Advertisment

ସାଂସଦ ଅନୁଭବଙ୍କ ବାନ୍ଧବୀ ଜାଗ୍ରତିିଙ୍କ ନାଁରେ ଏତଲା ଦେଲେ ବର୍ଷା

ସ୍ୱାମୀ-ସ୍ତ୍ରୀ କଳିକୁ ଡେଇଁଛନ୍ତି ବାନ୍ଧବୀ। ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳା ବର୍ଷାଙ୍କୁ ଇଙ୍ଗିତ କରି ସେ ଫେସବୁକରେ ଏକ ଲେଖା ପୋଷ୍ଟ କରିଥିଲେ।

author-image
Chandan Shishu
Anubhav Mohanty & Jagrati Shukla

Anubhav Mohanty & Jagrati Shukla

କଟକ: ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ନୂଆ ମୋଡ। ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବାନ୍ଧବୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ପତ୍ନୀ ବର୍ଷା। ଅନୁଭବଙ୍କ ବାନ୍ଧବୀ ଜାଗ୍ରତିି ଶୁକ୍ଳାଙ୍କ ନାଁରେ ପୁରୀଘାଟ ଥାନାରେ ବର୍ଷା ଏତଲା ଦେଇଛନ୍ତି। ଜାଗ୍ରତି ତାଙ୍କର ସମ୍ମାନହାନୀ କରୁଥିବା ଦର୍ଶାଇଛନ୍ତି ଏତଲାରେ।

Advertisment

ସୋସିଆଲ୍ ମିଡିଆରେ ବର୍ଷାଙ୍କ ନାଁ ନ ନେଇ ଜାଗ୍ରତି ଗତକାଲି ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ଜାଗ୍ରତି ବର୍ଷାଙ୍କୁ ଟାର୍ଗେଟ କରାଯାଇଥିବା ଅଭିଯୋଗ କରିଛନ୍ତି। ତେବେ ଏନେଇ ଅନୁଭବଙ୍କ ବାନ୍ଧବୀ ଜାଗ୍ରତି କିମ୍ବା ପୁରୀଘାଟ ଥାନା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ସ୍ୱାମୀ-ସ୍ତ୍ରୀ କଳିକୁ ଡେଇଁଛନ୍ତି ବାନ୍ଧବୀ। ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳା ବର୍ଷାଙ୍କୁ ଇଙ୍ଗିତ କରି ସେ ଫେସବୁକରେ ଏକ ଲେଖା ପୋଷ୍ଟ କରିଥିଲେ। ବର୍ଷା ପ୍ରିୟଦର୍ଶନୀଙ୍କ ନାଁ ନନେଇ ଏମିତି କିଛି ଲେଖିଛନ୍ତି ଯାହାକି ପରୋକ୍ଷ ନୁହେଁ ବରଂ ପ୍ରତ୍ୟେକ୍ଷ ଭାବରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ସ୍ପଷ୍ଟ ଜଣାପଡ଼ୁଛି। ତେବେ କେଉଁ ଉଦ୍ଦେଶ୍ୟରେ ଏହି ଲେଖାଯାଇଛି ତାହା ତ ଜାଗ୍ରତି ହିଁ କହିପାରିବେ।

Advertisment

ଜାଗ୍ରତିଙ୍କ ଲେଖାର ଅର୍ଥ ହେଉଛି, ମୁଁ ଜାଣିବାକୁ ପାଇଛି କି ଜଣେ ସାଂସଦଙ୍କ ପତ୍ନୀ ନିଜର ଅନେକ ସାର୍ଟିଫିକେଟ୍‌ରେ ନିଜ ସାଙ୍ଗିଆକୁ ଅଲଗା ଅଲଗା ଦର୍ଶାଇଛନ୍ତି । କେବଳ ସାର୍ଟିଫିକେଟ୍‌ରେ ନୁହେଁ ବରଂ ପାସପୋର୍ଟ, ପାନକାର୍ଡ, ବ୍ୟାଙ୍କ ପରି ଜରୁରୀ କାଗଜ ପତ୍ରରେ ମଧ୍ୟ ନାକୁ ଅଲଗା ଅଲଗା ରଖିଛନ୍ତି । ସେ କଣ କରିବାକୁ ଚାହୁଁଛନ୍ତି ? ଏହା କଣ ଏକ ବଡ଼ ଠକାମୀ ନୁହଁ କି? ଏନେଇ ତଦନ୍ତର ଆବଶ୍ୟକତା ରହିବା । ଏହା ସହ ବର୍ତ୍ତମାନ ସାଂସଦଙ୍କ ପତ୍ନୀଙ୍କୁ ମିଳୁଥିବା ସମସ୍ତଙ୍କ ସରକାରୀ ସୁବିଧା ପାଇବା ପାଇଁ ସେ ଯୋଗ୍ୟ କି ନୁହେଁ ସେନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ଜାଗ୍ରତି । ତେବେ ହଠାତ୍‌ କାହିଁକି ଜଣେ ସାଂସଦଙ୍କ ପତ୍ନୀଙ୍କ ସମ୍ପର୍କରେ ଏମିତି ତଥ୍ୟ ଜାଣିବାକୁ ଚାହିଁଲେ ଜାଗୃତି ତାହାକୁ ନେଇ ଏବେ ଅନେକ ପ୍ରକାର ଆଲୋଚନା ହେଉଛି ।

Advertisment
Advertisment