Advertisment

‘ସ୍ତ୍ରୀର ଅଧିକାର ନମିଳିବା ଯାଏ, ମୁଁ ଏମିତି ତାଙ୍କ ଘର ଆଗରେ ଧାରଣା ଦେବି’

ପତ୍ନୀର ମାନ୍ୟତା ଦାବି ନେଇ ଦେଢ ବର୍ଷର ଶିଶୁକୁ ଧରି ଶାଶୁ ଘର ଆଗରେ ଧାରଣାରେ ବସି ରହିଛନ୍ତି ଜଣେ ମହିଳା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଏହି ଘଟଣା ଘଟିଛି।

author-image
Rajalaxmi Sahoo
Woman stages sit-in outside boyfriend's home demanding marriage

Woman stages sit-in outside boyfriend's home demanding marriage

‘ଯେତେଦିନ ଯାଏ ମୋ ସ୍ୱାମୀ ମୋତେ ସ୍ତ୍ରୀର ଅଧିକାର ଦେଇ ନାହାନ୍ତି ସେତେଦିନ ଯାଏ ମୁଁ ଏମିତି ତାଙ୍କ ଘର ଆଗରେ ଧାରଣାରେ ବସିବି। ତାଙ୍କ ବାପାମା’ ତାଙ୍କୁ ସପୋର୍ଟ କରୁ ନାହାନ୍ତି, କାରଣ ସେମାନଙ୍କ ଉପରେ ମୋ ସ୍ୱାମୀ ନିର୍ଭରଶୀଳ। ଏଥିପାଇଁ ମୋ ସ୍ୱାମୀ ମୋତେ ଆଉ ମୋ ଛୁଆକୁ ଗ୍ରହଣ କରୁ ନାହାନ୍ତି।’ ପତ୍ନୀର ମାନ୍ୟତା ଦାବି ନେଇ ଦେଢ ବର୍ଷର ଶିଶୁକୁ ଧରି ଶାଶୁ ଘର ଆଗରେ ଧାରଣାରେ ବସି ରହିଛନ୍ତି ଜଣେ ମହିଳା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଏହି ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ଗତ ୪ ଦିନ ହେଲା ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହିରେ ଦୀପିକା ନାମକ ଜଣେ ମହିଳା ଶାଶୁ ଘର ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ବଡ଼ବଜାର ଥାନା ପକ୍ଷରୁ ତାଙ୍କୁ ସୁରକ୍ଷା ଦିଆଯାଇଥିବା ବେଳେ ମହିଳାଙ୍କୁ ବଡ଼ବଜାର ପୋଲିସ ପଚରାଉଚରା ମଧ୍ୟ କରୁଛି। 

ଦୀପିକାଙ୍କ ସୂଚନା ଅନୁଯାୟୀ,  ଦେଶୀ ବେହେରା ସାହିର ଜଣେ ଯୁବକଙ୍କ ସହ ତାଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଏହାପରେ ସେ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ହେଲେ ଏହା ପରେ ସ୍ୱାମୀ ତାଙ୍କ ସହ ଆଉ କୌଣସି ସମ୍ପର୍କ ରଖିନଥିଲେ। ଏପରିକି ତାଙ୍କ ସ୍ୱାମୀଙ୍କ ଅନ୍ୟତ୍ର ବିବାହ ସ୍ଥିର ହୋଇଥିବା କଥା ଦୀପିକା ଅଭିଯୋଗ କରିଛନ୍ତି। ଏହାହା ଜାଣିବା ପରେ ଦୀପିକା ଶିଶୁ ପୁତ୍ରକୁ ଧରି ଯୁବକଙ୍କ ଘର ଆଗରେ ଧାରଣା ଦେଇଛନ୍ତି। ଖବର ଲେଖାଯିବା ସୁଦ୍ଧା ସମ୍ପୃକ୍ତ ଯୁବକ କିମ୍ବା ତାଙ୍କ ପରିବାର ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନି।  

Advertisment

Woman Stages Dharna
Advertisment
Advertisment