Advertisment

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ହଙ୍ଗାମା, ଆତ୍ମାହୁତି ଦେବା ବେଳେ କାବୁ କଲା ପୋଲିସ

ଆତ୍ମାହୁତି ଦେବା ବେଳେ ମହିଳାଙ୍କୁ କାବୁ କଲା ପୋଲିସ।

author-image
Prangyan Parimita
suicide attempt

suicide attempt

ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ହଙ୍ଗାମା । ଆତ୍ମାହୁତି ଦେବା ବେଳେ କାବୁ କଲା ପୋଲିସ । ମହିଳା ଜଣକ ଭାପୁର ଫାଣ୍ଡି ଅନ୍ତର୍ଗତ କୋଇଲିପଙ୍ଗି ଗାଁର ବୋଲି ଜଣାପଡ଼ିଛି । ତାଙ୍କ ୧୦ ବର୍ଷର ନାବାଳିକା ଝିଅକୁ ପଡୋଶୀ ଘର ଲୋକେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ସେ ଅଭିଯୋଗ କରିଛନ୍ତି ।

Advertisment

ଏ ନେଇ ବିଗତ ଦିନ ମାନଙ୍କରେ ସେ ଭାପୁର ଫାଣ୍ଡି ଅଧିକାରୀ ଓ ଢେଙ୍କାନାଳ ଏସପିଙ୍କୁ ସେ ବାରମ୍ବାର ଗୁହାରୀ କରିଛନ୍ତି । ହେଲେ କେହି ଶୁଣୁ ନଥିବା ସେଅଭିଯୋଗ କରିଛନ୍ତି ମହିଳା ଜଣକ । ଆଜି ଦିନ ପ୍ରାୟ ୧୧ଟା ସମୟ ମହିଳା ଜଣଙ୍କ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେବା ସହିତ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ଖବର ପାଇ ଟାଉନ ପୋଲିସ ପହଞ୍ଚି ମହିଳାଙ୍କୁ କାବୁ କରିବା ସମୟରେ ପ୍ରବଳ ହଙ୍ଗାମା ହୋଇଥିଲା ।

ମହିଳା ଜଣଙ୍କୁ କାବୁ କରିବା ପାଇଁ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। କାର୍ଯ୍ୟାଳୟରେ ଜିଲ୍ଲାପାଳ ଅନୁପସ୍ଥିତ ଥିବା ବେଳେ ମହିଳା ଜଣଙ୍କ ଏବେ ପୋଲିସ ହେପାଜତରେ ଅଛନ୍ତି । ତେବେ ଏ ସମ୍ପର୍କରେ ପୋଲିସର ମତାମତ ମିଳିପାରିନାହିଁ।

Advertisment
Collector Office
Advertisment
Advertisment