/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687746955.jpg)
jagannath temple
ନାନା କଟକଣା, ନିଷେଧାଦେଶ ଏବଂ କଡ଼ା ସୁରକ୍ଷା ସତ୍ତ୍ୱେ ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ପରିସର ଭିଜୁଆଲ୍ । ରାଜ୍ୟ ବାହାରୁ ଆସିଥିବା ଜଣେ ଯୁବକ ଶ୍ରୀମନ୍ଦିର ପରିସରକୁ ଯାଇ ଭିଡିଓ ରେକର୍ଡିଂ କରିବା ସହ ନିଜ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଥିବା ଦେଖିବାକୁ ମିଳିଛି ।
ବର୍ତ୍ତମାନ ନବ ଦିନାତ୍ମକ ଘୋଷଯାତ୍ରା ଚାଲିଥିବାବେଳେ ଖାଲି ଥିବା ଶ୍ରୀମନ୍ଦିର ପରିସରକୁଯାଇ ଭିଡିଓ ସୁଟ୍ କରିଥିବା ଅନୁମାନ କରାଯାଉଛି । ଆଉ ସେହି ଭିଡିଓକୁ ନିଜ ଇନଷ୍ଟା ଆକାଉଣ୍ଟରେ ଅପଲୋଡ୍ କରିଛନ୍ତି ବାରାଣସୀରୁ ଆସିଥିବା ରୋହିତ ଜୟସ୍ୱାଲ ନାମକ ଯୁବକ । ଏକାଧିକ ଭିଡିଓକୁ ସେ ଅପଲୋଡ୍ କରିଛନ୍ତି । ନିରାପତ୍ତା ଏବଂ କଟକଣା ଦୃଷ୍ଟିରୁ ଆଉ କିଛି ଭିଡିଓକୁ ଆମେ ଏଠି ଦେଖାଇପାରୁନୁ ।
ତେବେ ବାରଣ ସତ୍ତ୍ୱେ ସଂପୃକ୍ତ ଯୁବକ କେଉଁ ସ୍ଥିତିରେ ଭିଡିଓ ସୁଟ୍ କଲେ ? ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଅନୁପସ୍ଥିତି ଯୋଗୁ ଢିଲା ସୁରକ୍ଷା ଦେଖି କ୍ୟାମେରା ଧରି ପଶିଗଲେ ନା ଏହା ପଛରେ କାହା ହାତ ରହିଛି ? ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଏହି ଘଟଣା ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠିଥିବାବେଳେ ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)