Advertisment

ଓଡ଼ିଶାର ବେୟାର ଗ୍ରୀଲ୍‌ସ ! ଘଞ୍ଚ ଅରଣ୍ୟରେ ରୁହନ୍ତି, ପୋକଜୋକ ଖାଆନ୍ତି

ଶିମିଳିପାଳର ଘଞ୍ଚ ଜଙ୍ଗଲ ଭିତରେ ରହୁଛନ୍ତି ଓଡ଼ିଶାର ଜଙ୍ଗଲ ବୟ ନିଜେ ଜଙ୍ଗଲରେ ରହୁଛନ୍ତି। ପୁଅକୁ ବି ଜଙ୍ଗଲରେ ରଖିଛନ୍ତି। ପୋକଜୋକ ଯାହାକୁ ଦେଖିଲେ ଖାଉଛନ୍ତି । ଆଉ ପାଣିରୁ ଜୋକ ଆଣି ତାହାର ରକ୍ତ ପିଉଛନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
jungle boy

jungle boy

ବାରିପଦା(ମାନିକ ଲାଲ୍ ପାଣି) : ମୁଁ ଛୁଆ ବେଳୁ ଡିସକଭରି ଚ୍ୟାନେଲ ଦେଖିବାକୁ ପସନ୍ଦ କରୁଥିଲି । ଜଙ୍ଗଲର ମହତ୍ତ୍ୱ ଅନୁଭବ କରିପାରିଲି । ଆଜିକାଲି ଲୋକେ ଜଙ୍ଗଲ କାଟି ପଦା କରି ଦେଉଛନ୍ତି । ଆଉ କେହି ଗାଁର ଜଙ୍ଗଲିଆ ପରିବେଶରେ ରହିବା ପାଇଁ ପସନ୍ଦ କରୁନାହାନ୍ତି, ଟାଉନରେ ରହିବାକୁ ଚାହୁଁଛନ୍ତି । ହେଲେ ମୁଁ ଟାଉନରେ ରହିବା ପାଇଁ ପସନ୍ଦ କରେନି । ଜୀବଜନ୍ତୁଙ୍କ ସହ ଜଙ୍ଗଲରେ ରହିବାକୁ ଭଲ ଲାଗେ । ଜଙ୍ଗଲରେ ମୋତେ ଶାନ୍ତି ମିଳେ । ସେଠି ସବୁ ଖାଇବା ମିଳେ । ଏଣୁ ମୋ ପିଲାମାନଙ୍କୁ ମଧ୍ୟ ଜଙ୍ଗଲରେ ରହିବା ପାଇଁ ପରାମର୍ଶ ଦିଏ ।

Advertisment

ଓଡ଼ିଶାର ଜଙ୍ଗଲ ବୟ । ବନ୍ୟଜନ୍ତୁଙ୍କ ସୁରକ୍ଷା ତାଙ୍କର ନିଶା । ପ୍ରାକୃତିକ ଉପାଦାନକୁ ନେଇ ପ୍ରକୄତି ସହ କିଭଳି ବଞ୍ଚି ହେବ ସେ ନେଇ ଅଭ୍ୟାସ କରିଛନ୍ତି । ଏ ପାହାଡରୁ ସେ ପାହାଡ ଦିନରାତି ବୁଲୁଛନ୍ତି । ପୁଅକୁ ଧରି ଜଙ୍ଗଲରେ ଶୋଉଛନ୍ତି, ଆଉ କଞ୍ଚା ପୋକ ସହ କଞ୍ଚା ମାଂସ ବି ଖାଉଛନ୍ତି । ଡିସ୍କଭରୀ ଚ୍ୟାନେଲର ମେନ ଭରସେସ ଓ୍ୱାଇଲ୍ଡ ସୋକୁ ଦେଖି ନିଜେ ଅନୁପ୍ରାଣିତ ହେବା ସହ ପୁଅକୁ ଶିଖାଉଛନ୍ତି ସବୁ କିଛି । ଶିମିଳିପାଳର ବନ୍ୟଜନ୍ତୁ ରେସ୍କ୍ୟୁଭିର କୄଷ୍ଣ ଚନ୍ଦ୍ର ଗୋଚ୍ଛାୟତ ଏମିତି ଏକ ଭିନ୍ନ ପରିଚୟ ସୃଷ୍ଟି କରି ଚର୍ଚ୍ଚାକୁ ଆସିଛନ୍ତି।

