• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆର ପାରିରେ ୱିଙ୍ଗ୍ କମାଣ୍ଡର କିରଣ ଶଙ୍କର ସାହୁ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା

ସୂଚନା ଅନୁସାରେ, ଗତ ୪ ବର୍ଷ ଧରି ୱିଙ୍ଗ୍ କମାଣ୍ଡର କିରଣ ଶଙ୍କର ସାହୁ କ୍ୟାନସରରେ ପିଡିତ ଥିଲେ । ଗତ ୧୦ ଦିନ ହେଲା ସେ ଭୁବନେଶ୍ୱରର ଏକ ହସ୍ପିଟାଲରେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ ।

ମୟୁରଭଞ୍ଜ ବାରିପଦାରୁ ବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲେ । ଏହାପରେ ସେ ଖଡ଼ଗପୁର ଆଇଆଇଟିରୁ ମେକାନିକାଲ ଇଞ୍ଜିନିୟରିଂରେ ବିଟେକ ପାସ କରି ୧୯୬୪ ମସିହାରେ ଭାରତୀୟ ବାୟୁସେନାର ଯୋଗ ଦେଇଥିଲେ । କେବଳ ଏତିକି ନୁହେଁ ୱିଙ୍ଗ୍ କମାଣ୍ଡର କିରଣ ଶଙ୍କର ସାହୁ କେନ୍ଦୁଝର ନାଗରିକ ମଂଚର ସଭାପତି ଭାବେ ମଧ୍ୟ ଲୋକଙ୍କ ବିଭିନ୍ନ ଦାବି ପାଇଁ ଲଢ଼ୁଥିଲେ ।