Advertisment

‘ମୋ ସ୍ୱାମୀ ମୋତେ ତାଙ୍କ ସହ ନ ନେବା ଯାଏ ମୁଁ ଧାରଣା ଦେବି’

ନିଜକୁ ବୋହୂ ବୋଲି ଦାବି କରି ଶ୍ୱଶୁର ଘରେ ପ୍ରବେଶ ଜିଦ୍‌ରେ ଅଟଳ ଯୁବତୀ। ୩ ଦିନ ହେଲାଣି ବଧୂ ବେଶ ସାଜି ଶ୍ୱଶୁର ଘର ସାମ୍ନାରେ ବସିଛନ୍ତି ଯୁବତୀ। ହେଲେ ଯୁବତୀ ଜଣକ କରୁଥିବା ଦାବି ବର୍ତ୍ତମାନ ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman Holding Dharna Outside Groom's Home

Woman Holding Dharna Outside Groom's Home

ବ୍ରହ୍ମପୁର: ନିଜକୁ ବୋହୂ ବୋଲି ଦାବି କରି ଶ୍ୱଶୁର ଘରେ ପ୍ରବେଶ ଜିଦ୍‌ରେ ଅଟଳ ଯୁବତୀ। ୩ ଦିନ ହେଲାଣି ବଧୂ ବେଶ ସାଜି ଶ୍ୱଶୁର ଘର ସାମ୍ନାରେ ବସିଛନ୍ତି ଛତ୍ରପୁର ଅଞ୍ଚଳର ଡିମ୍ପଲ ଦାଶ।। ନ୍ୟାୟ ପାଇଁ ସେ ଥଣ୍ଡା କାକରରେ ସହି ଧାରଣା ଦେଇଛନ୍ତି। ସ୍ୱାମୀ ତାଙ୍କୁ ନିଜ ସ୍ତ୍ରୀ ଭାବେ ଗ୍ରହଣ କରିବା ସହ ଶ୍ୱଶୁର ଘର ଲୋକେ ବୋହୂ ଭାବେ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଏନେଇ ସେ ବ୍ରହ୍ମପୁର ବ୍ରହ୍ମାନଗର ଅଞ୍ଚଳ ପ୍ରମୋଦ ସାହୁଙ୍କ ଘର ସାମ୍ନାରେ ବସି ଡିମ୍ପଲ ଧାରଣା ଦେଉଛନ୍ତି।

Advertisment

ହେଲେ ଯୁବତୀ ଜଣକ କରୁଥିବା ଦାବି ବର୍ତ୍ତମାନ ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ। ପ୍ରମୋଦଙ୍କ ପରିବାର ବିରୋଧରେ ଅଭିଯୋଗ ଆଣି ଡିମ୍ପଲ କହିଛନ୍ତି, ତାଙ୍କ(ପ୍ରମୋଦ ସାହୁ)ସାନ ପୁଅ ଡାକ୍ତର ସୁମିତ ସାହୁଙ୍କୁ ସେ ୨୦୨୦ ସେପ୍ଟେମ୍ବର ୭ ତାରିଖରେ କୋର୍ଟ ମ୍ୟାରେଜ୍ କରିଥିଲେ। ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପ ଘରକୁ ପଠାଇ ଦେଇଥିଲେ। ଏହାପରେ ଶ୍ୱଶୁର ଘର ଲୋକେ ତାଙ୍କୁ ଠକି ଚାଲିଛନ୍ତି। ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ବି କଥା ରଖିନଥିବାରୁ ସେ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଛନ୍ତି ବୋଲି ଡିମ୍ପଲ କହିଛନ୍ତି।

ଯୁବତୀ ଜଣକ ଆହୁରି କହିଛନ୍ତି, ‘ ବୈଦିକ ରୀତିରେ ବିବାହ ପାଇଁ ଶ୍ୱଶୁର ଘର ଲୋକ ତାରିଖ ଦେଇଥିଲେ। ଏଥିପାଇଁ ବିବାହ ସାମଗ୍ରୀ ମଧ୍ୟ କିଣା ସାରିଥିଲା। ହେଲେ ଏହାପରେ ଶ୍ୱଶୁର ଘର ଲୋକେ କଥା ଦେଇ କଥା ରଖିନଥିଲେ ଓ ଠକି ଚାଲିଛନ୍ତି। ୨ ବର୍ଷ ହେଲାଣି ମୋର ବାହାଘର ସରିଛି। ଯେପର୍ଯ୍ୟନ୍ତ ମୋ ସ୍ୱାମୀ ମୋତେ ତାଙ୍କ ସହ ନ ନେବେ ସେପର୍ଯ୍ୟନ୍ତ ମୁଁ ଧାରଣା ଦେବି।’

Advertisment

ଗତକାଲି ସନ୍ଧ୍ୟାରେ ଯୁବତୀଙ୍କ ବାପା, ଭାଇଙ୍କୁ ଧାରଣାସ୍ଥଳରୁ ଉଠାଇ ନେଇଥିଲା ପୋଲିସ୍‌। 

Marriage Woman Holding Dharna Bride Groom Court Marriage
Advertisment
Advertisment