Advertisment

ମାରାଥନ୍‌ରେ ଯୋତା ପିନ୍ଧି ଦୌଡ଼ୁଛି ବତକ; ଦେଖନ୍ତୁ ଭିଡିଓ

ଯୋତା ପିନ୍ଧି ମାରାଥନ୍‌ରେ ଦୌଡୁଛି ବତକ । ଆମେରିକାର ୱାସିଙ୍ଗଟନ୍‌ରେ ଅନୁଷ୍ଠିତ ୫୦ତମ ନିୟୁର୍କ ସିଟି ମାରାଥନ୍‌ରେ ଦେଖିବାକୁ ମିଳିଛି ଏଭଳି ନିଆରା ଦୃଶ୍ୟ । ଯେଉଁଥିରେ ଏକ ବତକଟି ମ୍ୟାରାଥନ୍‌ରେ ଦୌଡ଼ୁଥିବା ପ୍ରତିଯୋଗୀଙ୍କ ସହ ସମାନ୍ ବେଗରେ ଦୌଡ଼ୁଥିବାର ଦେଖିବାକୁ ମିଳିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Viral video of duck running in marathon pople gone crazy over it pratp

Viral video of duck running in marathon pople gone crazy over it pratp

ୱାସିଙ୍ଗଟନ୍‌:ଯୋତା ପିନ୍ଧି ମାରାଥନ୍‌ରେ ଦୌଡୁଛି ବତକ । ଆମେରିକାର ୱାସିଙ୍ଗଟନ୍‌ରେ ଅନୁଷ୍ଠିତ ୫୦ତମ ନିୟୁର୍କ ସିଟି ମାରାଥନ୍‌ରେ ଦେଖିବାକୁ ମିଳିଛି ଏଭଳି ନିଆରା ଦୃଶ୍ୟ । ଯେଉଁଥିରେ ଏକ ବତକଟି ମ୍ୟାରାଥନ୍‌ରେ ଦୌଡ଼ୁଥିବା ପ୍ରତିଯୋଗୀଙ୍କ ସହ ସମାନ୍ ବେଗରେ ଦୌଡ଼ୁଥିବାର ଦେଖିବାକୁ ମିଳିଛି ।

Advertisment

ସବୁଠୁ ରୋଚକ ବିଷୟ ହେଉଛି ମାରାଥନ୍ ସମୟରେ ଦର୍ଶକଙ୍କ ନଜର କେବଳ ଏହି ବତକ ଉପରେ ରହିଥିଲା । ଏହି ନିଆରା ଦୃଶ୍ୟ ଦେଖି ଅନେକ ଲୋକ ତାଜୁବ୍ ହୋଇଥିବାବେଳେ ଅଧିକାଂଶ ଏହାକୁ ଲୋକ ନିଜ କ୍ୟାମେରାରେ ମଧ୍ୟ କଏଦ୍ କରିଥିଲେ ।

ସୂଚନା ଅନୁସାରେ, ଗତ ବର୍ଷ କୋଭିଡ୍‌ ମହାମାରୀ କାରଣରୁ ମାରାଥନ୍ ଅନୁଷ୍ଠିତ ହୋଇପାରି ନଥିବାରୁ ଚଳିତ ବର୍ଷର ମାରାଥନ୍‌ ଦେଖିବାକୁ ଲୋକଙ୍କ ଭିତରେ ବେଶ୍ ଭିଡ ଜମିଥିଲା । ହେଲେ ଏହି ମାରାଥନ୍‌ରେ ବତକଟି ଦର୍ଶକଙ୍କ ଭିଡର ଆକର୍ଷଣ ବିନ୍ଦୁ ପାଲଟିଲା । କାରଣ ପ୍ରତିଯୋଗୀତାଙ୍କ ମଧ୍ୟରେ ବତକଟି ନାଲି ରଙ୍ଗର ଯୋଜା ପିନ୍ଧି ଖୁବ୍‌ ଜୋରେ ଦୌଡ଼ୁଥିଲା ।

