• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜଧାନୀରେ ଡ୍ରାଇଭରଙ୍କ ଆନ୍ଦୋଳନ ଓ ଆତଙ୍କରାଜ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରୟୋଜିତ । ସରକାର ଡାହାଣୀ ହୋଇ ଲାଗୁଛନ୍ତି ଆଉ ଗୁଣିଆ ହୋଇ ଛଡାଉଛନ୍ତି । ଆଜି କିଛି ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦିକ ଲେଖାଶ୍ରୀ ସାମନ୍ତସିଂହାର । ଗୁଇନ୍ଦା ବିଭାଗ ୧୬ ତାରିଖରେ ଏସମ୍ପର୍କରେ ପୋଲିସକୁ ଅବଗତ କରିଥିଲେ । ହେଲେ ତାସତ୍ତ୍ୱେ କିପରି ଏତେ ସଂଖ୍ୟକ ଡ୍ରାଇଭର କିପରି ରାଜଧାନୀରେ ପ୍ରବେଶ କଲେ ?

ଏହାପରେ ବି ଭଙ୍ଗାରୁଜା ଓ ରାସ୍ତାରୋକ କିପରି କଲେ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ । ପୂର୍ବରୁ କୃଷକଙ୍କ ସମେତ ଅନ୍ୟ ସଂଗଠନ ଆନ୍ଦୋଳନ ବେଳେ ପୋଲିସର ଚରମ ପଦକ୍ଷେପ ସମସ୍ତେ ଦେଖିଛନ୍ତି । ହେଲେ ସେଦିନ ପୋଲିସ୍ ଢିଲା ଦେଇଥିବା ସେ ଅଭିଯୋଗ କରିଛନ୍ତି । ବୀମା, ମେଡିକାଲ ଚିକିତ୍ସା, ସେମାନଙ୍କ ପିଲାଙ୍କୁ ଶିକ୍ଷାଗତ ସହାୟତା ଭଳି ସମସ୍ତ ଦାବି କେନ୍ଦ୍ର ସରକାରଙ୍କ ଯୋଜନାରେ ସାମିଲ ରହିଛି ।

ଗତ ୫ ବର୍ଷ ତଳେ ଏହାକୁ ଲାଗୁ ହୋଇଛି । କେବଳ ଓଡ଼ିଶାରେ ବିଜେଡି କ୍ଷମତାରେ ଥିବାରୁ କେନ୍ଦ୍ରୀୟ ବ୍ୟବସ୍ଥା ଲାଗୁ କରୁନାହାନ୍ତି ବୋଲି ଲେଖାଶ୍ରୀ ଅଭିଯୋଗ ଦୋହରାଇଛନ୍ତି । ସେପଟେ ଲେଖାଶ୍ରୀଙ୍କ ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି ।

ସୂଚନାଯୋଗ୍ୟ ୧୮ ତାରିଖରେ ରାଜଧାନୀରେ ଡ୍ରାଇଭର ଯୁଦ୍ଧଂଦେହୀ ଡକରା ଦିଆଯାଇଥିଲା । ଠେଙ୍ଗା, ବାଡି ଧରି ରାଜରାସ୍ତାରେ ହଙ୍ଗାମା କରାଯାଇଛି । ବାଉଁଶ ପୋତି ରାସ୍ତା ଅବରୋଧ, ଠପ୍ ପୂରା ହୋଇ ଯାଇଥିଲା ଭୁବନେଶ୍ୱର । ଗତ ୧୬ ତାରିଖରେ ଗୁଇନ୍ଦା ବିଭାଗ ସେପ୍ସାଲ ବ୍ରାଂଚ ଏନେଇ ଚିଠି ଲେଖି ସରକାରଙ୍କୁ ଅବଗତ କରିଥିଲା । ସେଥିରେ ସ୍ପଷ୍ଟ ଲେଖାଥିଲା ବିକ୍ଷୋଭ ପାଇଁ ରାଜଧାନୀରେ ଏକାଠି ହେବେ ୪୦ ହଜାରରୁ ଅଧିକ ଡ୍ରାଇଭର୍ ।

୧୮ତାରିଖ ଆନ୍ଦୋଳନ, କାହା ନେତୃତ୍ୱରେ ହେବ, କେଉଁ ଜିଲ୍ଲାରୁ କେତେ ଲୋକ କେମିତି ଭୁବନେଶ୍ୱର ଆସିବେ ସେ ସଂପର୍କିତ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଥିଲା । ଏତେ ସଂଖ୍ୟକଙ୍କ ଆନ୍ଦୋଳନକାରୀଙ୍କୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ନେଇ ବି ସତର୍କ କରାଇ ଦେଇଥିଲା ଗୁଇନ୍ଦା ବିଭାଗ । ଏତେ ସବୁ ସୂଚନା ଥିବା ସତ୍ତ୍ୱେ ଲୋୟର ପିଏମ୍‌ଜିରେ ଆନ୍ଦୋଳନ ପାଇଁ କାହିଁକି ଓ କେମିତି ଅନୁମତି ଦିଆଗଲା । ଯଦି ଦିଆଗଲା କମିଶନରେଟ ପୋଲିସ କାହିଁକି ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରନିଥିଲା ବୋଲି ପ୍ରଶ୍ନ ଉଠିଥିଲା ।