର ସୁଖର ସଂସାର ଧ୍ୱଂସ ହୋଇଯାଇଥିଲା।

Advertisment

ସେ ତାଙ୍କର ଉଦାସୀନତାରୁ ବାହାରିବା ପାଇଁ ନିଜେ ଘର ସଫା କରିବା ଆରମ୍ଭ କଲେ। ତା’ପରେ ସେ ଇନ୍‌ଷ୍ଟାଗ୍ରାମ୍‌ର ଏପରି ଏକ ଯୋଗ ଦେଇଥିଲେ ଯେଉଁଥିରେ ଘର ସଫା କରିବା ସମ୍ବନ୍ଧୀୟ ଭିଡିଓ ସେୟାର କରାଯାଉଥିଲା। ଏହି ସବୁ ଭିଡିଓ ଦେଖି ସେ ନିଜେ ସେହି କାମ କରିବା ପାଇଁ ମନ ବଳେଇଥିଲେ।

ଗତ ବର୍ଷ ଯେତେବେଳେ ଲୋକମାନେ କରୋନା ଯୋଗୁଁ ଚାକିରୀ ହରାଇବା ଆରମ୍ଭ କରିଥିଲେ, କ୍ଲେୟର୍ ମଧ୍ୟ ଏହାର ଏକ ସଙ୍କେତ ପାଇଥିଲେ। ତେଣୁ ସେ ସଙ୍ଗେ ସଙ୍ଗେ ଚାକିରୀ ଛାଡି ଘର ସଫା କରିବା କାମ ଆରମ୍ଭ କଲେ। ସେ ଏକ ଏଜେନ୍ସିରେ ଯୋଗ ଦେଇଥିଲେ ଯାହା ମାଧ୍ୟମରେ ସେ ତାଙ୍କର ପ୍ରଥମ କ୍ଲାଏଣ୍ଟ ପାଇଥିଲେ। ଘର ସଫା କରିବା ପରେ, କ୍ଲେୟରଙ୍କୁ ଏତେ ଆରାମ ଲାଗିଥିଲା ଯେ ସେ ତାଙ୍କର ଏହି ନୂଆ କାମ କରିବାରେ ଆନନ୍ଦ ପାଇଲେ।

ବର୍ତ୍ତମାନ ତାଙ୍କର ୬ଟି ଗ୍ରାହକ ଅଛନ୍ତି ଏବଂ ଯେତେବେଳେ ସେ ଘର ସଫା କରନ୍ତି, ଅଫିସ୍‌ରେ ମେଲ୍ ପଠାଇବା ଅପେକ୍ଷା ସେ ଅଧିକ ଆନନ୍ଦ ପାଆନ୍ତି। ଯଦିଓ ବର୍ତ୍ତମାନ ସେ ଗୋଟିଏ ମାସରେ ନିଜର ପୁରୁଣା ଦରମାଠାରୁ ୭୦ ପ୍ରତିଶତ କମ୍ ରୋଜଗାର କରନ୍ତି କିନ୍ତୁ ସେ ଏହି ଚାକିରିରେ ବହୁତ ଖୁସି। ବର୍ତ୍ତମାନ ସେ ତାଙ୍କ ବୃଦ୍ଧ ମା’ ଏବଂ ଭଉଣୀ ସହିତ ଅଧିକ ସମୟ ବିତାଇବାର ସୁଯୋଗ ପାଉଛନ୍ତି।

Ajab Gajab
Advertisment
Advertisment