Advertisment

ପ୍ରଥମ ଥର ପାଇଁ ନିୟୁର୍କ ସିଟି ମାରାଥନ୍‌ରେ (New York City Marathon) ଏକ ବତକ ଦୌଡ଼ୁଥିବାର ଦେଖିବାକୁ ମିଳିଥିଲା । ପ୍ରାୟ ୩୩ ହଜାର ଲୋକଙ୍କ ମଧ୍ୟରେ ଚାଲିଥିବା ମାରାଥନ୍‌ରେ ଏହି ସୁନ୍ଦର ବତକଟି ମଧ୍ୟ ଅଂଶଗ୍ରହଣ କରିଥିଲା ।

ଭିଡିଓରେ ଦୌଡ଼ୁଥିବା ବତକର ନାଁ ହେଉଛି ରିଙ୍କଲ୍ ।ସେଡୁକ୍ଟିଭ୍(Seducktive) ନାମକ ଏକ ଇଣ୍ଟାଗ୍ରାମ୍‌ ପେଜ୍‌ରେ ଏହି ଭିଡିଓଟି ସେୟାର ହୋଇଛି । ଯେଉଁଥିରେ ବତକଟି ନାଲି ରଙ୍ଗର ଯୋଜା ପିନ୍ଧି ମାରାଥନ୍‌ରେ ଦୌଡ଼ୁଥିବାର ଦେଖିବାକୁ ମିଳିଛି । ବାକି ରନର୍ସଙ୍କ ସହ ରିଙ୍କଲ୍ ମଧ୍ୟ ନିଜେ ଦୌଡ଼ୁଛି । ବତକଟିକୁ ଦୌଡ଼ୁଥିବାର ଦେଖି ଆଖପାଖର ଲୋକମାନେ ମଧ୍ୟ ତାକୁ ଖୁବ୍ ଉତ୍ସାହିତ କରୁଛନ୍ତି ।

ରିଙ୍କଲ୍‌ର ମଜାଳିଆ ଢଙ୍ଗର ଦୈଡ଼ା ତଥା ଚାଲିବା ଷ୍ଟାଇଲ୍‌ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିପାରିଛି । ଯାହା ମାରାଥନର ପୁରା ଲାଇମଲାଇଟ୍‌ରେ ଆସିଛଥି । ବତକର ମାଲିକ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇଥିବାରୁ ତାଙ୍କ ସହ ରିଙ୍କଲ୍‌ ମଧ୍ୟ ଏଥିରେ ପ୍ରତିଯୋଗୀ ଭାବରେ ଭାଗ ନେଇଛି ।

ଭାଇରାଲ୍‌ ହେଉଛି ଏହି ରିଙ୍କଲ୍‌ର ଭିଡିଓ

ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି । ବାରଷ୍ଟୁଲ ସ୍ପୋର୍ଟସ (Barstool Sports) ଦ୍ୱାରା ମଧ୍ୟ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି । ଭିଡିଓଟିକୁ ମାତ୍ର ଦୁଇ ଦିନରେ ୩୫ ଲକ୍ଷରୁ ଅଧିକ ଲୋକେ ଦେଖିସାରିଥିବାବେଳେ ୨ ଲକ୍ଷ ଲୋକ ଏହାକୁ ଲାଇକ୍‌ କରିଛନ୍ତି ।

ଇଣ୍ଟାଗ୍ରାମ୍‌ ବ୍ୟତୀତ ଅନ୍ୟ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ତଥା ଟ୍ୱିଟର, ଫେସ୍‌ବୁକ୍ ଆଦିରେ ମଧ୍ୟ ଭିଡିଓଟି ବେଶ୍ ଭାଇରାଲ୍‌ ହେବାରେ ଲାଗୁଛି । ରିଙ୍କଲ୍‌ର ନିଜସ୍ୱ ଇଣ୍ଟାଗ୍ରାମ୍‌ ଆକାଉଣ୍ଟ ମଧ୍ୟ ରହିଛି ଯାହାକୁ ୩୫ହଜାରରୁ ଅଧିକ ଲୋକ ଫୋଲ କରିଛନ୍ତି ।

Duck Duck Running In Marathon Marathon Special Story
Advertisment
Advertisment