Advertisment

ବିମାନ ଯାତ୍ରା କରିବାକୁ ଯାଉଛନ୍ତି କି; କେଉଁ ସିଟ୍ ବାଛିବେ?

ବିମାନ ଯାତ୍ରା ପାଇଁ ଠିକ ସିଟ୍ ନ ମିଳିଲେ ଯାତ୍ରା ଆରାମଦାୟକ ହୋଇ ନଥାଏ। ତେବେ ଜାଣି ରଖନ୍ତୁ କେଉଁ ସିଟ୍ ବାଛିଲେ ବିମାନ ଯାତ୍ରା ଲାଭଦାୟକ ହେବ।

author-image
Pramod Behera
ଅଦ୍ୟତନ ହୋଇଛି
Which seat to choose  during aeroplane journey

Which seat to choose during aeroplane journey

ଆପଣ ଯଦି ବିମାନ ଯାତ୍ରା କରୁଥାନ୍ତି ତେବେ କିପରି ସିଟ୍ ବାଛିବେ? ସମ୍ପ୍ରତି, ଜଣେ ବ୍ୟକ୍ତି ବିମାନ ଯାତ୍ରୀମାନଙ୍କ ପାଇଁ ଏକ ସିଟ୍ ବାଛିବା ପାଇଁ ଏକ ଚମତ୍କାର କୌଶଳ କହିଛନ୍ତି। ବିମାନରେ ଠିକ୍ ସିଟ୍ ବାଛିବା ଦ୍ୱାରା ଆରାମଦାୟକ ଯାତ୍ରାରେ କୌଣସି ଅସୁବିଧା ହୋଇ ନଥାଏ।

Advertisment

ଜନ୍ ବର୍ଫିଟ୍ ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ ବିମାନର ସବୁଠାରୁ ବଡ ସମସ୍ୟା ହେଉଛି ମଝି ସିଟ୍। ଏହି ସିଟ୍‌ରେ ବସିବା ଦ୍ୱାରା ଉଠିବା କିମ୍ବା ବାଥରୁମ୍‌କୁ ଯିବା ପାଇଁ ଅନେକ ଅସୁବିଧା ହୋଇଥାଏ। ଅନ୍ୟ ଲୋକଙ୍କୁ ମଧ୍ୟ ହଇରାଣ କରିବାକୁ ପଡେ। ବେଳେବେଳେ ପିଲାମାନେ ମଧ୍ୟ ଏପଟ ସେପଟ ସିଟ୍‌ରେ ବସି ପାଟି ତୁଣ୍ଡ କରନ୍ତି, ଯାହା ବିବ୍ରତ କରାଏ।

ଜନ୍ କହିଛନ୍ତି ଯେ ବିମାନରେ ଠିକ୍ ସିଟ୍ ବାଛିବା ଧାରଣା ତାଙ୍କର ସେତେବେଳେ ଆସିଥିଲା ଯେତେବେଳେ ସେ ବିମାନ ଯାତ୍ରା କରିବା ବେଳେ ତାଙ୍କ ପଛ ସିଟ୍‌ରେ ଏକ ଛୋଟ ପିଲା ବସିଥିଲା ଓ ସେ ବସିଥିବା ସିଟ୍‌କୁ ଲଗାତାର ଗୋଇଠା ମାରୁଥିଲା। ଏହି ସମୟରେ ଜନ୍ ବହୁତ ରାଗି ଯାଇଥିଲେ କିନ୍ତୁ ପିଲାକୁ ବା କ’ଣ କହିବେ। ଯେତେବେଳେ ସେ ଉଠି ବାଥରୁମ୍‌କୁ ଯିବାକୁ ଯାଉଥିଲେ ସେତେବେଳେ ତାଙ୍କର ନଜର କ୍ୟାବିନ୍‌ର ଶେଷ ସିଟ୍‌ ଉପରେ ପଡିଲା। ଏଇଠି ସେ ବୁଝିଗଲେ ଯେ ଏହି ସିଟ୍‌ହିଁ ସୁଖଦ ଯାତ୍ରା ପାଇଁ ପୂରା ଠିକ।

Advertisment

ଜନ୍ କହିଛନ୍ତି ଯେ ଯେତେବେଳେ ବିମାନରେ ଯାତ୍ରା କରିବା ସମୟରେ ପଛ ସିଟ୍ ବାଛିବା ହିଁ ଠିକ। ଶେଷ ଆସନର ଲାଭ ହେଉଛି ଯେ, ସେହି ସିଟ୍ ପଛରେ ଏକ କାନ୍ଥ ମିଳିବ। ଯେହେତୁ ଏହା ପଛରେ ଅନ୍ୟ କୌଣସି ସିଟ୍ ନଥାଏ, ତେବେ କେହି ବିବ୍ରତ କରିବାକୁ ନଥିବେ।

ଦ୍ୱିତୀୟ ସୁବିଧା ହେଉଛି ଏୟାର ହୋଷ୍ଟେସ୍‌ର ଟ୍ରଲି ତୁମ ସହ ପିଟି ହେବାରେ ସମ୍ଭାବନା ନଥାଏ। କାରଣ ତାହା ସେଠାରୁ ହିଁ ଫେରିଆସେ। ତୃତୀୟ ସୁବିଧା ହେଲା ବାଥ୍‌ରୁମ୍‌ଟି ଅତି ନିକଟରେ ଥାଏ, ତେଣୁ ଯଦି ତୁରନ୍ତ ବାଥ୍‌ରୁମ୍‌ ଯିବାର ଆବଶ୍ୟକତା ପଡେ ତେବେ ପୂରା ଗ୍ୟାଲେରୀରେ ଚାଲି ଆପଣଙ୍କୁ ବାଥ୍‌ରୁମ୍‌କୁ ଯିବାକୁ ପଡିବ ନାହିଁ।

ଜନ୍ ପଛ ସିଟ୍ ବାଛିବା ପାଇଁ ଆଉ ଏକ ବଡ କାରଣ ମଧ୍ୟ କହିଛନ୍ତି। ଏହି କାରଣଟି ହେଉଛି ଯେ ଲୋକମାନେ ସାଧାରଣତଃ ପଛ ସିଟ୍ ବାଛନ୍ତି ନାହିଁ। ତେଣୁ ଆପଣ ଯଦି ଏକୁଟିଆ ଯାତ୍ରା କରୁଛନ୍ତି ଓ ପଛ ସିଟ୍ ବାଛନ୍ତି ତେବେ ଫାଇଦା ହେଉଛି ଏହା ପାଖରେ ପ୍ରାୟ ଗୋଟିଏ କିମ୍ବା ଦୁଇଟି ଅନ୍ୟ ସିଟ୍ ଫାଙ୍କା ପଡିବା ସମ୍ଭାବନା ଥାଏ। ତେଣୁ ଆରାମ ପାଇଁ ଆପଣ ଏ ସବୁ ସିଟ୍‌କୁ ମଧ୍ୟ ବ୍ୟବହାତ କରିପାରିବେ।

Ajab Gajab
Advertisment
Advertisment