• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରେମିକ ପାଇଁ ସିନ୍ଦୂର ପର । ଧୋକା ଦେଇଗଲା ସାତଜନମ ସାଥି । କୁନି କୁନି ପିଲାଙ୍କ ମୁହଁକୁ ବି ଚାହିଁଲାନି । ପରପୁରୁଷର ହାତ ଧରି ଚାଲିଗଲା ଧୋକ୍କାବାଜ ସ୍ତ୍ରୀ । ସ୍ତ୍ରୀ ପାଇଁ ବହୁକଷ୍ଟରେ ତୋଳିଥିବା ଝାଟିମାଟି ବରଡାପତ୍ର ଘରେ ଆଜି ସମ୍ପୂର୍ଣ୍ଣ ଏକା ଅଲେଖ ଭୋଇ ।  ଦୀର୍ଘ ୧୩ବର୍ଷ ଧରି ୪ଟି ସନ୍ତାନକୁ ନେଇ ଗଢ଼ିଥିବା ସୁନାର ସଂସାର ପର ହୋଇଗଲା । ସ୍ୱାମୀର ସ୍ନେହ ଆଉ ପିଲାଙ୍କ ମା’ ଡାକ ତାଙ୍କୁ ଅଟକାଇ ପାରିଲାନି ଅନୁସୟାଙ୍କୁ । ପରକୀୟା ପ୍ରୀତି ପାଇଁ  କୁନି କୁନି ପିଲା ଗୁଡ଼ିକୁ ଆଡ଼େଇ ଚାଲିଗଲେ । ତେବେ ଅନେକ ସମୟରେ ମା’ ମା’ କହି କନ୍ଦାକଟା କରୁଛନ୍ତି ପିଲାଗୁଡ଼ିକ । ହେଲେ ଅସହାୟ ବାପା ପାଖରେ କୌଣସି ବିକଳ୍ପ ନାହିଁ ।

ରେଢାଖୋଲ ଥାନା ଲୁହାପଙ୍କ ପଚାଂୟତର ଦଲ୍‌କି ଗାଁର ଅଲେଖ ଭୋଇ ଓ ଅନୁସୟା । ୧୩ ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ ହୋଇଥିଲା । ଉଭୟଙ୍କର ଚାରି ସନ୍ତାନଅଛନ୍ତି । ୧୨,୯,୩ ବର୍ଷ ବୟସର ତିନିଝିଅ ଓ ୬ବର୍ଷ ର ଗୋଟିଏ ପୁଅ । ଅଲେଖ ମଜୁରୀ କରି ସୁଖେଦୁଃଖେ ସଂସାର ଚଳାଉଥିଲେ । ହେଲେ ଦୁଇମାସ ତଳେ ସବୁ କିଛି ଓଲଟପାଲଟ ହୋଇଗଲା ।  ପରପୁରୁଷ ପ୍ରେମରେ ପାଗଳିନୀ ହୋଇ ମା’ର କର୍ତ୍ତବ୍ୟ ଭୁଲିଗଲେ ଅନୁସୟା । ଭାଇ ମେଡିକାଲରେ ପଡିଥିବା କଥା କହି ନିଜେ ଗଡିଥିବା ସଂସାରକୁ ତୁଛ କରି ଚାଲିଗଲେ । 

ଆଉ ତା’ ପରଠାରୁ ଅଲେଖଙ୍କ ଦୁନିଆ ବଦଳିଯାଇଛି । ପିଲାମାନେ ମାକୁ ଝୁରି ହେଉଛନ୍ତି ।  ଯେଉଁ ବୟସରେ ଖେଳକୁଦ କରି ସମୟ କଟାଇବା କଥା ଏବେ ସେ  କଅଁକ କାନ୍ଧରେ ସଂସାର ଭାର ଉଠାଉଛନ୍ତି । ରୋଷେଇ କରିବା, ପାଖ ନାଳରୁ ପାଣି ଆଣିବା, ଘର ଓଳେଇବା ପର‌୍ୟ୍ୟନ୍ତ ସବୁ କାମ କରୁଛନ୍ତି । ବଡଝିଅ ପିଙ୍କି ଏବେ ଘରର ସବୁ କାମ କରୁଛି ।   ମା କଥା ମନେ ପଡିଲେ ମାଁର ଫୋଟ ଧରି ଚାରି ମନେ ପକାନ୍ତି । ହେଲେ ମା’ କ’ଣ ଆଉ ଫେରିବ ।  ତଥାପି ମନକୁ ଦମ୍ଭକରି ଚାରିଛୁଆକୁ ନେଇ  ଜୀବନ  କାଟୁନ୍ତିି  ଅଲେଖ ।

ତେବେ ଗରିବ ପରିବାରକୁ ଏବେ ପର୍ଯ୍ୟନ୍ତ ସରକାର ପକ୍ଷରୁ ଘର, ରାସନ ସାମଗ୍ରୀ ପରି କୌଣସି ସହାୟତା ମିଳିନାହିଁ । ଆଉ ତାଙ୍କ ଦୁଃଖ ଦେଖି ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ଗାଁ ଲୋକେ ।   

ରମାକାନ୍ତ ମହାନନ୍ଦ, ରେଢାଖୋଲ