/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656494663.jpg)
Viral Video
ମଧ୍ୟାହ୍ନ ଭୋଜନ ରନ୍ଧାକୁ ନେଇ ଏସଏଚଜି ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ସ୍କୁଁଲରେ ମାଡପିଟ୍ ସହ ଶାଢ଼ୀ ଟଣାଟଣି । ଫଳରେ ମଧ୍ୟାହ୍ନ ଭୋଜନ ନ ପାଇ ବିସ୍କୁଟ ଖାଇ ଫେରିଲେ ଛାତ୍ରଛାତ୍ରୀ । ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ତାଳପଦା ନୋଡାଲ ସ୍କୁଲ ପରିସରର ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।
ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଏସଏଚଜି ମହିଳାଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଶେଷରେ ପିଟା ପିଟି ପର୍ଯ୍ୟନ୍ତ କଥା ଯାଇଥିଲା । ମାରପିଟ ଦୃଶ୍ୟ ବେଶ ରୋମାଞ୍ଚକର ଥିଲା । ସ୍କୁଲ ଭିତରେ ଦୁଇ ଗୋଷ୍ଠୀର ମହିଳାମାନେ ଭୁଲି ଯାଇଥିଲେ ହିତାହତ ଜ୍ଞାନ । ମାରପିଟ ସହିତ କପଡା ଟଣାଟଣି ବି ଦେଖିବାକୁ ମିଳିଥିଲା । ଏହା ମଧ୍ୟରେ ସମୟ ଗଡ଼ିଯିବାରୁ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ହୋଇପାରିନଥିଲା । ବାଧ୍ୟହୋଇ ପିଲାମାନେ ବିସ୍କୁଟ ଖାଇ ଘରକୁ ଫେରିଥିବା ଜଣାପଡିଛି । ସ୍କୁଲ ଶିକ୍ଷକ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ପିଲାଙ୍କୁ ବିସ୍କୁଟ ବାଣ୍ଟିଥିବା ଜଣାଯାଇଛି ।
ତେବେ ଏନେଇ ଏସଏଚଜି ସଦସ୍ୟାଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ସେମାନଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ସୂଚନା ଦେଇଛନ୍ତି । ଏନେଇ ଆଜି ଅପରାହ୍ନରେ ବୈଠକ ବସିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)