କେତେବେଳେ କାହାକୁ ପୋଲିସ ଗିରଫ କରିବ, ତାହା କେହିବି କହିପାରିବେନି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣା ପରେ ବର୍ତ୍ତମାନ ଗାଁ ଗାଁରେ ପୋଲିସର ଗିରଫଦାରୀକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଫଳରେ ଲୋକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହୋଇଛି।
ତେଣୁ ଲୋକଙ୍କ ଲୋକଙ୍କ ମନରୁ ଏହି ଆଶଙ୍କା ଓ ଭୟକୁ ଦୂର କରିବା ପାଇଁ ଫିରିଙ୍ଗିଆ ପୋଲିସ ବର୍ତ୍ତମାନ ଗାଁକୁ ଚାଲ ଅଭିଯାନ ଆରମ୍ଭ କରିଛି। ଫିରିଙ୍ଗିଆ ଥାନା ପରିସରରେ ଆମ ପୋଲିସ ସମିତିର ବୈଠକ କରିବା ସହିତ ଫିରିଙ୍ଗିଆ ଥାନା IIC ରମେଶ କୁମାର ପ୍ରଧାନ ନୂଆପଦର ଗାଁକୁ ଯାଇ ଶାନ୍ତି ବୈଠକ କରିଛନ୍ତି ।
#ଗାଁକୁ_ଚାଲ_ଅଭିଯାନ
— ଓଟିଭି (@otvkhabar) August 22, 2023
କନ୍ଧମାଳ ପୋଲିସର ଗାଁକୁ ଚାଲ ଅଭିଯାନ । ଲୋକଙ୍କ ମନରୁ ଭୟ ଦୂର କରିବାକୁ ପୋଲିସର ଉଦ୍ୟମ । #Kandhamala #Odisha #OTV pic.twitter.com/fWhQb3mfNN
ଘଟଣାକୁ ନେଇ ସାଧାରଣରେ କେହି ଭୟଭୀତ ନ ହେବାକୁ କହିବା ସହ ସମସ୍ତେ ପୂର୍ବଭଳି ନିଜର ଜୀବନ ଜୀବିକାକୁ ନେଇ ଚଳପ୍ରଚଳ କରନ୍ତୁ ବୋଲି ଗ୍ରାମବାସୀଙ୍କୁ IIC କହିଛନ୍ତି।