Advertisment

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ; ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭିଜିଲାନ୍ସ ଜାଲରେ ନିମାପଡ଼ାରେ କାର୍ଯ୍ୟରତ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀ...

author-image
Otv Khabar Bureau
Vigilance sleuths raid seven different places including residence of Dusmanta Dehuri

Vigilance sleuths raid seven different places including residence of Dusmanta Dehuri

ନିମାପଡ଼ା ସବଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଦୁଷ୍ମନ୍ତ ଦେହୁରୀଙ୍କ ଢ଼େଙ୍କାନାଳ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍‌ । ଦୁଷ୍ମନ୍ତଙ୍କ ଢ଼େଙ୍କାନାଳ ଜିଲ୍ଲା ମୋଟଙ୍ଗାରେ ଥିବା ପୈତୃକ ଘର ଓ ଢେଙ୍କାନାଳ ଟାଉନରେ ଥିବା ଦୁଇଟି ଘରେ ଚଢଉ ହେଉଛି ।

Advertisment

ସେହିପରି ଦକ୍ଷିଣକାଳୀ ସ୍ଥିତ ଦୁଷ୍ମନ୍ତଙ୍କ ଶ୍ୱଶୁର ଘର ଓ ମଙ୍ଗଳପୁର ସ୍ଥିତ ଫାର୍ମ ହାଉସରେ ଚଢଉ ଚାଲିଛି । କେବଳ ଏତିକି ନୁହେଁ ଏହା ସହିତ ନିମାପଡ଼ା ସ୍ଥିତ ଅଫିସ ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ତିନିମହଲା ଘର, ଶୈଳଶ୍ରୀ ବିହାର ସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢଉ ଚାଲିଛି । ନିମାପଡ଼ା ସବ ଡିଭିଜନ ଅଧିନରେ ଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ଦୁଷ୍ମନ୍ତ କାର୍ଯ୍ୟରତ ଥିବା ଜଣାପଡିଛି ।

Vigilance Raid
Advertisment
Advertisment