Advertisment

ଉପକୂଳରେ ଜଳ ସମସ୍ୟା : ପିଇବା ପାଣି ପାଇଁ ଆଉଟୁପାଉଟୁ ସପନପୁର ଗାଁଲୋକେ

ପାଣି ଟୋପେ ପାଇବା ପାଇଁ ସଂଘର୍ଷ

author-image
Prangyan Parimita
ଅଦ୍ୟତନ ହୋଇଛି
Water scarcity

Water scarcity

ଗାଁ ମୁଣ୍ଡରେ ଲାଗିଛି ବସୁଧା ଯୋଜନା ଫଳକ।ହେଲେ ଗାଁରେ ଲାଗି ରହିଛି ପାନୀୟ ଜଳ ସମସ୍ୟା। ଏଠି ସରକାରଙ୍କ ସ୍ୱଜଳଧାରା ଯୋଜନା ପ୍ରହସନ ପାଲଟିଛି । ତେବେ ଏହା କୌଣସି ଉପାନ୍ତ ଅଂଚଳର ଚିତ୍ର ନୁହେଁ, କଟକ ଜିଲ୍ଲା ଟାଙ୍ଗି ସପନପୁର ଗାଁରେ ଜଳକଷ୍ଟ ।

Advertisment

ଏଠାରେ ଲୋକମାନଙ୍କ ପାଇଁ ୨ଟି ନଳକୂପ ଥିଲେ ମଧ୍ୟ ଗୋଟିଏ ଖରାପ ହୋଇ ପଡିଥିବା ବେଳେ ଅନ୍ୟ ନୂଳକୂପଟି ଏବେ ଗାଁ ଲୋକଙ୍କ ସାହା ଭରସା। ପିଇବା ପାଣି ପାଇଁ ନୂଳକୂପ ପାଖରେ ଲମ୍ୱା ଲାଇନ ଲାଗୁଛି। ଭିଡ଼ ପାଇଁ କେତେକ ପୋଖରୀ ପାଣି ନେବାକୁ ବାଧ୍ୟ ହେଉଛନ୍ତି।

କଟକ ଜିଲ୍ଲା ସପନପୁର ଗାଁ । ପାଣି ଟୋପେ ପାଇବା ପାଇଁ କରୁଛି ସଂଘର୍ଷ। ୨ ହଜାରରୁ ଅଧିକ ଲୋକଙ୍କ ପାଇଁ ଗାଁରେ ଗୋଟିଏ ମାତ୍ର ନଳକୂପ ଥିବାରୁ ପୋଖରୀ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଏଠିକାର ଲୋକେ । ସପନପୁର ଗାଁର ପାଣି ସମସ୍ୟା ଏବେକାର ନୁହେଁ। ଦୀର୍ଘଦିନ ତଳେ ପ୍ରଶାସନ ଉଦ୍ୟମରେ ବସାଯାଇଥିବା ବୋରିଂରୁ ଆଉ ପାଣି ବାହାରୁ ନାହିଁ।

Advertisment

ବହୁବାର ଏ ନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ଶୁଣୁନାହଁନ୍ତି। ଏବେ ବ୍ଲକ ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ସପନପୁରବାସୀ। କିନ୍ତୁ ବିଡିଓ କହିଛନ୍ତି, ଖୁବ୍ ଶିଘ୍ର ପାଣି ସମସ୍ୟାର ସମାଧାନ କରାଯିବ।

ବସୁଧା ଓ ସ୍ୱଜଳଧାରା ଯୋଜନା ଜରିଆରେ ପିଇବା ପାଣି ବ୍ୟବସ୍ଥା କରୁଛନ୍ତି ସରକାର। ହେଲେ ସପନପୁର ଗାଁ ଲୋକଙ୍କ ପାଇଁ ଏହା ସାତ ସପନ ହୋଇଛି।

ଚୌଦ୍ୱାରରୁ ପ୍ରକାଶ କୁମାର ନାୟକଙ୍କ ରିପୋର୍ଟ

Water Scarcity
Advertisment
Advertisment