Advertisment

ସାଇବର ଥାନା ପରେ ଏବେ ହାଇକୋର୍ଟ ଗଲେ ବର୍ଷା

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ ନାଁରେ ଅପପ୍ରଚାର ବନ୍ଦ ନିର୍ଦ୍ଦେଶ ପାଇଁ  ହାଇକୋର୍ଟରେ ବର୍ଷା ପିଟିସନ୍ ଦାଖଲ କରିଛନ୍ତି।

ଅଦ୍ୟତନ ହୋଇଛି
Varsha Priyadarshini moves High Court

Varsha Priyadarshini moves High Court

Advertisment

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ ନାଁରେ ଅପପ୍ରଚାର ବନ୍ଦ ନିର୍ଦ୍ଦେଶ ପାଇଁ  ହାଇକୋର୍ଟରେ ବର୍ଷା ପିଟିସନ୍ ଦାଖଲ କରିଛନ୍ତି।  ଏଥିରେ ସେ ସ୍ୱାମୀ ଅନୁଭବ ମହାନ୍ତି, ରାଜ୍ୟ ସରକାର, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ପକ୍ଷଭୁକ୍ତ କରିଛନ୍ତି।

Advertisment

ପୂର୍ବରୁ ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ପୋଷ୍ଟକୁ ନେଇ ପ୍ରଥମେ ପୁରୀଘାଟ ଥାନା ପରେ ସାଇବର ଥାନାରେ ଏତଲା ଦେଇଥିଲେ ବର୍ଷା। ସୋସିଆଲ ମିଡିଆରେ ଛବି ଖରାପ କରାଯାଉଥିବା ଅଭିଯୋଗ କରି କଟକ ସାଇବର ଥାନାରେ ବର୍ଷା ଏତଲା ଦେଇଥିଲେ। କିଛି ବ୍ୟକ୍ତି ତାଙ୍କ ଛବି ଖରାପ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବର୍ଷା ଅଭିଯୋଗ କରିଛନ୍ତି। ବର୍ଷାଙ୍କ ଏତଲା ଭିତ୍ତିରେ IPC ଧାରା ୫୦୯ ଓ IT ACTରେ ମାମଲା ରୁଜୁ କରାଯାଇଛି। 

ଅନ୍ୟପକ୍ଷେ, ସୋସିଆଲ ମିଡିଆରେ ଅନୁଭବ ମହାନ୍ତି ଆଉ ଏକ ନୂଆ ଭିଡିଓ ଛାଡ଼ିଛନ୍ତି। ଅନୁଭବ ମହାନ୍ତିଙ୍କ ନାଁରେ ଥିବା ଏକ ୟୁଟ୍ୟୁବ୍‌ ଚ୍ୟାନେଲରେ ଆଜି ସକାଳୁ ଏହି ଭିଡିଓଟି ଅପଲୋଡ୍‌ କରାଯାଇଛି। ଏଥର ନା ସେ ପତ୍ନୀ ବର୍ଷାଙ୍କୁ ଟାର୍ଗେଟ୍‌ କରିଛନ୍ତି ନା ବର୍ଷାଙ୍କ ଉଦ୍ଦେଶ୍ୟରେ କିଛି କହିଛନ୍ତି। ବରଂ ସେ ନିଜ ପରିବାର ବିଷୟରେ ଓ ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି।

Advertisment
Varsha Priyadarshini Anubhav Mohanty Anubhav- Varsha Marital Discord Orissa High Court Anubhav-Varsha Family Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