/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653055414.jpg)
Vehicle blocked,
ଗଞ୍ଜାମ ତାରାତାରିଣୀ ପୀଠକୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ଛାଡ଼ିଲାନି ଜିଲ୍ଲା ପ୍ରଶାସନ । ମନ୍ଦିରର ୩ କିଲୋମିଟର ପୂର୍ବରୁ ଅପରାଜିତାଙ୍କ ଗାଡ଼ିକୁ ଜିଲ୍ଲା ପ୍ରଶାସନ ଅଟକ ରଖି ଅନୁମତି ଦେଲାନାହିଁ । ଫଳରେ ଅପରାଜିତାଙ୍କୁ ଚାଲି ଚାଲି ଯିବାକୁ ପଡ଼ିଥିଲା । ପାହାଡ଼ ରାସ୍ତାରେ ୩ କିଲୋମିଟର ଯାଏଁ ଅପରାଜିତା ଚାଲି ଚାଲି ଯାଇଥିଲେ । ସାଙ୍ଗରେ ନିଜର ସମର୍ଥକ ଏବଂ ବିଜେପି କର୍ମୀ ଥିଲେ ।
Advertisment
ସମସ୍ତଙ୍କ ସହ ଅପରାଜିତା ଚାଲି ଚାଲି ଯାଇ ତାରାତାରିଣୀ ଦର୍ଶନ କରିଥିଲେ । ତେବେ ଗଞ୍ଜାମ ଜିଲ୍ଲାପାଳ ଏନେଇ ୨ଟି ଫଟୋ ପୋଷ୍ଟ କରି ଟ୍ୱିଟ୍ କରିବା ସହ କହିଛନ୍ତି ଯେ, ଭୁବନେଶ୍ୱର ସାଂସଦଙ୍କୁ ୨ଟି ଗାଡ଼ିରେ ଯିବା ପାଇଁ ଆମେ ଅନୁରୋଧ କରିଥିଲୁ । କିନ୍ତୁ ସାଂସଦ ମନା କରିବା ସହ ଚାଲି ଚାଲି ମନ୍ଦିର ଅଭିମୁଖେ ଯାଇଥିଲେ । ଗାଡ଼ିକୁ ଅନୁମତି ଦିଆନଯିବା ଖବର ଅମୂଳକ ବୋଲି ଟୁଇଟ୍ କରି କହିଛନ୍ତି ଗଂଜାମ ଜିଲ୍ଲାପାଳ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)