Advertisment

ରଘୁନାଥ ମହାପାତ୍ରଙ୍କ ଅବର୍ତ୍ତମାନକୁ ପୂରିଲା ବର୍ଷେ, କେତେ ବାଟ ଆଗେଇଛି ଦ୍ୱିତୀୟ କୋଣାର୍କ ସ୍ୱପ୍ନ ?

ଆଜି ବି ପ୍ରତି କ୍ଷଣରେ ମନେ ପକାଉଛନ୍ତି ପରିବାର ଲୋକେ ଓ ସହଯୋଗୀ ଶିଳ୍ପୀ ।

author-image
Prangyan Parimita
ଅଦ୍ୟତନ ହୋଇଛି
Will dream of second Konark Sun temple become reality?

Will dream of second Konark Sun temple become reality?

ସ୍ୱର୍ଗତ ପଦ୍ମଶ୍ରୀ ପଥରଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଅବର୍ତ୍ତମାନକୁ ପୂରିଲା ବର୍ଷେ । ଆଜି ବି ପ୍ରତି କ୍ଷଣରେ ମନେ ପକାଉଛନ୍ତି ପରିବାର ଲୋକେ ଓ ସହଯୋଗୀ ଶିଳ୍ପୀ । କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଚାଲିଲାଣି ଅନବରତ ପଥର ଆଉ ନିହାଣର ସଂଘର୍ଷ । ତେବେ ବର୍ଷେ ପରେ ରଘୁନାଥଙ୍କ ଅଧୁରା ସ୍ୱପ୍ନର ଭବିଷ୍ୟତ କଣ ହେବ ? କେମିତି ବଞ୍ଚିବ ରଘୁନାଥ ମହାପାତ୍ରଙ୍କ ଲିଗାସୀ, କାହିଁକିନା ଜେଜେଙ୍କ ସ୍ୱପ୍ନ ମୋ ସ୍ୱପ୍ନ ବୋଲି କହି ପ୍ରୟାସ ତ ଆରମ୍ଭ କରିଛନ୍ତି ନାତି ସ୍ମିତେଶ, ହେଲେ ବିନା ସରକାରୀ ସହାୟତାରେ ଏହା ଏବେ ଆକାଶ କଇଁଆଁ ଚିଲିକା ମାଛ ପରି ଅସମ୍ଭବ ଭଳି ମନେ ହେଉଛି । କାରଣ ନିଜେ ରଘୁନାଥ ବି ସେତେବେଳେ ଲୋଡିଥିଲେ ସରକାରଙ୍କ ସହୟତା ।

Advertisment

ଠିକ୍ ବର୍ଷକ ତଳେ ଓଡିଶା ସ୍ଥାପତ୍ୟ ପାଇଁ ଆସିଥିଲା ଦୁଖଃଦ ଖବର । ପଦ୍ମଶ୍ରୀ ବିଶିଷ୍ଟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ଖାଲି ରଘୁନାଥ ନୁହେଁ ଦୁଇ ପୁଅଙ୍କୁ ବି ନେଇଯାଇଥିଲା ମହାମାରୀ । ଅନ୍ୟ ଜଣେ ପୁଅର ପୂର୍ବରୁ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏବେ ପରିବାରରେ ପୁରୁଷ କହିଲେ ଖାଲି ନାତି ସ୍ମିତେଶ । ରଘୁନାଥଙ୍କ ମୃତ୍ୟକୁ ବର୍ଷେ ପୂରିଥିବା ବେଳେ, ସେ ତାଙ୍କର କାମ ଜାରି ରଖିଛନ୍ତି ।

ସେଠାରେ ଅନବରତ ଚାଲିଛି ପଥରକୁ ଜୀବନ୍ତ କରିବା କାମ । ସମୟ ଆଉ ଭାଗ୍ୟକୁ ନିନ୍ଦି ହାତରେ ନିହାଣ ଧରି ଗୁରୁଙ୍କ ସ୍ୱପ୍ନକୁ ସତ କରିବାକୁ ପୁଣି ‌ଆରମ୍ଭ ହୋଇଛି ପ୍ରୟାସ । ପୁଣି ଥରେ ପୁରୀ ରୋଡ ସ୍ଥିତ, ୱାର୍କସପ୍ ଆରମ୍ଭ ହୋଇଥିବା ବେଳେ ମଞ୍ଚେଶ୍ୱର ଏବଂ ବାଲେଶ୍ୱର ପଞ୍ଚୁ ଲିଙ୍ଗେଶ୍ୱରରେ ଥିବା ୱାର୍କସପରେ ବି କାମ ଆରମ୍ଭ ହେଲାଣି । ରଘୁନାଥ ତ ମନେ ତ ପଡୁଛନ୍ତି ହେଲେ ଗୁରୁଙ୍କ ପରେ ନାତି ସହ କାନ୍ଧ ମିଳାଇ ଚାଲିବେ ବୋଲି ମନ ସ୍ଥିର କରିସାରିଛନ୍ତି । ନାତି ସ୍ମିତେଶ ବି ଦୃଢମନା । ସରକାରଙ୍କ ସହାୟତା ମିଳିଲେ ଶିଳ୍ପୀଗ୍ରାମ ‌ଆଉ ଦ୍ୱିତୀୟ ସୂର୍ଯ୍ୟ ମନ୍ଦିର ସ୍ୱପ୍ନ ସତ ହେବ ବୋଲି ସେ କହିଛନ୍ତି ।

Advertisment

ଦ୍ୱିତୀୟ କୋଣାର୍କ ବା ଆଦିତ୍ୟ ନାରାୟଣଙ୍କ ମନ୍ଦିର ଲାଗି ସ୍ୱର୍ଗତ ରଘୁନାଥ ମହାପାତ୍ର ପୁରୀ-ଭୁବନେଶ୍ୱର ରାସ୍ତାରେ ପାଖାପାଖି ୫୦ ଏକର ଜମି କିଣିସାରିଥିଲେ । ଆହୁରି ୧୫୦ ଏକର ଆବଶ୍ୟକତା ଥିଲା । ଏଥିପାଇଁ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହାୟତା ମଧ୍ୟ ଲୋଡିଥିଲେ । କୋଣାର୍କ ଚକ୍ର ସହ କାରୁକାର୍ଯ୍ୟ ସମ୍ପନ୍ନ ଖମ୍ବ ବି ତିଆରି ଚାଲିଥିଲା । ଆଶା ରଖିଥିଲେ ୭-୮ ବର୍ଷ ଭିତରେ ସମ୍ପୂର୍ଣ୍ଣ କାମ ସରିଥାନ୍ତା କିନ୍ତୁ ତା ପୂର୍ବରୁ ସବୁ କିଛି ଓଲଟପାଲଟ କରିଦେଲା ମହାମାରୀ । ତେବେ ଏକ କମିଟି କରି ରଘୁନାଥ ମହାପାତ୍ରଙ୍କ ଏହି ସ୍ୱପ୍ନକୁ ସତ କରିବାକୁ ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ଭାସ୍କଯର୍ୟ ଶିଳ୍ପୀ ପ୍ରଭାକର ମହାରଣା ।

Second Konark Raghunath Mohapatra Covid Death In Odisha
Advertisment
Advertisment