Advertisment

ସାମାନ୍ୟ ତରଭୁଜ ପାଇଁ ହେଲା ଯୁଦ୍ଧ; ମରିଲେ ହଜାର ହଜାର ସୈନିକ

ଅନ୍ୟର ରାଜ୍ୟ ଅଧିକାର ପାଇଁ ଯୁଦ୍ଧ ହେବା ସମସ୍ତେ ଜାଣନ୍ତି। କିନ୍ତୁ କୌଣସି ଏକ ଫଳ ପାଇଁ ଯୁଦ୍ଧ ହେବା ଆପଣ କେବେ ଶୁଣିଛନ୍ତି କି? କିନ୍ତୁ ଏହା ସତ ଯେ ସାମାନ୍ୟ ଏକ ତରଭୁତ ପାଇଁ ଯୁଦ୍ଧ ହେଇଛି ଆଉ ହଜାର ହଜାର ସୈନିକ ମଧ୍ୟ ମରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
War for watermelon; died thousandas soldier

War for watermelon; died thousandas soldier

ଆପଣ ନିଶ୍ଚିତ ଭାବରେ ବିଶ୍ୱ ଇତିହାସରେ ଅନେକ ଯୁଦ୍ଧ ବିଷୟରେ ପଢିଥିବେ ଆଉ ଶୁଣିଥିବେ। ଭାରତୀୟ ଇତିହାସରେ ଅନେକ ଯୁଦ୍ଧ ମଧ୍ୟ ହୋଇଛି, ଯାହାକୁ ନେଇ ଅନେକ କାହାଣୀ ମଧ୍ୟ ରହିଛି। ଏହି ଯୁଦ୍ଧଗୁଡିକ ମଧ୍ୟରୁ ଅଧିକାଂଶ ଅନ୍ୟ ରାଜ୍ୟ ଦଖଲ କରିବାକୁ ନେଇ ହୋଇଛି। କିନ୍ତୁ ଏମିତି ଏକ ଯୁଦ୍ଧ ମଧ୍ୟ ହୋଇଛି ଯାହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ୧୯୪୪ ମସିହାରେ ହୋଇଥିବା ଏହି ଯୁଦ୍ଧ ସାମାନ୍ୟ ଏକ ତରଭୁଜ ପାଇଁ ହୋଇଥିଲା। ପ୍ରାୟ ୩୭୬ ବର୍ଷ ପୂର୍ବେ ହୋଇଥିବା ଏହି ଯୁଦ୍ଧରେ ହଜାର ହଜାର ସୈନିକଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ଆସନ୍ତୁ ଜାଣିବା ଏହି ଯୁଦ୍ଧର ପୂରା ଘଟଣା।

Advertisment

ଏହା ହେଉଛି ଦୁନିଆର ପ୍ରଥମ ଯୁଦ୍ଧ ଯାହା କେବଳ ଗୋଟିଏ ଫଳ ପାଇଁ ହୋଇଥିଲା। ଏହି ଯୁଦ୍ଧ ଇତିହାସରେ 'ମତୀରେ କି ରାଡ୍‌' ଭାବରେ ରେକର୍ଡ କରାଯାଇଛି। ରାଜସ୍ଥାନର ଅନେକ ଅଞ୍ଚଳରେ ତରଭୁଜକୁ ମତୀରେ ବୋଲି କୁହନ୍ତି। ରାଡ୍‌ ଅର୍ଥ ହେଉଛି ଯୁଦ୍ଧ। ୩୭୬ ବର୍ଷ ପୂର୍ବେ ଦୁଇଟି ରାଜ୍ୟର ଲୋକଙ୍କ ମଧ୍ୟରେ ତରଭୁଜ ପାଇଁ ଲଢେଇ ହୋଇଥିଲା।

