Will Smith Banned From Oscars For 10 Years After Chris Rock Slap
ହଲିଉଡ ଆକ୍ଟର ଓ୍ୱିଲ୍ ସ୍ମିଥଙ୍କୁ ଓସ୍କାର ପୁରସ୍କାର ଉତ୍ସବରେ ସାମିଲ ହେବାକୁ ଲାଗିଲା ବ୍ୟାନ୍ । ଏହି ପୁରସ୍କାର ଉତ୍ସବରେ ୧୦ ବର୍ଷ ପର୍ଯ୍ୟନ୍ତ ସାମିଲ ହୋଇପାରିବେନି ହଲିଉଡ ଷ୍ଟାର ଓ୍ୱିଲ୍ ସ୍ମିଥ୍ । ହଲିଉଡ ଫିଲ୍ମ ଆକାଡେମୀର ବୋର୍ଡ ଅଫ୍ ଗଭର୍ନର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ନିକଟରେ ଶେଷ ହୋଇଥିବା ଓସ୍କର ଆଓ୍ୱାର୍ଡରେ ଖ୍ୟାତନାମା କମେଡିଆନ୍ କ୍ରିସ୍ ରକ୍କୁ ମୁଥ ମାରି ଚର୍ଚ୍ଚାର ଘେରକୁ ଆସିଥିଲେ । ଓ୍ୱିଲ ସ୍ମିଥ୍ ଏହି ଉତ୍ସବରେ କ୍ରିସ୍ ରକ୍କୁ ମୁଥ ମାରିବା କାରଣରୁ ତାଙ୍କୁ ଓସ୍କର ଆଓ୍ୱାର୍ଡରୁ ୧୦ ବର୍ଷ ପର୍ଯ୍ୟନ୍ତ ସାମିଲ ହେବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ସୂଚନା ଅନୁସାରେ, ଓ୍ୱିଲ ସ୍ମିଥ୍ ଓସ୍କାର ସହ ହଲିଉଡ ଆକାଡେମୀ ପକ୍ଷରୁ ଆୟୋଜିତ କୌଣସି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇପାରିବେନି । ୨୦୨୨ ଓସ୍କର ଆଓ୍ୱାର୍ଡ ପ୍ରଦାନ ଉତ୍ସବରେ ହଲିଉଡ ଅଭିନେତା ଓ୍ୱିଲ ସ୍ମିଥ୍ ଷ୍ଟେଜ୍ ଉପରେ କମେଡିଆଲ କ୍ରିସ୍ ରକ୍କୁ ମୁଥ ମାରିଥିଲେ । କ୍ରିସ୍ ରକ୍ ଅଭିନେତା ଓ୍ୱିଲ୍ ସ୍ମିଥଙ୍କ ପତ୍ନୀଙ୍କୁ ଷ୍ଟେଜ୍ ଉପରେ ରହି ଟିପ୍ପଣୀ କରିଥିଲେ । ଏହି କଥାକୁ ନାପସନ୍ଦ କରି କାର୍ଯ୍ୟକ୍ରମ ମଝିରେ ଓ୍ୱିଲ ସ୍ମିଥ୍ ଷ୍ଟେଜ୍ ଉପରକୁ ଯାଇ କ୍ରିସ୍ ରକ୍କୁ ମୁଥ ମାରିଥିଲେ ଏହି ଘଟଣାଟି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)