Advertisment

ପର୍ସରେ ଧରି ବୁଲୁଥିଲେ ୪୧ ଲକ୍ଷ ଟଙ୍କା; ମହିଳାଙ୍କୁ ନଥିଲା ଜଣା

ପର୍ସରେ ଥିଲା ୪୧ ଲକ୍ଷ ଟଙ୍କା। ଏହାକୁ ମାସ ମାସ ଧରି ବୁଲୁଥିଲେ ବି ମହିଳାଙ୍କୁ ଜଣା ନଥିଲା। ଯେତେବେଳେ ଜାଣିଲେ ସେ ଖୁସିରେ ପାଗଳ ହୋଇଗଲେ। କିଏ ଏହି ମହିଳା ଆଉ କେଉଁଠିକାର ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Woman had 41 lakh in her purse for over a month with no idea

Woman had 41 lakh in her purse for over a month with no idea

ବେଳେବେଳେ ଭାଗ୍ୟ ନିଜ ସହିତ ଥାଏ କିନ୍ତୁ ଆମକୁ ଜଣା ନଥାଏ। କୌଣସି ଏକ ମୂଲ୍ୟବାନ ଜିନିଷ ନିଜ ପାଖରେ ଥାଇ ବି ଅନେକଙ୍କୁ ଅଜଣା ଥାଏ। ଫଳରେ ଏସବୁ ପାଇବାକୁ ସେମାନେ ଅନ୍ୟତ୍ର ଖୋଜନ୍ତି।

Advertisment

ଜଣେ ମହିଳାଙ୍କ ସହିତ ଏମିତି କିଛି ହୋଇଛି। ସେ ତାଙ୍କ ଭାଗ୍ୟକୁ ମାସ ମାସ ପର୍ଯ୍ୟନ୍ତ ପର୍ସରେ ହିଁ ଧରି ବୁଲୁଥିଲେ କିନ୍ତୁ ତାଙ୍କୁ ଜଣା ନଥିଲା। ତାଙ୍କ ପର୍ସରେ ଥିଲା ୪୧ ଲକ୍ଷ ଟଙ୍କା, ଏହା କିନ୍ତୁ ତାଙ୍କୁ ଜଣା ନଥିଲା। ଏହି କାହାଣୀଟି ଯେତିକି ଅଦ୍ଭୁତ ସେତିକି କୌତୁହଳପୂର୍ଣ୍ଣ ମଧ୍ୟ।

ମଣିଷ ବେଳେବେଳେ ଯେଉଁଠୁ କିଛି ପାଇବାକୁ ଆଶା କରେ ଏବଂ ଅପେକ୍ଷା କରିଥାଏ ଅନେକ ସମୟରେ ସେଠାରୁ ସେମିତି କିଛି ମିଳେ ନାହିଁ। କିନ୍ତୁ ଏମିତି ବି ହୁଏ ଯେଉଁ ଜାଗାରୁ କିଛି ବି ପାଇବାର ଆଶା ନଥାଏ ସେହିଠାରେ ହିଁ ଭାଗ୍ୟର ମୋଡ ଥାଏ। ସେଇଠୁ ହିଁ କିଛି ଅମୂଲ୍ୟ ଜିନିଷ ମିଳିଯାଏ।

Advertisment

ଆମେରିକାର ମିସୌରୀର ଜଣେ ମହିଳା ନିଜ ପର୍ସରେ ୪୧ ଲକ୍ଷ ଟଙ୍କା ଧରି ବୁଲୁଥିଲେ ମଧ୍ୟ ସେ ଏ ବିଷୟରେ ମାସ ମାସ ଧରି କିଛି ଜାଣି ପାରି ନଥିଲେ ଏବଂ ସେ ନିଜ ଭାଗ୍ୟକୁ ଅଲଗା ଜାଗାରେ ଖୋଜୁଥିଲେ।

ମିସୌରୀର ସେଣ୍ଟ୍‌ ଲୁଇସ୍‌ରୁ ଆସିଥିବା ଏହି ମହିଳା ଜୁଲାଇ ୧୬ ପାଇଁ ମଞ୍ଚେଷ୍ଟର ଷ୍ଟୋର୍‌ରୁ ଏକ ଲଟେରୀ ଟିକେଟ୍‌ କିଣି ନିଜ ବ୍ୟାଗ୍‌ରେ ରଖିଥିଲେ। କିଛି ଦିନ ପରେ ସେ ଏହାକୁ ଭୁଲିଯାଇ ଆଉ ସେଠାରୁ ଯାଇ ନଥିଲେ। କିଛି ମାସ ପରେ, ଯେତେବେଳେ ସେ ଅନ୍ୟ ଏକ ଷ୍ଟୋର୍‌କୁ ଯାଇଥିଲେ ତାଙ୍କର ହଠାର ସେ ଟିକେଟ୍ କଥା ମନେ ପଡିଗଲା। ସେତେବେଳେ ସେ ଏହାକୁ ଚାରିଆଡେ ଖୋଜିଥିଲେ। ଶେଷରେ ତାଙ୍କ ପର୍ସରୁ ଏହି ଟିକେଟ୍ ମିଳିଥିଲା। ଯେତେବେଳେ ସେ ଏହାର ରେଜଲ୍ଟ ଜାଣିଲେ ତାଙ୍କ ଗୋଡ ଆଉ ତଳେ ଲାଗିଲା ନାହିଁ। ସେ ଖୁସିରେ ପାଗଳ ହୋଇଗଲେ।

ଯେଉଁ ଲଟେରୀ ଟିକେଟ୍ କଥା ସେ ଭୁଲିଯାଇଥିଲେ କିଏ ଜାଣିଥିଲା ତାହାରି ମାଧ୍ୟମରେ ତାଙ୍କୁ ୪୧ ଲକ୍ଷ ୨୩ ହଜାର ଟଙ୍କାରୁ ଅଧିକ ମିଳିଯିବ ବୋଲି। ସେ ତାଙ୍କର ଏହି ବିଜୟରେ ଲକ୍ଷପତି ହୋଇଯାଇଛନ୍ତି।

ଏମିତି ଭାଗ୍ୟ ବଦଳିବା ଘଟଣା ଯେ କେବଳ ଏହି ମହିଳାଙ୍କ ସହ ହୋଇଛି ତାହା ନୁହେଁ। ନ୍ୟାସ୍‌ନାଲ୍‌ ଲଟେରୀ ଅନ୍ୟ ଜଣେ ଭାଗ୍ୟଶାଳୀ ଗ୍ରାହକଙ୍କ ବିଜୟ ମଧ୍ୟ ଘୋଷଣା କରିଛି, ଯିଏ ଏହା ବଳରେ ମିଲିଏନର୍ ହୋଇଯାଇଛନ୍ତି। ତାଙ୍କୁ ୧୫୦୦ କୋଟି ଟଙ୍କାରୁ ଅଧିକ ପୁରସ୍କାର ମିଳିଛି।

Weird News Ajab Gajab Trending News Viral News
Advertisment
Advertisment