• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପର୍ଯ୍ୟଟକଙ୍କ ଆଖିରେ ଲୁହ ଦେଖି ସଂକଳ୍ପ ନେଲେ ଅଞ୍ଚଳବାସୀ । ବନଦେବୀଙ୍କୁ ଦର୍ଶନ କରିବାକୁ ଆସୁଥିବା ପର୍ଯ୍ୟଟକ ଆଉ କଷ୍ଟ ଭୋଗିବେ ନାହିଁ କି ହଇରାଣ କରକତ ହେବେ ନାହିଁ । ସଂକଳ୍ପ ନେଇଛନ୍ତି ଆମ ଇଂଚଳକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆଉ କନ୍ଦାଇ ଦେବୁନି। ସେଥି ପାଇଁ ରାସ୍ତା ତିଆରିରେ ଲାଗି ପଡିଛନ୍ତି ସଭିଁଏ...

ନୀଳଗିରିର ବାବନ୍ଧ ଗାଁରେ ସମସ୍ତଙ୍କ ଘରେ ଚାବି ପଡିଛି । ଖାଁ ଖାଁ ପୂରା ଗାଁ । କାରଣ ପାହାଡ଼ ଚିରି ରାସ୍ତା ତିଆରିରେ ଲାଗିଛନ୍ତି ଗାଁର ସବୁଲୋକ । କିଛି ଦିନ ତଳେ ଗାଁକୁ ଏକ ବଙ୍ଗୀୟ ପର୍ଯ୍ୟଟକ ଟିମ୍ ବୁଲିବାକୁ ଆସିଥିଲେ । ବନଦେବୀ ମା ବ୍ରାହ୍ମଣୀ ଦେବୀଙ୍କୁ ଦର୍ଶନ କରିବା ପରେ ଝରଣା ଦେଖିବାକୁ ପାହାଡ଼ ଉପରକୁ ଯାଇଥିଲେ । ହେଲେ ରାସ୍ତା ନଥିବାରୁ ଅଧ ବାଟରୁ ଫେରି ଆସିଲେ ପର୍ଯ୍ୟଟକ । ଏହା ଗାଁ ଲୋକଙ୍କୁ ଭାରି ବ୍ୟଥିତ କରିଥିଲା । 

ଆଉ ପର୍ଯ୍ୟଟକମାନଙ୍କ ଦୁଃଖ ଜାଣିବା ପରେ ପାହାଡ ଚିରି ରାସ୍ତା ନିର୍ମାଣ କରିଛନ୍ତି ବାବନ୍ଧ ଗାଁର ଲୋକେ । ପ୍ରାୟ ସପ୍ତାହେ ହେବ ଶ୍ରମ ଦାନ କରି ଗାଁର ପୁରୁଷ ଓ ମହିଳା ରାସ୍ତା ତିଆରିରେ ଲାଗିଛନ୍ତି । ଯେପରି ହେଲେ ରାସ୍ତା ତିଆରି କରି ଲୋକଙ୍କ ପାଇଁ ପଥ ସୁଗମ କରିବେ ବୋଲି ପ୍ରଣ କରିଛନ୍ତି ।