Advertisment

ଯବାନଙ୍କ ପ୍ରେମରେ ହରିଣ ଛୁଆ: ଯବାନଙ୍କ ସହ ଜଙ୍ଗଲରେ ବୁଲୁଛି, ନାଁ ଧରି ଡାକିଲେ ପାଖକୁ ଆସୁଛି

ଯବାନଙ୍କ ପ୍ରେମରେ ହରିଣ ଛୁଆ। ପଶୁ ହେଲେ କଣ ହେଲା, ଭଲ ପାଇ ବସିଛି ଯବାନଙ୍କୁ। ଯବାନଙ୍କ ସହ ଜଙ୍ଗଲରେ ବୁଲୁଛି। ସାଙ୍ଗରେ ବେସ୍ କ୍ୟାମ୍ପକୁ ଆସୁଛି । ପୁଣି ଜଙ୍ଗଲକୁ ଫେରି ଯାଉଛି । ଏପରିକି ନାଁ ଧରି ଡାକିଲେ ପାଖକୁ ମଧ୍ୟ ଆସୁଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Wild Deer In Love With Jawan

Wild Deer In Love With Jawan

ମାଲକାନଗିରି: ଯବାନଙ୍କ ପ୍ରେମରେ ହରିଣ ଛୁଆ। ଯବାନଙ୍କ ସହ ଜଙ୍ଗଲରେ ବୁଲୁଛି। ସାଙ୍ଗରେ ବେସ୍ କ୍ୟାମ୍ପକୁ ଆସୁଛି । ପୁଣି ଜଙ୍ଗଲକୁ ଫେରି ଯାଉଛି । ଏପରିକି ନାଁ ଧରି ଡାକିଲେ ପାଖକୁ ମଧ୍ୟ ଆସୁଛି। ପଶୁ ହେଲେ କଣ ହେଲା, ଭଲ ପାଇ ବସିଛି ଯବାନଙ୍କୁ। ମଣିଷ-ପଶୁ ମଧ୍ୟରେ ଏଭଳି କିଛି ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି ଛତିଶଗଡ଼ର ସୁକମା ଜିଲ୍ଲା କିସ୍ତଓ୍ୱାର ଅଞ୍ଚଳରେ।

Advertisment

ସୁକମା ଜିଲ୍ଲାର କିସ୍ତାରାମ ଜଙ୍ଗଲରେ DRG ଜବାନ ମାଓ ଦମନ ପାଇଁ କମ୍ବିଂ ଅପରେସନ କରିବାକୁ ଯାଇଥିଲେ। ସେହି ସମୟରେ ଜଙ୍ଗଲରେ ଏକ ହରିଣ ଛୁଆ ଆହତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ ଯବାନ। ଏହାପରେ ଯବାନମାନେ ହରିଣଟିର ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। 

ଯବାନମାନେ ୩ ଦିନ ଜଙ୍ଗଲରେ ରହି ହରିଣ ଛୁଆର ଚିକିତ୍ସା କରିବା ସହ ମାଓ ଦମନ ଅପରେସନରେ ମଧ୍ୟ ସଜାଗ ରହିଥିଲେ। ଶେଷରେ ହରିଣ ଛୁଆଟି ଚିକିତ୍ସା ପରେ ସୁସ୍ଥ ହୋଇଥିଲା। ଯବାନମାନେ ଯେତେବେଳେ ବି କିସ୍ତାରାମ ଜଙ୍ଗଲକୁ ଯାଇଥାନ୍ତି, ହରିଣ ଛୁଆ ଯେଉଁଠି ଥିଲେ ବି ଯବାନଙ୍କ ପାଖକୁ ଧାଇଁ ଆସିଥାଏ। ଲାଲ୍‌ଗଡ଼ର ଘଞ୍ଚ ଜଙ୍ଗଲରେ ଯବାନଙ୍କ ବାଟୋଇ ସାଜି ବାଟ କଢେଇ ନେବା ସହ ଯବାନମାନେ କ୍ୟାମ୍ପକୁ ଫେରିବା ପର୍ଯ୍ୟନ୍ତ ତାଙ୍କ ସାଥିରେ ରହିଥାଏ ହରିଣ ଛୁଆଟି। ଏହାପରେ ହରିଣ ଛୁଆଟି ପୁଣିଥରେ ଜଙ୍ଗଲକୁ ଫେରି ଯାଇଥାଏ। 

Advertisment

ଯବାନମାନେ ସେହ୍ନରେ ହରିଣ ଛୁଆଟିର ନାଁ ‘ପୁଟ୍‌କି’ ରଖିଛନ୍ତି। ଯବାନମାନେ କିସ୍ତାରାମ ଜଙ୍ଗଲ ଦେଇ ଯିବାବେଳେ ପୁଟ୍‌କି ନାଁ ଡାକ ଛାଡିଲା ମାତ୍ରେ ଧାଇଁ କି ଚାଲି ଆସେ ହରିଣ ଛୁଆଟି। ଆଜିର ଦୁନିଆରେ ମଣିଷ ମଣିଷର ଶତ୍ରୁ ପାଲଟି ଯାଉ ଥିବାବେଳେ, କିନ୍ତୁ ହରିଣ ଛୁଆଟି ନୂତନ ଜୀବନ ଦେଇଥିବା ଲୋକଙ୍କୁ ଭୁଲି ପାରି ନାହିଁ। ଯାହାକି ଆଜିର ସ୍ୱାର୍ଥପର ପାଲଟି ଥିବା ମଣିଷଙ୍କ ପାଇଁ ଏକ ଉତ୍କୃଷ୍ଟ ଉଦାହାରଣ ବୋଲି କୁହାଯାଉଛି। ସତେ ଯେମିତି ଏହି ହରିଣ ଛୁଆଟି ସମ୍ପର୍କ ଏବଂ ସାହାଯ୍ୟର ମୂଲ୍ୟ ଠିକ୍‌ ଭାବେ ବୁଝିପାରିଛି।

Malkangiri Jawan Wild Deer
Advertisment
Advertisment