/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656322923.jpeg)
Wild elephant creates havoc in Odisha's Balasore
ବାଲେଶ୍ୱରରେ ହାତୀ ଆତଙ୍କ । ଆଜି ସକାଳୁ ରେମୁଣାଠାରୁ ନୀଳଗିରି ମିତ୍ରପୁର ଯାଏଁ ୧୦ କିଲୋମିଟର ରାଜରାସ୍ତାରେ ଚାଲି ଚାଲି ଗଲା ଏକ ଦନ୍ତା । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ଆତଙ୍କିତ ହୋଇପଡିଥିଲେ । ଏମିତିକି ସେହି ରାସ୍ତାରେ ଅନେକ ଅଟକି ରହିଥିବା ଦେଖିବାକୁ ମିଳିଥିଲା ।
ଦେଖନ୍ତୁ କିପରି ରାଜରାସ୍ତାରେ ବୁଲୁଛି ହାତୀ :-
#ଆଗେ_ଆଗେ_ହାତୀ#ପଛେ_ପଛେ_ଲୋକ#ରାଜରାସ୍ତାରେ_ଗଜରାଜଙ୍କ_ରାଜ୍
ବାଲେଶ୍ୱର ଜିଲ୍ଲା ନୀଳଗିରିକୁ ପୁଣି ଝାଡ଼ଖଣ୍ଡି ଦନ୍ତା ଲେଉଟିଛି। ଆଜି ସକାଳୁ ରେମୁଣାଠୁ ନୀଳଗିରି ମିତ୍ରପୁର ଯାଏ ୧୦ କି.ମି. ରାଜରାସ୍ତାରେ ରାଜ୍ କରି ଦନ୍ତା ଚାଲିଥିବା ଦେଖିବାକୁ ମିଳିଥିଲା...#Nilagiri#Elephant#Odishapic.twitter.com/Ng8vRP3LXO— ଓଟିଭି (@otvkhabar) June 27, 2022
ତେବେ ଘଟଣାସ୍ଥଳରେ ବନ ବିଭାଗ ଗତବିଧି ଉପରେ ଧ୍ୟାନ ଦେଇଥିବା ଦେଖିବାକୁ ମିଳିଛି । ଏପଟେ ମୟୂରଭଞ୍ଜର ଖିରୀ ପଦା ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ରେମୁଣା ହାତୀଆଗଣ୍ତ ନିକଟ ବାଲଗୋପାଳପୁରୁ ଅଞ୍ଚଳରେ ଆତଙ୍କ ଖେଳାଇଛି । ଲୋକେ ହାତୀଟିକୁ ଗୋଡାଇ ଜଙ୍ଗଲକୁ ପୁଣି ପଠାଇ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)