• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

 ଯୁବ ଭିଡିଓ ଏଡିଟର୍ ପାର୍ଥ ନାରାୟଣ ଦାସଙ୍କ ଦୁଃଖଦ ମୃତ୍ୟୁ । ଗତକାଲି ରାତିରେ ଭୁବନେଶ୍ୱର ପଟିଆ ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ପାର୍ଥ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେ ଓଟିଭିର ଇଂଲିଶ୍ ସୋସିଆଲ୍ ମିଡିଆ ଟିମରେ ଭିଡିଓ ଏଡିଟର୍ ଭାବେ କାମ କରୁଥିଲେ ।

ତାଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରିର ଲମ୍ବିତଲ ଅଂଚଳରେ । ପାର୍ଥ ଋଣବୋଝରେ ଥିଲେ ବୋଲି ଅନୁମାନ କରାଯାଉଛି । କିଛି ଦିନ ତଳେ ସେ ଅଫିସରୁ ଆଡଭାନ୍ସ ନେଇଥିଲେ । ସେହିପରି ତାଙ୍କ ସହଯୋଗୀଙ୍କ କହିବା ମୁତାବକ ପାର୍ଥ କିଛି ଅନଲାଇନ୍ ଗେମ୍ ମଧ୍ୟ ଖେଳୁଥିଲେ । ତେବେ ତାଙ୍କ ଆତ୍ମହତ୍ୟାର କାରଣ କଣ ହୋଇଥାଇପାରେ ତାହା ତଦନ୍ତ ସାପେକ୍ଷ ।

ସେପଟେ ପାର୍ଥଙ୍କ ସଂପର୍କୀୟ ଭାଇ କହିଛନ୍ତି, ପାର୍ଥ ଆତ୍ମହତ୍ୟା କରିବା ପିଲା ନୁହେଁ, ସେ କେବେ ବି ସୁଇସାଇଡ୍ କରି ନଥିବ । କାହା ସହିତ ମନୋମାଳିନ୍ୟ କି ବିବାଦ ଥିବା ଆମେ ଜାଣିନୁ । ଗତକାଲି ମାଆଙ୍କ ସହିତ ସଂଧ୍ୟା ୬ଟାରେ ପାର୍ଥ କଥା ହୋଇଥିଲେ । ମାଆଙ୍କୁ ସେ ୩୦ ହଜାର ଟଙ୍କା ମଧ୍ୟ ମାଗିଥିଲେ । ମାଆ ଯୋଗାଡ଼ କରି ଏହି ଟଙ୍କା ଦେଇଥିଲେ । ତେବେ ଆତ୍ମହତ୍ୟା ନା ହତ୍ୟା ଏହାର ବିଧିବଦ୍ଧ ତଦନ୍ତ କରାଯାଉ ବୋଲି ତାଙ୍କର ସମ୍ପର୍କୀୟ ଭାଇ ଦାବି କରିଛନ୍ତି ।