Wild elephant triggers panic after venturing into human settlement in Balasore
ଗାଁରେ ବୁଲିଲେ ଗଜରାଜ । ହାତୀ ଭୟରେ ଲୋକେ ଛାନିଆ । ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍ ଚଣ୍ଡିପୁର ଗାଁକୁ ଆଜି ଏକ ଦନ୍ତାହାତୀ ପଶି ଆସିଥିଲା । ପରେ ଗାଁ ଲୋକେ ବିଶାଳ ହାତୀକୁ ଦେଖି ଆତଙ୍କିତ ହୋଇପଡ଼ିଥିଲେ । ପରେ କିଛି ଲୋକ ନିଆଁ ହୁଳା ଧରି ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ।
ତେବେ ହାତୀଟି ଗାଁ ଭିତରୁ ଯିବାକୁ ବାଟ ନପାଇଁ ଏଣେତେଣେ ପଶିଥିଲା ହାତୀଟି ଏଯାଏଁ ଗାଁ ଛାଡ଼ି ନଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସେପଟେ ଏହି ଗାଁରେ ବାରମ୍ବାର ହାତୀ ପଶୁଥିଲେ ବି ବନ ବିଭାଗ କିଛି ପଦକ୍ଷେପ ନେଉନଥିବା ଅଭିଯୋଗ କରି ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷେ, ଗତ ଗୁରୁବାର ଦିନ ମୟୁରଭଞ୍ଜ ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଛାତନା ପଞ୍ଚାୟତର ରାଇପାଳ ଗାଁରେ ସକାଳୁ ଜଣେ ମହିଳା ପାଣି ଆଣିବାକୁ ଘର ପାଖ ନଳକୂପ ପାଖକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ । ହାତୀ ଦଳିଦେବାରୁ ମହିଳାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ମହିଳାଙ୍କୁ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି ।
ତେବେ ରାଜ୍ୟରେ ହାତୀମାନେ ହଇଚଇ ସୃଷ୍ଟି କରିଛନ୍ତି । ପ୍ରତିଦିନ ହାତୀକୁ ନେଇ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ଏମିତିକି ଅନେକ ଗାଁରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବାର ଜଣାପଡିଛି । ତେବେ ହାତୀମାନଙ୍କ ମନମାନି ଥମିବାରେ ନାଁ ନେଉନି କେତେବେଳେ କାହାର ଫସଲ ନଷ୍ଟ କରୁଛନ୍ତି ତ ଆଉ କେତେବେଳେ କାହାର ଘରଦ୍ୱାର ଭାଙ୍ଗିରୁଜି ଛିନ୍ନଭିନ୍ କରିଦେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)