/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650258959.jpg)
Whatsapp new feature users can hide their last seen from selected specific contacts know it will wor
ହ୍ୱାଟ୍ସଆପ ୟୁଜର୍ସଙ୍କ ପାଇଁ ଖୁସିଖବର । ଏହି ଆପ ନିଜ ୟୁଜର୍ସଙ୍କ ପାଇଁ ନୂଆ ଫିଚର୍ସ ତିଆରି କରିବାରେ ଲାଗିଛି । ଏମିତିକି ଏବେ ମେଟା ହ୍ୱାଟ୍ସଆପରେ ଭଲ ଭଲ ଫିଚର୍ସ ଆଣିବାର ପ୍ରୟାସ କରୁଛି । ଫଳରେ ହ୍ୱାଟ୍ସଆପରେ ‘ଲାଷ୍ଟ ସିନ୍’ ଅପ୍ସନକୁ ହାଇଡ୍ କରିହେବ । ବର୍ତ୍ତମାନ ହ୍ୱାଟ୍ସଆପର ‘ଲାଷ୍ଟ ସିନ୍’ ସେଟିଙ୍ଗରେ କେବଳ ୩ଟି ଅପ୍ସନ୍ ରହିଛି । ଯେଉଁଥିରେ ସମସ୍ତେ (everyone), କେବଳ କଣ୍ଟାକ୍ଟ ନଂ (My Contact) ଓ କେହି ବି ନୁହେଁ(Nobody), ନାମକ ୩ଟି ଅପସନ୍ ରହିଛି ।
‘ଲାଷ୍ଟ ସିନ୍’ ଫିଚର୍ସ ଦ୍ୱାରା ୟୁଜର କେତେବେଳେ ଶେଷ ଥର ପାଇଁ ଅନ୍ଲାଇନ୍ ଆସିଥିଲା ତାହା ଜଣାପଡିଥାଏ । ଯାହାକି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା । ତେଣୁ କମ୍ପାନୀ ନିଜ ୟୁଜର୍ସଙ୍କ ପାଇଁ ଏହି ‘ଲାଷ୍ଟ ସିନ୍’ ଅପ୍ସନକୁ ନେଇ ଏକ ନୂଆ ଫିଚର୍ସ ଆଣିଛି ।
ନ୍ୟୁଜ୍ ପ୍ରୋଟାଲ୍ WABetaInfoର ରିପୋର୍ଟ ଅନୁଯାୟୀ, ‘ଲାଷ୍ଟ ସିନ୍’ ସମ୍ପର୍କିତ ଏହି ନୂଆ ତଥା ବିକଳ୍ପ ଫିଚର୍ସ କେବଳ ଆଣ୍ଟ୍ରୋଏଡ୍ ଓ IOS ୟୁଜର୍ସମାନଙ୍କ ପାଇଁ ହିଁ ଉପଲବ୍ଧ କରାଯିବ । ଏହି ନୂଆ ଫିଚର୍ସରେ ୟୁଜର୍ସ ମାନେ ଚାହୁଁଥିବା କଣ୍ଟାକ୍ଟଙ୍କ ପାଇଁ ହିଁ କେବଳ ‘ଲାଷ୍ଟ ସିନ୍’ ହାଇଡ୍ କରିବା କଣ୍ଟାକ୍ଟମାନଙ୍କୁ ହିଁ କେବଳ ତାଲିକାରେ ରଖିପାରିବେ ।
କେମିତି କରିବେ ନୂଆ ସେଟିଙ୍ଗ ?
ୟୁଜର୍ସମାନେ ପ୍ରଥମେ ନିଜ ହ୍ୱାଟ୍ସଆପର ସେଟିଙ୍ଗସକୁ ଯାଇ ଆକାଉଣ୍ଟ ସେଟିଙ୍ଗସକୁ ଯିବେ । ତାପରେ ସେମାନେ ପ୍ରାଇଭେସି ସେଟିଙ୍ଗକୁ ଯିବେ । ଏହାପରେ ‘ଲାଷ୍ଟ ସିନ୍’ ଅପସନ୍କୁ ଯାଇ ‘My contacts except’ ଅପସନ୍କୁ ଚୟନ କରି ‘ଲାଷ୍ଟ ସିନ୍’ ହାଇଡ୍ କରିବା କଣ୍ଟାକ୍ଟମାନଙ୍କୁ ହିଁ କେବଳ ତାଲିକାରେ ରଖିବେ ।
ଏହି ଫିଚର୍ସଟି ୟୁଜର୍ସଙ୍କ ପାଇଁ ସହାୟକ ହେବ । ଯାହା ଫଳରେ ୟୁଜର୍ଜମାନେ ସମସ୍ତଙ୍କଠାରୁ ନିଜ ଲାଷ୍ଟ ସିନ୍କୁ ଲୁଚାଇବାକୁ ବାଧ୍ୟ ନ ହୋଇ ବିକଳ୍ପ ଅପ୍ସନ୍ ଚୟନ କରିପାରିବେ ।
କେବଳ ଏତିକି ନୁହେଁ ଏହା ବ୍ୟତୀତ ହ୍ୱାଟ୍ସଆପ ନିଜ ୟୁଜର୍ସମାନଙ୍କ ପାଇଁ ଶୁବ୍ଶୀଘ୍ର ଆଉ ୫ ଟି ନୂଆ ଫିଚର୍ସ ଉପଲବ୍ଧ କରାଇବା ଯୋଜନା କରୁଛି । ଏଥିମଧ୍ୟରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଫିଚର୍ସ ହେଉଛି ‘କମ୍ୟୁନିଟିସ୍’(Communities) । ଫଳରେ ଲୋକମାନେ ବିଭିନ୍ନ ଗୋଷ୍ଠୀରେ ଲୋକଙ୍କ ସହ ଯୋଗାଯୋଗ କରିବାର ସୁଯୋଗ ପାଇପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)