• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୀର୍ଘ ଦୁଇବର୍ଷର କଟକଣା ପରେ ଟିକେ ହସ ଫୁଟିଛି । ଏଥର ଦୀପାବଳିରେ ଭଲ ବ୍ୟବସାୟର ଆଶା ଥିଲା । ହେଲେ ବାଣ ବ୍ୟବସାୟୀଙ୍କ ମନରେ ଏବେ ନିରାଶାର ଭାବ କାହିଁକି ନା ବାତ୍ୟା ଓଡ଼ିଶା ମୁହାଁ ହେଉନଥିଲେ ମଧ୍ୟ ଏହାର ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦୀପାବଳି ବତୁରିଯିବା ଆଶଙ୍କାକୁ ନେଇ ବାଣ କିଣିବେ କି ନାହିଁ ଗ୍ରାହକ ଚିନ୍ତା କରିପାରୁ ନାହାନ୍ତି । କିନ୍ତୁ ଏହାକୁ ନେଇ ଚିନ୍ତାରେ ବ୍ୟବସାୟୀ । ଠିକ୍ ୨୪-୨୫ ତାରିଖରେ ବର୍ଷା ସମ୍ଭାବନା ଅଧିକ ଥିବାରୁ ବାଣ କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ସେତେଟା ଆଗ୍ରହ ଦେଖାଯାଉ ନାହିଁ । ଖାଲି ସେତିକି ନୁହେଁ ବର୍ଷାକୁ ଡରି ବାଣ କାରିଗରଙ୍କ ପାଖକୁ ମଧ୍ୟ ଆବଶ୍ୟକ ଅର୍ଡର ବି ଆସୁନାହିଁ ।

ଗୋଟିଏ ପଟେ ବାତ୍ୟା-ବର୍ଷା ଡର, ଅନ୍ୟପଟେ ଆଇନର ଦ୍ୱାହି ଦେଇ ପ୍ରଶାସନର ଚଢାଉ । ପ୍ରଭାବିତ କରିଛି ବାଣ ବ୍ୟବସାୟକୁ । ଶବ୍ଦକାରୀ ବାଣ ବିକ୍ରି ନ କରିବା ପାଇଁ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଉଲ୍ଲଂଘନ କରି ଯେଉଁମାନେ ଏହି ପ୍ରକାର ବାଣ ବିକ୍ରି କରୁଛନ୍ତି । ପୋଲିସ ପକ୍ଷରୁ ଚଢାଉ କରାଯାଇ ସେ ସବୁକୁ ଜବତ କରାଯାଉଛି । ଆଜି ଭୁବନେଶ୍ୱର ଏକ ନମ୍ବର ହାଟରେ ପୋଲିସ ହଠାତ୍ ଚଢାଉ କରି ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ କରିଥିଲା । ଦୋକାନୀକୁ ମଧ୍ୟ ଗିରଫ କରାଯାଇଛି ।

ଏହା ପୂର୍ବରୁ କଟକ ଜଗତପୁର ଅଞ୍ଚଳରେ ବେଆଇନ ବାଣ ବିକ୍ରି କରୁଥିବା ୬ ଜଣଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ପ୍ରାୟ ୫ ଲକ୍ଷ ଟଙ୍କାର ବାଣ ଜବତ କରିଥିଲା । ସେହିପରି ଗଞ୍ଜାମ ଜିଲ୍ଲା ଆସ୍କାରେ ୬ଟି ପିକ୍ଅପ୍ ଭ୍ୟାନରେ ବେଆଇନ୍ ବାଣ ଚାଲାଣ ବେଳେ ପୋଲିସ୍ ଏହାକୁ ଜବତ କରିଥିଲା ।

ଦୀପାବଳିକୁ ଆଉ ମାତ୍ର ୪ ଦିନ ଏଭଳି ସ୍ଥିତିରେ ବାଣ ବଜାର ଖାଁ ଖାଁ ବ୍ୟବସାୟୀଙ୍କୁ ନିରାଶ କରିଛି ।