Advertisment

ଆଦର୍ଶ ବିଦ୍ୟାଳୟରେ ନିମ୍ନ ମାନର କାମ : ଉଦଘାଟନ ପୂର୍ବରୁ ଫାଟିଲାଣି କାନ୍ଥ

ଗ୍ରାମ୍ୟ ଉନ୍ନୟନ ବିଭାଗର ତତ୍ତ୍ଵାବଧାନରେ ଠିକା ସଂସ୍ଥା ନିର୍ମାଣ କାମ ହାତକୁ ନେଇଥିଲା । ବ୍ଲକର ଇରମ ପଞ୍ଚାୟତ ଠାରେ ୨୦୧୯ ମସିହାରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ନିର୍ମାଣ କାର୍ଯ୍ୟର ଅବଧି ଶେଷ ହେବାର ଦେଢ଼ ବର୍ଷ ପାଖାପାଖି ବିତିଥିଲେ ବି ଆଜିଯାଏ ପ୍ରକଳ୍ପ କାମ ଶେଷ ହୋଇ ପାରିନି ।

author-image
Prangyan Parimita
ଅଦ୍ୟତନ ହୋଇଛି
smart school

smart school

ବାସୁଦେବପୁର(କିରୀଟି ଦାସ) : ନୂଆକରି ତିଆରି ହେଉଛି ଓଡିଶା ଆଦର୍ଶ ବିଦ୍ୟାଳୟ । ଉତ୍ତମ ପରିବେଶ ସହ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ପିଲାମାନେ ପାଠ ପଢ଼ିବେ । ବ୍ୟତିକ୍ରମ ଏହିକି ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଦ ପଡ଼ିନି କି' ଉଦଘାଟନ ହୋଇନି କାନ୍ଥ ଫାଟି ଆଁ କଲାଣି । ନୂଆକରି ତିଆରି ହୋଇଥିବା ବ୍ୟୟ ବହୁଳ ଏହି ଆଦର୍ଶ ବିଦ୍ୟାଳୟର ସ୍ଥାୟୀତ୍ୱକୁ ନେଇ ଏବେ ପ୍ରଶ୍ନ ଉଠିଛି । ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବ ଓ ନିମ୍ନମାନର କାମ ପାଇଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।

Advertisment

ବାସୁଦେବପୁର ବ୍ଲକରେ ନୂତନ ଭାବେ ତିଆରି ହେଉଛି ଓଡିଶା ଆଦର୍ଶ ବିଦ୍ୟାଳୟ । ସୂଚନା ଫଳକ ଅନୁସାରେ ୫୩୯.୧୮ ଲକ୍ଷ ଟଙ୍କା ବ୍ୟୟରେ ଏହି ବିଦ୍ୟାଳୟଟି ନିର୍ମାଣ କରାଯାଉଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ତତ୍ତ୍ଵାବଧାନରେ ଠିକା ସଂସ୍ଥା ନିର୍ମାଣ କାମ ହାତକୁ ନେଇଥିଲା । ବ୍ଲକର ଇରମ ପଞ୍ଚାୟତ ଠାରେ ୨୦୧୯ ମସିହାରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ନିର୍ମାଣ କାର୍ଯ୍ୟର ଅବଧି ଶେଷ ହେବାର ଦେଢ଼ ବର୍ଷ ପାଖାପାଖି ବିତିଥିଲେ ବି ଆଜିଯାଏ ପ୍ରକଳ୍ପ କାମ ଶେଷ ହୋଇ ପାରିନି । ଅନ୍ୟପଟେ ବିଦ୍ୟାଳୟ କାନ୍ଥରେ ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହେଲାଣି । ଯାହା ଏବେ ବିଦ୍ୟାଳୟର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହାକୁ ନେଇ ସ୍ଥାନୀୟବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ଗୋଟିଏ ପଟେ ବିଦ୍ୟାଳୟର ନିର୍ମାଣ କାମ ସରି ନଥିବାରୁ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଷଷ୍ଠ ଶ୍ରେଣୀରେ ୮୦ ଜଣ ଓ ସପ୍ତମ ଶ୍ରେଣୀରେ ୭୯ ଜଣ ପାଠ ପଢୁଥିବା ଗୋଷ୍ଠୀ ଶିକ୍ଷା ବିଭାଗର ସୂଚନା କହୁଛି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ବିଦ୍ୟାଳୟ କେବେ କାର୍ଯ୍ୟକ୍ଷମ ହେବ, ତାହା ସନ୍ଦେହ ମଧ୍ୟରେ ଥିବା ବେଳେ, ଘରର କାନ୍ଥ ଫାଟି ଆଁ କଲାଣି ।ତେବେ କାନ୍ଥ ଫାଟିବା ଘଟଣାକୁ ନେଇ ବିଭାଗୀୟ ଅଧିକାରୀ କହିଛନ୍ତି, ଏହା ଜଏଣ୍ଟ ଫାଟ । ଦୁଇ କୋଠାର ଜଏଣ୍ଟ ରଖାଯାଇଛି । ଏହା ଉପରେ ପ୍ଲାଟର ହୋଇଛି ବୋଲି ଏହା ଫଟା ଦେଖା ଯାଉଛି । ବିଲ୍ଡିଂ ପ୍ରତି ଏହାର କିଛି ଅସୁବିଧା ନାହିଁ ।

Advertisment

ତେବେ ବିଭାଗୀୟ ଅଧିକାରୀଙ୍କ ମନ୍ତବ୍ୟ କେତେ ଗ୍ରହଣୀୟ ତାହା ପ୍ରଶ୍ନବାଚୀ । କିନ୍ତୁ ବିଦ୍ୟାଳୟର ଏକାଧିକ ସ୍ଥାନରେ କାନ୍ଥ ଫାଟିଲାଣି । ବ୍ୟୟ ବହୁଳ ଅର୍ଥରେ ନିର୍ମିତ ଏହି ବିଦ୍ୟାଳୟ ଉଦ୍ଘାଟନ ହୋଇନି କାନ୍ଥ ଫାଟିବା ଫଳରେ ନିର୍ମାଣ କାମର ମାନକୁ ନେଇ ପ୍ରଶ୍ନ ଉଠିଛି ।

Smart School
Advertisment
Advertisment