Advertisment

ଚାକିରି ନ ମିଳିବାରୁ ଶେଷରେ କେକ୍‌ ଉପରେ ପ୍ରିଣ୍ଟ୍ କଲେ ନିଜ ବାୟୋଡାଟା

ଚାକିରି ପାଇଁ ମହିଳାଙ୍କ ଅଜବ ରିଜ୍ୟୁମ୍। ନିଜ ସୃଜନଶୀଳତା ଦେଖେଇବା ନେଇ କେକ୍‌ରେ ପ୍ରିଣ୍ଟ୍ କଲେ ନିଜ ବାୟୋଡାଟା। ଏହାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା।

author-image
Pramod Behera
ଅଦ୍ୟତନ ହୋଇଛି
Woman print her resume on cake to show her crative skill

Woman print her resume on cake to show her crative skill

ଆଜିକାଲି ଚାକିରିଟିଏ ପାଇବା କେତେ କଷ୍ଟ ତାହା ଯିଏ ଖୋଜୁଛି ସିଏ ଜାଣିଛି। ଏମିତିରେ ବି ଚାକିରି ପାଇଁ ରିଜ୍ୟୁମ୍ ତିଆରି କରିବା କେତେ କଷ୍ଟକର ତାହା ସମସ୍ତେ ଜାଣନ୍ତି। ଆମେ ସମସ୍ତେ ଜାଣୁ ଯେ ଗୋଟେ ଭଲ ଚାକିରି ପାଇବାକୁ, ଆମ ରିଜ୍ୟୁମ୍ ସ୍ୱତନ୍ତ୍ର ହେବା ଆବଶ୍ୟକ, ଯାହା ଫଳରେ ଅନ୍ୟମାନଙ୍କ ତୁଳନାରେ ଏହା ବାରି ହୋଇପଡୁଥିବ।

Advertisment

ଏବେ ଏମିତି ଏକ ଅଜବ କାରନାମା ଜଣେ ମହିଳା କରିଛନ୍ତି। ଚାକିରି କ୍ଷେତ୍ରରେ ସେ ତାଙ୍କର ସୃଜନଶୀଳ ଦକ୍ଷତାକୁ ସ୍ୱତନ୍ତ୍ର ଭାବେ ଦେଖେଇଛନ୍ତି। ସେ ତାଙ୍କ ରିଜ୍ୟୁମ୍‌କୁ ଏକ କେକ୍ ଉପରେ ଛାପି ଦେଖେଇ ଦେଇଛନ୍ତି। ତାହା ପୁଣି ଏକ ସତସତିକା କେକ୍‌ରେ।

ଉତ୍ତର କାରୋଲିନାର କାର୍ଲି ପାଭଲିନେକ୍ ବ୍ଲାକ୍‌ବର୍ଣ୍ଣ ଏକ ଫଟୋ କେକ୍ ଅର୍ଡର କରିଥିଲେ, ଯେଉଁଥିରେ ସେ ତାଙ୍କ ରିଜ୍ୟୁମ୍ ରଖିବାକୁ କହିଥିଲେ ଏବଂ ଏହାକୁ ଉତ୍ତର କାରୋଲିନାର ବିଭରଟନ୍, ଓରେଗନ୍‌ର ନାଇଭ କମ୍ପାନୀକୁ, ପଠାଇଥିଲେ।

Advertisment

ତାଙ୍କ କେକ୍ ରିଜ୍ୟୁମର କାହାଣୀକୁ ଶେୟାର କରି କାର୍ଲୀ ତାଙ୍କ ଲିଙ୍କ୍‌ଡଇନ୍ ପୋଷ୍ଟ୍‌ରେ ଲେଖିଛନ୍ତି ଯେ “ସେମାନେ ବର୍ତ୍ତମାନ ସେହି ଟିମ୍‌ରେ କୌଣସି ପଦବୀ ପାଇଁ ନିଯୁକ୍ତି ଦେଉ ନାହାଁନ୍ତି, କିନ୍ତୁ ମୁଁ କିଏ ତାହା ଟିମକୁ ଜଣେଇବା ପାଇଁ ଏକ ଉପାୟ ଖୋଜିବାକୁ ଚାହୁଁଥିଲି।”

ତାଙ୍କ କହିବା କଥା, "ମୁଁ ମୋର ପୂର୍ବତନ ସହକର୍ମୀ ଟ୍ରେଣ୍ଟ୍‌ ଗାଣ୍ଡରଙ୍କ ସହ ବିଚାର ବିମର୍ଶ କରୁଥିଲି। ଯେତେବେଳେ ସେ କହିଥିଲେ,"କାର୍ଲି...କିଛି ଭଲ କର, ଏହା ଏକ ସୃଜନଶୀଳ ଜାଗା। ତେବେ କିଛି କରି ସୃଜନଶୀଳ ଉପାୟରେ ଦେଖାଅ!"

ତେବେ ଏକ କେକ୍ ଅର୍ଡର କରିବା ଠାରୁ ଆରମ୍ଭ କରି ଏହାକୁ ନିଜ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ଏହାକୁ ସମ୍ପୂର୍ଣ୍ଣ କାହାଣୀ ଶୁଣାଇ କାର୍ଲୀ ତାଙ୍କ ଡେଲିଭରୀ ଏଜେଣ୍ଟ ଡେନିସ୍ ବାଲଡୱିନ୍‌ଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି, ଯିଏ ନିଶ୍ଚିତ କରିଛନ୍ତି ଯେ ସୃଜନଶୀଳ ରିଜ୍ୟୁମ୍ ଠିକ୍ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବ।

କାର୍ଲୀ ତାଙ୍କ ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି ଯେ ଡେନିସ୍ ମଧ୍ୟ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଏବଂ “କିଛି ଭଲ କରିବାର କ୍ଷମତା ଏବଂ ଦକ୍ଷତା”କୁ ଚିହ୍ନି ପାରିଥିଲେ।

Ajab Gajab Trending Story
Advertisment
Advertisment