Advertisment

ପାଣ୍ଡିଆନଙ୍କୁ କିଛି କହିବାକୁ ଚାହୁଁଥିଲେ ଛାତ୍ରୀ, କିନ୍ତୁ ଭିଡିନେଲେ ସାଦା ପୋଷାକଧାରୀ ପୋଲିସ୍

ନୂଆ-ଓ କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କୁ କ’ଣ କହିବାକୁ ଚାହୁଁଥିଲେ ଛାତ୍ରୀ ?

ଅଦ୍ୟତନ ହୋଇଛି
VK Pandian At Nua O Festival

VK Pandian

Advertisment

ନୂଆ-ଓ କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କୁ କ’ଣ କହିବାକୁ ଚାହୁଁଥିଲେ ଛାତ୍ରୀ ? ବେଗୁନିଆରେ ଭିକେ ପାଣ୍ଡିଆନଙ୍କ ସଭାରେ ଛାତ୍ରୀଙ୍କ ଆଚରଣ ପାଇଁ ଚର୍ଚ୍ଚା ଚାଲିଛି। ୧୨ଟି କଲେଜର ପିଲାଙ୍କୁ ନେଇ ଆଜି ନୂଆ-ଓ’ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ପ୍ରତି କଲେଜର ଜଣେ ଜଣେ ପିଲାଙ୍କୁ ମଞ୍ଚରେ ମେଧାବୃତ୍ତି ଦେଇଥିଲେ ପାଣ୍ଡିଆନ। ବୃତ୍ତି ସଂପର୍କିତ ଫଟୋ ସେସନ୍‌ ପରେ ସବୁ ପିଲା ମଞ୍ଚରୁ ଓହ୍ଲାଇଥିଲେ। ତେବେ ସେଥିରୁ ଜଣେ ଛାତ୍ରୀ ନ ଓହ୍ଲାଇ ପାଣ୍ଡିଆନଙ୍କ ପାଖକୁ ଯାଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ଗଞ୍ଜାମରେ ପାଣ୍ଡିଆନଙ୍କୁ ଟମାଟୋ ମାଡ଼; ଯୁବକଙ୍କୁ କାବୁ କରି ନିର୍ଧୂମ ଛେଚିଲେ BJD କର୍ମୀ

Advertisment

ପାଣ୍ଡିଆନଙ୍କୁ କିଛି କହିବାକୁ ଅନୁନୟ ହୋଇଥିଲେ ସେହି ଛାତ୍ରୀ ଜଣକ। ତେବେ ପାଣ୍ଡିଆନ ତାଙ୍କ କଥା ନ ଶୁଣିବାରୁ ସେ ଅନୁନୟ ବିନୟ କରିଥିଲେ। ହେଲେ ତଳେ ଥିବା ଜଣେ ସାଦା ପୋଷାକଧାରୀ ମହିଳା ପୋଲିସ ମଞ୍ଚକୁ ଆସିଥିଲେ। ଆଉ ଜଣେ ମହିଳାଙ୍କ ସହାୟତାରେ ଛାତ୍ରୀଙ୍କୁ ସଂପୃକ୍ତ ପୋଲିସ ଭିଡ଼ି ନେଇଯାଇଥିଲେ ।

ମଞ୍ଚ ଉପରୁ ଓହ୍ଲାଇବା ପରେ ସଂପୃକ୍ତ ଛାତ୍ରୀଙ୍କୁ ଗଣମାଧ୍ୟମଠାରୁ ଦୂରରେ ରଖି ସେଠାରୁ ନେଇ ପଳାଇଥିଲେ। ଉକ୍ତ ଛାତ୍ରୀଙ୍କୁ ପୋଲିସ ଏବଂ କଲେଜ କର୍ତ୍ତୃପକ୍ଷ ଘେରାଉ କରି ରଖିଥିବା ବେଳେ ତାଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କଲାବେଳେ ଛାତ୍ରୀଙ୍କୁ ଗଣମାଧ୍ୟମ ପାଖରୁ କର୍ତ୍ତୁପକ୍ଷ ନେଇଯାଇଥିଲେ । ଏପରିକି ତାଙ୍କୁ କୌଣସି ପ୍ରତିକ୍ରିୟା ଦେବାକୁ ସୁଯୋଗ ମଧ୍ୟ ଦେଇନଥିଲେ । ତେବେ ଛାତ୍ରୀ ଜଣକ କ’ଣ କହିବାକୁ ଚାହୁଁଥିଲେ, ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ଏନେଇ କଲେଜ କର୍ତ୍ତୁପକ୍ଷ କିମ୍ବା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ଅଧିକ ପଢ଼ନ୍ତୁ: ପାଣ୍ଡିଆନଙ୍କ ଗସ୍ତ, ପରୀକ୍ଷା ବେଳେ ବଜାଇଲେ ଡିଜେ

VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