Advertisment

LED ସ୍କ୍ରିନ୍‌ରେ ଧବଳେଶ୍ୱର ଦର୍ଶନ ! ପଞ୍ଚୁକରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ସ୍ଥିତି ସମୀକ୍ଷା ପରେ ଭର୍ଚୁଆଲ ଦର୍ଶନ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
Special story

Special story

ଧବଳେଶ୍ୱରଙ୍କୁ ଭର୍ଚୁଆଲରେ ଦର୍ଶନ କରିବେ ଭକ୍ତ । ସିଧାସଳଖ ନହେଲେ ମଧ୍ୟ LED ସ୍କ୍ରିନ୍‌ରେ ବାବାଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ପଞ୍ଚୁକରେ ଧବଳେଶ୍ୱରଙ୍କୁ ଶ୍ରଦ୍ଧାଳୁ ଭର୍ଚୁଆଲରେ ଦର୍ଶନ କରିପାରିବେ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଝୁଲାପୋଲ ଦୁର୍ବଳ ଥିବାରୁ ପ୍ରଶାସନ ୧୪୪ ଧାରା ଧାରି କରିବା ସହ ଧବଳେଶ୍ୱର ପୀଠକୁ ଭକ୍ତ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

Advertisment

ଏଥିପାଇଁ ଆଜି କଟକ ଜିଲ୍ଲାପାଳ ଝୁଲାପୋଲ ବୁଲି ଦେଖିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି । ଝୁଲାପୋଲରେ କଳଙ୍କୀ ଲାଗିଥିବା ସମସ୍ତ ସ୍ଥାନ ସହ ଫାଟ ଦେଖିଥିଲେ ଜିଲ୍ଲାପାଳ । ଝୁଲାପୋଲର ମରାମତି ପାଇଁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଏହାସହ ଡଙ୍ଗା ଯୋଗେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ଆଦୌ ସମ୍ଭବ ନୁହେଁ । ତେଣୁ ଏଭଳି ବ୍ୟବସ୍ଥା କରାଯାଇଛି । 

Advertisment

ସୂଚନାଯୋଗ୍ୟ ଗତ ୨ବର୍ଷ ପରି ଏଥର ବି ସିଧାସଳଖ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ ନାହିଁ ଶ୍ରଦ୍ଧାଳୁ । ଅସୁରକ୍ଷିତ ଝୁଲା ପୋଲ ପାଇଁ ୧୪୪ ଧାରା ଲାଗୁ ହୋଇଥିବା ବେଳେ ଗତକାଲି ସକାଳୁ ଧବଳେଶ୍ୱର ପୀଠ ଖାଁ ଖାଁ ଥିବା ଦେଖିବାକୁ ମିଳିଥିଲା ।

୨୦୦୬ ମସିହାରେ ନିର୍ମିତ ହୋଇଥିବା ଏହି ପୋଲର ଧାରଣ କ୍ଷମତା ୧୫୦୦ରୁ ଆସି ଧୀରେ ଧୀରେ କମି ୨୦୦ରେ ପହଞ୍ଚିଛି । କାର୍ତ୍ତିକ ମାସରେ ଧବଳେଶ୍ଵରଙ୍କ ଦର୍ଶନ ନିମନ୍ତେ ଅପେକ୍ଷାରତ ଭିଡ଼କୁ ଆଖି ଆଗରେ ରଖି ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ହେଲେ ଗୁଜରାଟ ଟ୍ରାଜେଡି ପରେ ଚେଇଁ ଉଠିଥିବା ପ୍ରଶାସନ ପୂର୍ବରୁ ବିଶେଷଜ୍ଞ ଟିମ୍‌ ସାହାଯ୍ୟରେ ଏହି ମରାମତି କରିଥିଲେ, ଏବେ ପଞ୍ଚକରେ ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ ପାଇପାରିଥାନ୍ତେ ବୋଲି ଆଲୋଚନା ହେଉଛି। ହେଲେ ପ୍ରଶାସନର ଏପରି ଖାମଖିଆଲିପଣ ପାଇଁ ଶ୍ରଦ୍ଧାଳୁଙ୍କୁ ଗଭୀର ଆଘାତ ଲାଗିଛି।

Dhabaleswar Temple Hanging Bridge
Advertisment
Advertisment