/odishatv-khabar/media/post_attachments/uploadimage/library/16_9/16_9_0/____1659853915.jpg)
Villagers spend sleepless nights to ward off thieves & robbers
ଗାଁରେ ଯାହାକୁ ଦେଖିବ ତା’ ହାତରେ ଠେଙ୍ଗା, ବାଡ଼ି। ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଠେଙ୍ଗା, ବାଡ଼ି ଧରି କିଏ ଘର ପିଣ୍ଡାରେ ବସିଛନ୍ତି ତ ଆଉ କିଏ ପଇଁତରା ମାରୁଛନ୍ତି। କାହିଁକି ନା ଗାଁ ଲୋକଙ୍କୁ ଘାରିଛି ଚୋର ଭୟ। ୧୫ ଦିନ ହେଲା ସାରା ରାତି ଅନିଦ୍ରା ରହୁଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଅଧୀନ ବିଭିନ୍ନ ଗାଁର ଲୋକ। ଚୋର ଧରିବାକୁ ରାତି ଉଜାଗର ହେବାକୁ ପଡ଼ୁଛି।
ସନ୍ଧ୍ୟା ହେଲେ ଆସିକା ଥାନା ଅନ୍ତର୍ଗତ ଅଧୀନ ବିଭିନ୍ନ ଗାଁର ଲୋକେ ଗାଁ ଜଗୁଛନ୍ତି। ଦଳ ଦଳ ହୋଇ ଡାକ ମାରି ଗାଁର ଗଳିକନ୍ଦି ବୁଲୁଛନ୍ତି। ହରଡାପଦର ଗାଁର ୨ ଜଣ ଯୁବକ ଚୋର ଆକ୍ରମଣରେ ମଧ୍ୟ ଆହତ ହୋଇଥିବା ଅଭିଯୋଗ ହୋଇଛି। ହେଲେ ଏଯାଏ ଚୋର ଧରାପଡ଼ୁ ନାହାନ୍ତି । ପୋଲିସ ମଧ୍ୟ ବିଭିନ୍ନ ସମୟରେ ଆସି ପଇଁତରା ମାରୁଛି, ହେଲେ ଚୋର ଦଳର ପତ୍ତା ପାଉନି।
ଚୋରଙ୍କ ଉତ୍ପାତ, ଗ୍ରାମବାସୀଙ୍କ ନିଦ ହଜାଇ ଦେଇଥିବା ବେଳେ ସୁରକ୍ଷା ଯୋଗାଇଦେବାକୁ ଗାଁ ଲୋକେ ଦାବି କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)