Advertisment

ରାସ୍ତା କଡରେ ମକା ବିକୁଛନ୍ତି ବିରାଟ କୋହଲି! ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ

ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ବିରାଟ କୋହଲିଙ୍କ ନକଲି ଫଟୋ। ଏହାକୁ ଶେୟାର କରାଯାଇ ଏହି ଫଟୋର କ୍ୟାପ୍‌ସନ୍ ଲେଖାଯାଇଛି ଯେ ବିରାଟ କର୍ଣ୍ଣଲି। ଏହି ଭାଇରାଲ ଫଟୋରେ ନକଲି ବିରାଟ କୋହଲି ମକା ବିକୁଥିବା ଦେଖାଯାଆନ୍ତି।

author-image
Pramod Behera
Virat Kohlilook alike picture

Virat Kohlilook alike picture

ଆମେ ସମସ୍ତେ ଚେହେରାକୁ ଦେଖି ହିଁ ପରସ୍ପରକୁ ଚିହ୍ନିଥାଉ। କିନ୍ତୁ ବେଳେବେଳେ ସମାନ ଚେହେରା ଥିବା ଦୁଇ ଜଣଙ୍କୁ ଦେଖିବାବେଳେ ଆମେ ଚକିତ ହୋଇଯାଉ। ଆପଣ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ମଧ୍ୟ ପ୍ରାୟ ସମସ୍ତ ବଡ ବଡ ସେଲିବ୍ରିଟିଙ୍କ ନକଲିଙ୍କୁ ଦେଖିଥିବେ। ଏସବୁ ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଜଣେ ବ୍ୟକ୍ତିଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାଙ୍କର ରୂପ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ସହ ମେଳ ଖାଉଛି।

Advertisment

ଏହି ଫଟୋ ସୋସିଆଲ ମିଡିଆରେ 'ୟୋ ୟୋ ଫନୀ ସିଂହ' ନାମକ ଜଣେ ଟ୍ୱିଟର ବ୍ୟବହାରକାରୀଙ୍କ ଦ୍ୱାରା ଶେୟାର କରାଯାଇଛି। ଏହାକୁ ଶେୟାର କରାଯାଇ ଏହି ଫଟୋର କ୍ୟାପ୍‌ସନ୍ ଲେଖାଯାଇଛି ଯେ ବିରାଟ କର୍ଣ୍ଣଲି। ଏହି ଭାଇରାଲ ଫଟୋରେ ନକଲି ବିରାଟ କୋହଲି ମକା ବିକୁଥିବା ଦେଖାଯାଆନ୍ତି। ଯିଏ ଏହାକୁ ଦେଖିବ ସେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବ ଯେ ଏଡେ ବଡ ଷ୍ଟାର୍ ରାସ୍ତା କଡରେ ମକା ବିକୁଛନ୍ତି!

ତେବେ ଏହି ଫଟୋ ସୋସିଆଲ ମିଡିଆରେ ଶେୟାର ହେବା ମାତ୍ରେ ଚାରିଆଡେ ଚର୍ଚ୍ଚା ହୋଇଯାଇଥିଲା। ତେବେ ଏହି ଫଟୋ କେଉଁଠାରୁ ଆସିଛି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡି ନାହିଁ। ଏପରି ପରିସ୍ଥିତିରେ ଏହି ଫଟୋର ସତ୍ୟତାକୁ ନିଶ୍ଚିତ କରାଯାଇ ପାରିନି। କିନ୍ତୁ ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ଫଟୋ ସୋସିଆଲ ମିଡିଆରେ ଶେୟାର ହେବା ମାତ୍ରେ ଲୋକମାନେ ସେମାନଙ୍କର ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଥିଲେ। ଏହି ଫଟୋକୁ ଦେଖିବା ପରେ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ଏହା ଆଶ୍ଚର୍ଯ୍ୟଜନକ, ମତେ ତ ଏହି ବ୍ୟକ୍ତି ଜଣକ ଅବିକଳ କୋହଲିଙ୍କ ପରି ଦେଖାଯାଉଛି। ସେହିପରି ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ଏହି ଫଟୋକୁ ଦେଖି ଏହା ପ୍ରକୃତରେ କୋହଲି ନୁହେଁ ବୋଲି ଫରକ କରିବା କଷ୍ଟକର।

ଏହି ଫଟୋ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟ୍‌ଫର୍ମରୁ ଶେୟାର କରାଯାଉଛି। ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ଏହି ଟ୍ୱିଟ୍ ଫଟୋକୁ ଦୁଇ ହଜାରରୁ ଅଧିକ ଲାଇକ୍ ମିଳିଥିଲା। ଏହା ସହିତ ଏହି ଫଟୋ ଏପର୍ଯ୍ୟନ୍ତ ୧୯୦ରୁ ଅଧିକ ରିଟ୍ୱିଟ୍‌ ହୋଇଛି। ଅନେକ ଲୋକ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟରୁ ଆଶ୍ଚର୍ଯ୍ୟଜନକ ଇମୋଜି ସହିତ ଏହି ଫଟୋକୁ ଶେୟାର କରିବାରେ ଲାଗିଛନ୍ତି।

Viral
Advertisment
Advertisment