• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆକାଶର ଛାତି ଚିରି ଗାଁକୁ ଆସନ୍ତି ବିଦେଶୀ ଅତିଥୀ ।  ବର୍ଷ ବର୍ଷ ଧରି ଅକ୍ଷୟ ତୃତୀୟାରେ ଆସନ୍ତି, ଦୀପାବଳିରେ ବାହୁଡି ଯାଆନ୍ତି... ଆଉ ଏହି ସମୟ ମଧ୍ୟରେ ବଂସବିସ୍ତାର କରିବା ସହିତ ଗାଁ ଲୋକଙ୍କ ପାଇଁ ଅତିଥି ସାଜନ୍ତି । ଗୋଟିଏ କି ଦୁଇଟି ନୁହେଁ ଦଳ ଦଳ ହୋଇ ଆସନ୍ତି । ସେମାନେ ଅସିଛନ୍ତି ବୋଲି ଏବେ ଗାଁରେ ଖୁସିର ମାହୋଲ । ବରଗଡ ଜିଲ୍ଲାର ଅନ୍ତପାଲି,କର୍ଲାଜୁରୀ, ବାଲିଜୋରୀ, କେନ୍ଦମୁଣ୍ଡି ଏବଂ ଏହାର ଆଖପାଖ ଗାଁରେ ଏବେ ପ୍ରତି ଗଛରେ ବସା ଅକ୍ଷୟ ତୃତୀୟାରେ ଆସନ୍ତି, ଦୀପାବଳିରେ ବାହୁଡ଼ି ଯାଆନ୍ତି ।

ଏମିତି ଗଲା ଅକ୍ଷୟ ତୃତୀୟାରୁ ଆସିଛନ୍ତି, ଏବେ କିନ୍ତୁ ଗାଁ ଲୋକଙ୍କ ସ୍ନେହ ଯତ୍ନ ଓ ସୁରକ୍ଷା ପାଇଁ ଏତେ ଦିନ ଧରି ରହିଯାଇଛନ୍ତି । ସୁଦୁର ସାଇବେରିଆନରୁ ଚିଲିକାକୁ ଆସୁଥିବା ଏହି ବିରଳ ପକ୍ଷୀ ଏବେ ବରଗଡ଼ ଜିଲ୍ଲାର ବିଭିନ୍ନ ଗାଁକୁ ଆସୁଛନ୍ତି । କାହିଁ କେଉଁ ଆବାହନମାନ କାଳରୁ ବରଗଡ଼ର କୁର୍ଲାଜୁରୀ , ଅନ୍ତପାଲି, ବାଲିଜୋରୀ, କେନ୍ଦମୁଣ୍ଡି ପରି ଗାଁ କୁ ଏହି ପକ୍ଷୀ ମାନେ ନିୟମିତ ଭାବେ ଆସିଥାନ୍ତି ।

ଏହି ଗାଁର ଅନୁକୂଳ ପରିବେଶ ପକ୍ଷୀଙ୍କୁ ଖାଦ୍ୟ ଓ ସୁରକ୍ଷା ଯୋଗାଉଥିବାରୁ ସାଇବେରିଆନ୍ ଅଂଚଳରୁ ବହୁ ସଂଖ୍ୟାରେ ପକ୍ଷୀଙ୍କ ସୁଅ ଛୁଟିଥାଏ । ଗ୍ରାମବାସୀଙ୍କ ପାଇଁ ଶୁଭଙ୍କର ଅଟନ୍ତି ଏହି ଭ୍ରମଣକାରୀ ପକ୍ଷୀ । ଏମାନଙ୍କ ଆଗମନକୁ ଗାଁ ଲୋକେ ଚାହିଁ ବସିଥାନ୍ତି, କାରଣ ଏମାନେ ଆସିଲେ ଗାଁରେ ଭଲ ବର୍ଷା ହୁଏ ଆଉ ଯେଉଁ ବର୍ଷ ଏମାନେ ନ ଆସନ୍ତି ସେ ବର୍ଷ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେଉଥିବାର ନଜିର ଥିବା କୁହନ୍ତି ଗାଁ ଲୋକେ ।

ଦିନରେ ପକ୍ଷୀଙ୍କ ଗଣନା ଓ ଏହି ଗ୍ରାମଗୁଡ଼ିକୁ ସ୍ୱତନ୍ତ୍ର ଭାବେ ସରକାରଙ୍କ ତରଫରୁ ଧ୍ୟାନଦେଲେ ବିଦେଶୀପକ୍ଷୀଙ୍କ ସଂଖ୍ୟା ବଢ଼ିବା ସହ ପର୍ଯ୍ୟଟନର ମଧ୍ୟ ବିକାଶ ହେବାର ଯଥେଷ୍ଟ ସମ୍ଭାବନା ରହିଛି ..

  • Reported by:
  • Deepak Sharma