ପରିବାରର ଅନେକ ବାରଣ ସତ୍ତ୍ୱେ ବନ୍ୟଜନ୍ତୁଙ୍କ ସୁରକ୍ଷାରେ ଲାଗି ପଡିଛନ୍ତି କୃଷ୍ଣ ଚନ୍ଦ୍ର । ବେଳେ ବେଳେ ହିଂସ୍ରଜନ୍ତୁଙ୍କ ସହ ଡେୟାର ଡେଭିଲ୍ସ ପରି ଖତରନାକ ଖେଳ ବି ଖେଳିଥାନ୍ତି। ଶିମିଳିପାଳର ଲମ୍ବା ଲମ୍ବା ଗଛ ଓ ଘଂଚ ଲତା ଭିତରେ ନିଜର ଛୋଟ ପୁଅକୁ ଧରି ସେ ଘୁରି ବୁଲୁଛନ୍ତି। ଜଙ୍ଗଲରେ ଥିବା ବାଘ, ଭାଲୁ ଓ ସରୀସୃପଙ୍କୁ ନ ଡରି ରାତିଦିନ କଟାଉଛନ୍ତି। ବେଆର ଗ୍ରୀଲଙ୍କ ପରି କୃଷ୍ଣ ଚନ୍ଦ୍ର ଓ୍ୱାଇଲ୍ଡ ଲାଇଫ ହିରୋ ହେବାକୁ ମନ ବଳାଇଛନ୍ତି।

Advertisment

ଅନେକ ବିପଦଜନକ କାମକୁ ସହଜ ଓ ସୁବିଧାରେ କରି ନିଅନ୍ତି କୄଷ୍ଣ ଚନ୍ଦ୍ର । ୧୮ ଫୁଟର ଅହିରାଜ ସାପକୁ କୌଶଳ କ୍ରମେ ସାହସିକତାର ସହ ସେ ଉଦ୍ଧାର କରିଛନ୍ତି। ଖାଲି ଏତିକି ନୁହେଁ, ପୋକଜୋକ ଖାଇବା ପାଇଁ ପୁଅକୁ ତାଲିମ ମଧ୍ୟ ଦେଉଛନ୍ତି । ନଈରୁ କୋଚିଆ ଧରି ତାର ରକ୍ତ ପିଇବା, ଗଛରୁ ପୋକ ଓ ଝିଣ୍ଟିକା ଧରିବା ପରେ ତାକୁ କଂଚା ଖାଇଥାନ୍ତି କୄଷ୍ଣ ଚନ୍ଦ୍ର ଓ ତାଙ୍କ ପୁଅ। ଏମିତିକି ରାତିରେ ପୁଅ ଜଙ୍ଗଲରେ ଶୋଇଲେ ନିଆଁ ଜଳାଇ ତାକୁ ଜଗିଥାନ୍ତି। ଆଉ ନିଜେ କୃଷ୍ଣଚନ୍ଦ୍ର ଶୋଇଲେ ପୁଅ ଶ୍ରୀତମ ତାଙ୍କୁ ରାତିସାରା ଜଗି ରହିଥାଏ।

ଜଙ୍ଗଲୀ ଜନ୍ତୁଙ୍କ ସାଥୀ ପାଲଟିଥିବା କୃଷ୍ଣ ଚନ୍ଦ୍ର ଅନେକ ସମୟରେ ନିଆରା ଅନ୍ଦାଜରେ କାମ କରିଥାନ୍ତି। କେତେ ବେଳେ ଫଶି ରହିଥିବା ହାତୀ ଓ ଭାଲୁ ଉଦ୍ଧାର କରି ଜଙ୍ଗଲରେ ଛାଡିବା, ଆଉ ନିଆଳୀର ଅଜଣା ଜନ୍ତୁ ଉଦ୍ଧାର ଟିମରେ ନିଜକୁ ସାମିଲ କରି ଅନେକ ପ୍ରଶଂସା ପାଇଛନ୍ତି କୃଷ୍ଣ ଚନ୍ଦ୍ର। ଜୀବନ କାଳ ମଧ୍ୟରେ କୃଷ୍ଣ ଚନ୍ଦ୍ର ୩୦ ହଜାରରୁ ଅଧିକ ସାପ ଉଦ୍ଧାର କରି ଜଙ୍ଗଲରେ ଛାଡିଥିବା ଦାବି କରିଛନ୍ତି। ଏଥିପାଇଁ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ଆଗାମୀ ଦିନରେ ମେନ ଭାରସେସ ଓ୍ୱାଇଲ୍ଡ କାର୍ଯ୍ୟକ୍ରମ ଭଳି ଏକ ଏପିସୋଡ କରିବାକୁ ଚାହୁଁଛନ୍ତି କୃଷ୍ଣଚନ୍ଦ୍ର।

Jungle Survival Tales
Advertisment
Advertisment