Advertisment

ସ୍ୱାମୀ ଦଶାହରେ ଆଖି ବୁଜିଦେଲା ସ୍ତ୍ରୀ

ବାସୁଦେବପୁର ପରାଜିତ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଟାହିଟାପରା ଘଟଣା । ଆଜି ସ୍ୱାମୀଙ୍କ ଦଶାହ ଥିଲା ବେଳେ ଆଖି ବୁଜିଲେ ପତ୍ନୀ ସୁମତି । ବାସୁଦେବପୁର ଥାନା ପଦ୍ମପୁର ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Wife Death

Wife Death

ବାସୁଦେବପୁର ପରାଜିତ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଟାହିଟାପରା ଘଟଣା । ଆଜି ସ୍ୱାମୀଙ୍କ ଦଶାହ ଥିଲା ବେଳେ ଆଖି ବୁଜିଲେ ପତ୍ନୀ ସୁମତି । ବାସୁଦେବପୁର ଥାନା ପଦ୍ମପୁର ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । କଟକରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ପତ୍ନୀ ସୁମତି ।

Advertisment

ସ୍ୱାମୀ ରମାକାନ୍ତ ଟାହିଟାପରା ସହି ନ ପାରି ୧୩ରେ ଆତ୍ମହତ୍ୟା କରିଥିଲେ । ପ୍ରଥମେ ସ୍ୱାମୀ ରସି ଲଗାଇବା ପରେ ସ୍ତ୍ରୀ ବିଷ ପିଇଦେଇଥିଲେ । ଗୁରୁତର ଅବସ୍ଥାରେ ପତ୍ନୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ବିଜୟୀ ପ୍ରାର୍ଥୀଙ୍କ ସମର୍ଥକ ଟାହିଟାପରା କରିବା ଅଭିଯୋଗ ହୋଇଥିଲା । ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ରମାକାନ୍ତଙ୍କ ବାପା ।

ଚଳିତ ପଞ୍ଚାୟତ ନିର୍ବାଚନରେ ପଦ୍ମପୁରରୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ସୁମତୀ ପରିଡା ନିର୍ବାଚନ ଲଢୁଥିଲେ। ହେଲେ ନିର୍ବାଚନ ହାରିଯାଇଥିଲେ। ଏହି ପଞ୍ଚାୟତରୁ ଜିତିଥିବା ସମିତି ସଭ୍ୟ ଓ ସରପଞ୍ଚ ବିଜୟ ଶୋଭାଯାତ୍ରା କରୁଥିଲେ ।

Advertisment

ବିଜୟୀ ପ୍ରାର୍ଥୀଙ୍କର ଶୋଭାଯାତ୍ରା ଚାଲୁଥିବା ସମୟରେ କେତେକ କର୍ମୀ ସୁମତିଙ୍କ ସ୍ୱାମୀ ରମାକାନ୍ତଙ୍କୁ ପରିହାସ କରିବା ସହ ପାଟିତୁଣ୍ଡ ଓ ଗାଳିଗୁଲଜ କରିଥିଲେ। ଏହି ଘଟଣାକୁ ନେଇ ରମାକାନ୍ତ ଘରେ ସ୍ତ୍ରୀଙ୍କ ସହ ପାଟିତୁଣ୍ଡ କରିଥିଲେ। ନିର୍ବାଚନରେ ହାରିଯାଇଥିବାରୁ ଲୋକମାନେ ମୋତେ ପରିହାସ କରୁଛନ୍ତି ବୋଲି ରମାକାନ୍ତ, ସୁମତୀଙ୍କୁ କହିଥିଲେ।

ପରେ ଏହି ଘଟଣାକୁ ନେଇ ରମାକାନ୍ତ ମାନସିକ ଭାରସାମ୍ୟ ହରାଇ ଶୋଇବା ଘର ପଙ୍ଖାରେ ଦଉଡି ଦେଇ ଝୁଲି ପଡ଼ିଥିଲେ। ଏହି ଘଟଣାକୁ ଦେଖି ସୁମତୀ ମଧ୍ୟ ମାନସିକ ଭାରସାମ୍ୟ ହରାଇ ବିଷ ପିଇଦେଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିଲା।

ହେଲେ ସେଠାରେ ରମାକାନ୍ତଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ, ସୁମତୀଙ୍କ ଅବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଥିଲା । ତେବେ ଏହି ଘଟଣାକୁ ନେଇ ରମାକାନ୍ତଙ୍କ ବାପା ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Election Humilated Wife Death
Advertisment
Advertisment