• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୁଚିଣ୍ଡା(ଦେବେନ୍ଦ୍ର ବେହେରା) : ପାଣି ଟୋପାଏ ପାଇଁ କଲବଲ । ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଛି ପ୍ରଶାସନ । ହେଲେ ଅସୁବିଧା ବୁଝି ପାରୁନାହାନ୍ତି । ପାଣି ପାଇଁ ଡହଳ ବିକଲ ହେଉଛନ୍ତି ୨ଟି ଗାଁର ଶହ ଶହ ପରିବାର । ଅଭିଯୋଗ କଲେ ବି ପ୍ରଶାସନିକ ଅଧିକାରୀ ଶୁଣୁ ନଥିବା କୁହାଯାଉଥିବା ବେଲେ ଚାରି ଦିନ ଭିତରେ ସମସ୍ୟାର ସମାଧାନ କରାଯିବ ବୋଲି କନିଷ୍ଠ ଯନ୍ତ୍ରୀ କହୁଛନ୍ତି ।

ଗରାଏ ପାଣି ପାଇଁ ନଳକୂପରେ ଲମ୍ବା ଲାଇନରେ । ଦୀର୍ଘ ସମୟ ଅପେକ୍ଷା କରିବା ପରେ ଗୋଟଏ ଗରା ପାଣି ମିଳୁଛି । ଗାଁ ଗୁଡିକର ଷ୍ଟାଣ୍ଡ୍ ପୋଷ୍ଟ ଶୁଖିଲା ପଡିଛି । ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ତବଲାକଟା ଓ ଖଡିଆପାଲିର ଶତାଧିକ ପରିବାର ପାଣି ପାଇଁ ହଇରାଣ ହେଉଛନ୍ତି । ତବଲାକଟା ଗାଁରେ ୧୫୦ ପରିବାର ମାତ୍ର ୨ଟି ନଳକୂପରେ ନିର୍ଭର କରୁଥିବା ବେଲେ ଖଡିଆପାଲିର ବି ୧୫୦ ପରିବାର ୨ଟି ନଳକୂପର ପାଣି ଉପରେ ନିର୍ଭର କରୁଛନ୍ତି । ବସୁଧା ଯୋଜନା ଅଧିନରେ ସେମାନଙ୍କୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଉଥିଲା । ହେଲେ ଦୀର୍ଘ ଦିନରୁ ପାଣି ବନ୍ଦ ଥିବାରୁ ପାଣି ପାଇଁ ଡହଳ ବିକଳ ହେଉଥିବା ଗ୍ରାମର ମହିଳା ମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ କଲେ ମିଳୁଛି ଖାଲି ପ୍ରତିଶୃତି କାମ କିନ୍ତୁ ଶୂନ ।

ତବଲାକଟା ଓ ଖଡିଆପାଲି ପାଇଁ ଗୋଟିଏ ଓଭର ହେଡ ଟ୍ୟାଙ୍କରୁ ଦୁଇଟି ଗାଁକୁ ପାଣି ଯାଉଥିବା ବେଳେ ତାହା ଏବେ ଅଚଳ । ଏଥି ପାଇଁ ଉଭୟ ଗାଁର ଶତାଧିକ ମହିଳା ସକାଳ ହେଲେ ପାଣି ପାଇଁ ନଳକୂପ ସାମ୍ନାରେ ଲମ୍ବା ଲାଇନରେ ଛିଡା ହୋଇଯାଆନ୍ତି । ଯାହା ଦ୍ୱାରା ଘରର ଅନ୍ୟ କାମ କରିବାକୁ ବହୁ ହଇରାଣ ହେବାକୁ ପଡ଼େ । ଆଉ ଏବେ ଅମଳ ସମୟରେ ପାଣି ପାଇଁ ଅପେକ୍ଷା ଚାଷ କାମ ପାଇଁ ବାଧକ ହେଉଛି । ମହିଳାଙ୍କ ରୁଣ୍ଡ ହେବାର ସିଧା ସଳଖ ଦୃଶ୍ୟ ବୟାନ କରୁଛି କିପରି ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ପମ୍ପ ଚାଳକକୁ କହିଲେ ଅଧିକାରୀଙ୍କୁ ଜଣାଇଥିବା କହିଥିବା କହୁଛନ୍ତି ।

ଏ ନେଇ ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଚରାଯିବାରୁ ସେ କହନ୍ତି ଅଭିଯୋଗ ପାଇଛନ୍ତି ,ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ସହିତ କଥା ହୋଇଛି । ନୂଆ ମୋଟର ଲଗାଇ ଚାରି ଦିନ ଭିତରେ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।