Advertisment

୧୧ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିବ ଭୋଡାଫୋନ୍‌

ଆସନ୍ତା ୩ ବର୍ଷରେ ୧୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବ ଭୋଡାଫୋନ୍‌। କମ୍ପାନୀକୁ ସରଳୀକରଣ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Vodafone Layoffs 2023

Vodafone Plans To Cut 11,000 Jobs

ଆସନ୍ତା ୩ ବର୍ଷରେ ୧୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବ ଭୋଡାଫୋନ୍‌(Vodafone)। ଭୋଡାଫୋନ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବ୍ରିଟିଶ ଟେଲିକମ୍‌ ଜିଆଣ୍ଟ ଭୋଡାଫୋନ୍‌ କମ୍ପାନୀ ପକ୍ଷରୁ ଏହି ସୂଚନା ଦିଆଯାଇଛି। କମ୍ପାନୀର ନୂଆ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମାର୍ଗେରିଟା ଡେଲ୍ଲା ଭାଲ୍ଲେ କହିଛନ୍ତି, କମ୍ପାନୀକୁ ସରଳୀକରଣ କରିବା ପାଇଁ ୧୧,୦୦୦ କର୍ମଚାରୀଙ୍କ ଚାକିରିରୁ ଛଟେଇ କରାଯିବ। 

Advertisment

ଲଗାତାର ଭାବେ ଭଲ ପ୍ରଦର୍ଶନ ପାଇଁ ଭୋଡାଫୋନ୍‌ରେ ପରିବର୍ତ୍ତନ ଆଣିବା ଜରୁରୀ ବୋଲି ସିଇଓ ମାର୍ଗେରିଟା କହିଛନ୍ତି। କମ୍ପାନୀର କହିବା ଅନୁସାରେ, ଜର୍ମାନୀରେ ଯେଉଁଠାରେ ସବୁଠାରୁ ଅଧିକ ମାର୍କେଟ୍‌ ଅଛି, ସେଠାରେ କମ୍ପାନୀର ଖରାପ ପ୍ରଦର୍ଶନ ରହିଛି। ଏଠାରେ କମ୍ପାନୀ ୧.୩% କ୍ଷତି ସହୁ ଥିବା ଦେଖିବାକୁ ମିଳିଛି। ତେଣୁ କମ୍ପାନୀର ରୋଜଗାର ଉପରେ ପ୍ରାଧାନ୍ୟ ଦିଆଯାଉଛି ବୋଲି ସିଇଓ କହିଛନ୍ତି। ଆର୍ଥିକ ବିଶେଷଜ୍ଞଙ୍କ ଅନୁମାନ ଅନୁସାରେ, ଚଳିତ ଆର୍ଥିକ ବର୍ଷରେ କମ୍ପାନୀର ରୋଜଗାର କମ୍‌ ରହିବ କିମ୍ବା ସେଭଳି କୌଣସି ଆଖିଦୃଶିଆ ଲାଭ ଦେଖିବାକୁ ମିଳିନପାରେ। 

ମାର୍ଗେରିଟା ଡେଲ୍ଲା ଆହୁରି କହିଛନ୍ତି, କର୍ମଚାରୀଙ୍କୁ ଚାକିରିରୁ ଏଥିପାଇଁ ଛଟେଇ କରାଯାଉଛି, କାରଣ କମ୍ପାନୀର କୌଣସି ଅଭିବୃଦ୍ଧି ଆମେ ଦେଖିବାକୁ ପାଉନୁ। ତେଣୁ ଆଗାମୀ ସମୟରେ ଗ୍ରାହକଙ୍କୁ ଉତ୍ତମ ସୁବିଧା ଯୋଗାଇବା ପାଇଁ ଆମେ ଗ୍ରୁପ୍‌କୁ ସରଳୀକରଣ କରିବା ପାଇଁ ଚେଷ୍ଟା କରୁଛୁ। ସେପଟେ କମ୍ପାନୀକୁ ଆଫ୍ରିକାରେ ହ୍ୟାଣ୍ଡ୍‌ସେଟ୍‌ର ବିକ୍ରି ବୃଦ୍ଧି ଯୋଗୁ ରେଭିନ୍ୟୁ ୦.୩% ବୃଦ୍ଧି ହୋଇଥିବା ଜଣାପଡ଼ିଛି। 

Advertisment

ଏକ ରିପୋର୍ଟ ଅନୁସାରେ, ଚଳିତ ବର୍ଷ ପ୍ରାରମ୍ଭରେ ଭୋଡାଫୋନ୍‌ ଇଟାଲୀରେ ୧,୦୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା। ଜର୍ମାନୀରେ ମଧ୍ୟ କମ୍ପାନୀ ପାଖାପାଖି ୧,୩୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବାକୁ ଚାହୁଁଛି। 

Vodafone
Advertisment
Advertisment