/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636702270.jpg)
Viral video of duck running in marathon pople gone crazy over it pratp
ୱାସିଙ୍ଗଟନ୍:ଯୋତା ପିନ୍ଧି ମାରାଥନ୍ରେ ଦୌଡୁଛି ବତକ । ଆମେରିକାର ୱାସିଙ୍ଗଟନ୍ରେ ଅନୁଷ୍ଠିତ ୫୦ତମ ନିୟୁର୍କ ସିଟି ମାରାଥନ୍ରେ ଦେଖିବାକୁ ମିଳିଛି ଏଭଳି ନିଆରା ଦୃଶ୍ୟ । ଯେଉଁଥିରେ ଏକ ବତକଟି ମ୍ୟାରାଥନ୍ରେ ଦୌଡ଼ୁଥିବା ପ୍ରତିଯୋଗୀଙ୍କ ସହ ସମାନ୍ ବେଗରେ ଦୌଡ଼ୁଥିବାର ଦେଖିବାକୁ ମିଳିଛି ।
ସବୁଠୁ ରୋଚକ ବିଷୟ ହେଉଛି ମାରାଥନ୍ ସମୟରେ ଦର୍ଶକଙ୍କ ନଜର କେବଳ ଏହି ବତକ ଉପରେ ରହିଥିଲା । ଏହି ନିଆରା ଦୃଶ୍ୟ ଦେଖି ଅନେକ ଲୋକ ତାଜୁବ୍ ହୋଇଥିବାବେଳେ ଅଧିକାଂଶ ଏହାକୁ ଲୋକ ନିଜ କ୍ୟାମେରାରେ ମଧ୍ୟ କଏଦ୍ କରିଥିଲେ ।
ସୂଚନା ଅନୁସାରେ, ଗତ ବର୍ଷ କୋଭିଡ୍ ମହାମାରୀ କାରଣରୁ ମାରାଥନ୍ ଅନୁଷ୍ଠିତ ହୋଇପାରି ନଥିବାରୁ ଚଳିତ ବର୍ଷର ମାରାଥନ୍ ଦେଖିବାକୁ ଲୋକଙ୍କ ଭିତରେ ବେଶ୍ ଭିଡ ଜମିଥିଲା । ହେଲେ ଏହି ମାରାଥନ୍ରେ ବତକଟି ଦର୍ଶକଙ୍କ ଭିଡର ଆକର୍ଷଣ ବିନ୍ଦୁ ପାଲଟିଲା । କାରଣ ପ୍ରତିଯୋଗୀତାଙ୍କ ମଧ୍ୟରେ ବତକଟି ନାଲି ରଙ୍ଗର ଯୋଜା ପିନ୍ଧି ଖୁବ୍ ଜୋରେ ଦୌଡ଼ୁଥିଲା ।
ପ୍ରଥମ ଥର ପାଇଁ ନିୟୁର୍କ ସିଟି ମାରାଥନ୍ରେ (New York City Marathon) ଏକ ବତକ ଦୌଡ଼ୁଥିବାର ଦେଖିବାକୁ ମିଳିଥିଲା । ପ୍ରାୟ ୩୩ ହଜାର ଲୋକଙ୍କ ମଧ୍ୟରେ ଚାଲିଥିବା ମାରାଥନ୍ରେ ଏହି ସୁନ୍ଦର ବତକଟି ମଧ୍ୟ ଅଂଶଗ୍ରହଣ କରିଥିଲା ।
ଭିଡିଓରେ ଦୌଡ଼ୁଥିବା ବତକର ନାଁ ହେଉଛି ରିଙ୍କଲ୍ ।ସେଡୁକ୍ଟିଭ୍(Seducktive) ନାମକ ଏକ ଇଣ୍ଟାଗ୍ରାମ୍ ପେଜ୍ରେ ଏହି ଭିଡିଓଟି ସେୟାର ହୋଇଛି । ଯେଉଁଥିରେ ବତକଟି ନାଲି ରଙ୍ଗର ଯୋଜା ପିନ୍ଧି ମାରାଥନ୍ରେ ଦୌଡ଼ୁଥିବାର ଦେଖିବାକୁ ମିଳିଛି । ବାକି ରନର୍ସଙ୍କ ସହ ରିଙ୍କଲ୍ ମଧ୍ୟ ନିଜେ ଦୌଡ଼ୁଛି । ବତକଟିକୁ ଦୌଡ଼ୁଥିବାର ଦେଖି ଆଖପାଖର ଲୋକମାନେ ମଧ୍ୟ ତାକୁ ଖୁବ୍ ଉତ୍ସାହିତ କରୁଛନ୍ତି ।
ରିଙ୍କଲ୍ର ମଜାଳିଆ ଢଙ୍ଗର ଦୈଡ଼ା ତଥା ଚାଲିବା ଷ୍ଟାଇଲ୍ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିପାରିଛି । ଯାହା ମାରାଥନର ପୁରା ଲାଇମଲାଇଟ୍ରେ ଆସିଛଥି । ବତକର ମାଲିକ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇଥିବାରୁ ତାଙ୍କ ସହ ରିଙ୍କଲ୍ ମଧ୍ୟ ଏଥିରେ ପ୍ରତିଯୋଗୀ ଭାବରେ ଭାଗ ନେଇଛି ।
ଭାଇରାଲ୍ ହେଉଛି ଏହି ରିଙ୍କଲ୍ର ଭିଡିଓ
ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି । ବାରଷ୍ଟୁଲ ସ୍ପୋର୍ଟସ (Barstool Sports) ଦ୍ୱାରା ମଧ୍ୟ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି । ଭିଡିଓଟିକୁ ମାତ୍ର ଦୁଇ ଦିନରେ ୩୫ ଲକ୍ଷରୁ ଅଧିକ ଲୋକେ ଦେଖିସାରିଥିବାବେଳେ ୨ ଲକ୍ଷ ଲୋକ ଏହାକୁ ଲାଇକ୍ କରିଛନ୍ତି ।
ଇଣ୍ଟାଗ୍ରାମ୍ ବ୍ୟତୀତ ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ତଥା ଟ୍ୱିଟର, ଫେସ୍ବୁକ୍ ଆଦିରେ ମଧ୍ୟ ଭିଡିଓଟି ବେଶ୍ ଭାଇରାଲ୍ ହେବାରେ ଲାଗୁଛି । ରିଙ୍କଲ୍ର ନିଜସ୍ୱ ଇଣ୍ଟାଗ୍ରାମ୍ ଆକାଉଣ୍ଟ ମଧ୍ୟ ରହିଛି ଯାହାକୁ ୩୫ହଜାରରୁ ଅଧିକ ଲୋକ ଫୋଲ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)