ସେତେବେଳେ ବିକାନେରର ସିଲ୍‌ଭା ଗାଁ ଓ ନାଗୌରର ଜାଖାଣିଆ ଗାଁର ସୀମା ପରସ୍ପର ସହିତ ଲାଗିଥିଲା। ଏହି ଦୁଇଟି ଗାଁ ଏହି ରାଜ୍ୟଗୁଡ଼ିକର ଶେଷ ସୀମା ଥିଲେ। ବିକାନେର ସୀମାରେ ଏକ ତରଭୁଜ ଗଛ ଲଗାଯାଇଥିଲା ଏବଂ ନାଗୌର ସୀମାରେ ଏହାର ଏକ ଫଳ ହୋଇଥିଲା। ଏହି ଫଳା ହିଁ ଯୁଦ୍ଧର କାରଣ ହୋଇଗଲା।

Advertisment

ସିଲ୍‌ଭା ଗାଁର ବାସିନ୍ଦାଙ୍କ କହିବା କଥା ଥିଲା ଯେ ଯଦି ଏହି ଗଛ ଏଠାରେ ଲାଗିଛି ତେବେ ଏହାର ଫଳରେ ସେମାନଙ୍କର ଅଧିକାର ଅଛି। ସେହିପରି ନାଗୌରର ଲୋକମାନେ କହିଲେ ଯେହେତୁ ଯଦି ଏହି ଫଳ ସେମାନଙ୍କ ସୀମାରେ ରହିଛି ତେବେ ତାହା ସେମାନଙ୍କର। ଏହି ଫଳ ଉପରେ ଅଧିକାର ନେଇ ଉଭୟ ରାଜ୍ୟରେ ଆରମ୍ଭ ହୋଇଥିବା ଲଢେଇ ଏକ ରକ୍ତାକ୍ତ ଯୁଦ୍ଧର ରୂପ ନେଇଥିଲା।

କୁହାଯାଏ ଯେ ସିଂଘଭି ସୁଖମଲ ନାଗୌର ସେନାର ନେତୃତ୍ୱ ନେଉଥିବାବେଳେ ରାମଚନ୍ଦ୍ର ମୁଖିଆ ବିକାନେର ସେନାର ନେତୃତ୍ୱ ନେଇଥିଲେ। ସବୁଠାରୁ ବଡ କଥା ହେଉଛି ଉଭୟ ରାଜା ଏହି ଲଢେଇ ବିଷୟରେ ଅବଗତ ନ ଥିଲେ। ଯେତେବେଳେ ଏହି ଯୁଦ୍ଧ ଚାଲିଥିଲା, ବିକାନେରର ଶାସକ ରାଜା କରଣ ସିଂ ଏକ ଅଭିଯାନରେ ଥିଲେ ଏବଂ ନାଗୌରର ଶାସକ ରାଓ ଅମର ସିଂ ମୋଗଲ ସାମ୍ରାଜ୍ୟର ସେବାରେ ଥିଲେ।

ଉଭୟ ରାଜା ମୋଗଲ ସାମ୍ରାଜ୍ୟର ଅଧିକାରକୁ ଗ୍ରହଣ କରିଥିଲେ। ଯେତେବେଳେ ଉଭୟ ରାଜା ଏହି ଯୁଦ୍ଧ ବିଷୟରେ ଜାଣିଲେ, ସେମାନେ ଏଥିରେ ହସ୍ତକ୍ଷେପ କରିବାକୁ ମୋଗଲ ରାଜାଙ୍କୁ ନିବେଦନ କଲେ। କିନ୍ତୁ ଏହି ମାମଲା ମୋଗଲ ଶାସକମାନଙ୍କ ନିକଟରେ ପହଞ୍ଚିବା ବେଳକୁ ଯୁଦ୍ଧ ଶେଷ ହୋଇଯାଇଥିଲା। ଏହି ଯୁଦ୍ଧରେ ବିକାନେର ରାଜ୍ୟ ବିଜୟୀ ହୋଇଥିଲା। କିନ୍ତୁ କୁହାଯାଏ ଯେ ଉଭୟ ପାର୍ଶ୍ୱର ହଜାର ହଜାର ସୈନିକ ଏଥିରେ ନିହତ ହୋଇଥିଲେ।

Ajab Gajab
Advertisment
Advertisment