/odishatv-khabar/media/post_attachments/uploadimage/library/16_9/16_9_0/s_1687148876.jpg)
wild elephant creates havoc in kalahandi
ସହରରେ ପଶିଲା ମଣିଷମରା ହାତୀ। ଆତଙ୍କରେ ଥରହର ସହରବାସୀ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ଅଚାନକ ହାତୀ ବୁଲୁଥିବା ଦେଖାଯିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିସର ଗାଁରେ ହାତୀ ଜଣକୁ ଦଳି ଦେଇଥିଲା ବୋଲି ସୂଚନା ମିଳିଥିଲା। ଗତକାଲି ସେହି ହାତୀଟି ସନ୍ଧ୍ୟାରୁ ଧର୍ମଗଡ଼ ସହରରେ ଚଳପ୍ରଚଳ କରୁଥିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ।
ଧର୍ମଗଡ଼ ସହର ନିକଟରେ କୌଣସି ଜଙ୍ଗଲ ନଥିବାରୁ ଏବଂ ପୂର୍ବରୁ ସେଠାରେ କେବେ ଜଙ୍ଗଲୀ ହାତୀ ପଶିନଥିବାରୁ ଚାରିଆଡ଼େ କୋକୁଆ ଭୟ ଦେଖାଦେଇଛି । ତେଣେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ମାଇକ ଯୋଗେ ସତର୍କ କରାଯାଉଥିବା ବେଳେ, ହାତୀର ସୁରକ୍ଷା ଦୃଷ୍ଟିରୁ ସହରରେ ବିଜୁଳି ସରବରାହ ବନ୍ଦ ରଖାଯାଇଛି।
#ସହରରେ_ପଶିଲା_ହାତୀ
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହର ଭିତରେ ହାତୀ । ହାତୀର ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ୍ କାଟ୍ । ହାତୀଟି ଜୁନାଗଡ଼ ଅଞ୍ଚଳରେ ଜଣଙ୍କୁ ଦଳିଥିବା ସୂଚନା । #Elephant#Kalahandi#OTVpic.twitter.com/d5OSpCLhVy— ଓଟିଭି (@otvkhabar) June 19, 2023
ଫଳରେ ଧର୍ମଗଡ଼ ସହର ସାରା ଅନ୍ଧାର ହୋଇଯାଇଥିଲା। ହାତୀକୁ ଘଉଡ଼ାଇବା ପାଇଁ କଳାହାଣ୍ଡି ଦକ୍ଷିଣ ବନଖଣ୍ଡର ଟିମ୍ ନିୟୋଜିତ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)