Advertisment

ରାତି ଅଧରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିଲେ ସରକାରୀ ବାବୁ, ଧରିଲା ଭିଜିଲାନ୍ସ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍‌ର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Vigilance arrests Rayagada Asst Soil Conservation officer

Vigilance arrests Rayagada Asst Soil Conservation officer

ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍‌ର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କିଶୋର ନାୟକଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୧୧ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। 

Advertisment

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କିଶୋର ଚନ୍ଦ୍ର ଏକ ବୁଲେଟରେ ୫ ଲକ୍ଷରୁ ଅଧିକ ଟଙ୍କା ଧରି ରାୟଗଡ଼ାରୁ ବାହାରକୁ ଯାଉଥିଲେ। ଖବର ପାଇ ରାୟଗଡ଼ା ଭିଜିଲାନ୍ସ ଡିଏସ୍‌ପି ସୁରେନ୍ଦ୍ରନାଥ ରାଜଗୁରୁ ଟିମ୍ ସହ ପହଞ୍ଚିଥିଲେ। ଭଡ଼ା ଘରେ ସର୍ଚ୍ଚ କରି ଭିଜିଲାନ୍ସ ଟିମ୍‌ ୬ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି।

କିଶୋରଙ୍କ ସ୍ତ୍ରୀ ଭୁବନେଶ୍ୱର ଏମ୍ସରେ ନର୍ସ ଅଛନ୍ତି। ତାଙ୍କ ଘର ପାତ୍ରପଡ଼ା ଓ ନବରଙ୍ଗପୁରର ମନ୍ତ୍ରୀଗୁଡ଼ା ବାସଭବନରେ ମଧ୍ୟ ସର୍ଚ୍ଚ ହୋଇଛି।   

Advertisment
Vigilance Raid
Advertisment
Advertisment