/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694932266.jpg)
Villagers stage unique protest demanding construction
ପକ୍କା ରାସ୍ତାଟେ ପାଇଁ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କଲେ ଗାଁ ଲୋକେ। କେହି ଶୁଣିଲେ ନାହିଁ। ତେଣୁ ପ୍ରତିବାଦରେ କାଦୁଅ ପଚ ପଚ ରାସ୍ତାରେ ଧାନ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ହଳଦୀଗାଁର ।
ବିଡ଼ମ୍ବନାର କଥା ହେଉଛି ଏହି ଗାଁ ହେଉଛନ୍ତି ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କର । ଏହି ରାସ୍ତା ଉପରେ ନିର୍ଭର କରନ୍ତି ପାଟଖଲିଆ, ଦଲବେଡ଼ା ଓ ଚନ୍ଦାହାଣ୍ଡି ପଞ୍ଚାୟତର ୨୦ ଖଣ୍ଡ ଗାଁର ଲୋକେ। ହସପିଟାଲକୁ ଯାଆନ୍ତି। ରାସ୍ତା ଖରାପ ଥିବାରୁ ଲୋକେ ବହୁ ହଇରାଣ ହେଉଛନ୍ତି । ତେଣୁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ, ବିଧାୟକ, ସାଂସଦ ସମସ୍ତଙ୍କ ପାଖରେ ସେମାନେ ଅଭିଯୋଗ କରିଥିଲେ।
ରାସ୍ତା ପାଇଁ ଜୁନ ୧ ରେ ନବରଙ୍ଗପୁର ସାଂସଦ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କିନ୍ତୁ ୩ ମାସ ବିତି ଯାଇଥିଲେ ମଧ୍ୟ ଏଯାଏ ରାସ୍ତା ତିଆରି ହୋଇପାରିଲା ନାହିଁ। ତେଣୁ ଲୋକେ ରାଗରେ ରାସ୍ତାରେ ଧାନ ରୋଇଛନ୍ତି । ଆଗାମୀ ଦିନରେ ରାସ୍ତା ସମସ୍ୟାର ସମାଧାନ ନହେଲେ ଗାଁ ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।
ଚନ୍ଦାହାଣ୍ଡି ବିଡିଓ କହିଛନ୍ତି, ଆର୍ଡି ଏହି ରାସ୍ତା ନିର୍ମାଣ ଦାୟିତ୍ୱ ନେଇଛି । ଏଥିପାଇଁ ପାଣ୍ଠି ମଧ୍ୟ ମିଳିସାରିଛି । ଖୁବ୍ଶୀଘ୍ର କାମ ଆରମ୍ଭ ହେବ ବୋଲି ସଂପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)